ଦିବ୍ୟାଙ୍ଗକଁର ଉଚ ଶିକ୍ଷା ଅଭିଲାଶ, ମନବଲ ଥିଲେ ସବୁ ସମ୍‌ଭବ: ଜଗନ୍ନାଥ

ଅତାବିରା, ୬।୬ (ଡି.ଏନ.ଏ):  ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଦ ପଁଚେତ୍‌ ଉରୁଆମୁଣ୍ଡା ଗାଁର ପଦ୍ମିନୀ ଆର କ୍ଷୀରସାଗର ତାଣ୍ଡିକଁର ପୁଓ ଜଗନ୍ନାଥ ତାଣ୍ଡି(୧୧)। ସେ ଜନମୁ ଦିବ୍ୟାଙ୍ଗ ଆଏ, ତାକର ଦୁଇହାତ୍‌ ଗୋଡ଼ ନାଁଇଁନ। ମା’ବାପ୍‌ ପୁଓ ଦିବ୍ୟାଙ୍ଗ ବଲି ଦେଖ୍‌ଭାଲ କେଭେ ହେଲା ନାଇଁକରି। ଜଗନ୍ନାଥକେ ୩ ବଛର ହେଲାରୁ ମା’ବାପ୍‌ ତାକର ନାଁ ଗାଁର ଅଙ୍ଗନଓ୍ବାଡିରେ ଲେଖାଲେ। ପଛେ ପାଠ୍‌ପଢ଼ାରେ ତାକର ରୁଚି ଦେଖି ମା’ବାପ୍‌ ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଲେ। ଏହେଦେ ସେ ୬ଷ୍ଠ ଶ୍ରେଣୀରେ ପାଠ୍‌ ପଢ଼ୁଛନ୍‌। ହେଲେ ଜଗନ୍ନାଥ ଚାଲିବୁଲି ନାଇଁ ପାରବାର, ଘରୁ ଯେ ହେଲେ ଝନେ ତାହାକୁ ସ୍କୁଲକେ ନେବାର ଆନବାର କରୁଛନ୍‌। ମା’ବାପ୍‌ ନିହାତି ଗରିବ୍‌ ହେଇଥିଲେ ବି ଜଗନ୍ନାଥର ପାଠ୍‌ପଢ଼ାରେ ଉନା ନାଇଁ କରବାର। ଇଆଡ଼େ ଜଗନ୍ନାଥକଁର ଉଚ ଶିକ୍ଷା ଲାଗି ବଡ଼ଭାରି ରୁଚି ରହିଛେ। ସେ ପାଠ୍‌ପଢ଼ି ଝନେ ଭଲ ମୁନୁଷ ହେବାର ସଂଗେ ସରକାରୀ ଚାକରି କରବାର ଲଖିଅ ରଖିଛନ୍‌। ହେଲେ ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ, ଏନ୍‌ତାଥି ମା’ବାପ୍‌ ଜଗନ୍ନାଥକେ ଆଗ୍‌କେ ପଢ଼େଇ ପାରବେ କି ନାଇଁ ସେ ଚିନ୍‌ତାରେ ରହିଛନ୍‌। ଇଆଡ଼େ ଜଗନ୍ନାଥ ସରକାରୀ ସୁବିଧା ବଏଲେ ଖାଲି ଭିନ୍ନକ୍ଷମ ଭତା ପାଉଛନ୍‌। ଏହେଦେ ସେ ମାମୁ ଗାଁ ଭେଡ଼େନ ବ୍ଲକ ବୁର୍ଦ୍ଧା ଗାଁକେ ଖରାଛୁଟି ବିତାବାର ଲାଗି ଆସିଛନ୍‌। ଇ ସମିଆରେ ଥାନୀୟ ଧରିତ୍ରୀ ପରତିନିଧି ଦିବ୍ୟାଙ୍ଗ ଜଗନ୍ନାଥକୁଁ ଭେଟି ତାକର ଲଖିଅ ଆର ସୁବିଧା ଅସବିଧା ବାବ୍‌ଦେ ପଚାରି ବୁଝିଥିଲେ। ଆମେ ଗରିବ୍‌ ଲୋକ୍‌ ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହୁଛେ। ମୁଇଁ ଝନେ ଭିନ୍ନକ୍ଷମ ଆଏ, ପାଠ୍‌ପଢ଼ି ଭଲ ମୁନୁଷ ହେବାର ସଂଗେ ଗୁଟେ ସରକାରୀ ଚାକରି କରବାର ଲଖିଅ ରଖିଛେଁ। ହେଲେ ଅଭାବ ଅନାଟନ ଲାଗି ଆଗ୍‌କେ କାଣା ହେବା ମୁଇଁ ନାଇଁ କହିପାରେଁ। ହଁ, ଯଦି ପାଠ୍‌ପଢ଼ାର ଲାଗି ସରକାରୀ ସାହାଯ୍‌ ମିଲବା ତ ନିହାତି ମୋର ଲଖିଅ ପୂରନ କରମି ବଲି ଜଗନ୍ନାଥ କହିଥିଲେ। ଦିବ୍ୟାଙ୍ଗ ଜଗନ୍ନାଥକୁଁ ପଶ୍ଚିମ ଓଡ଼ିଶା ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋରାସାଗର ଭେଟି କିଛି ଆରଥିକ୍‌ ସାହାଯ୍‌ ଦେଇଛନ୍‌। ଜଗନ୍ନାଥ ଯେନ୍‌ଥେଇ ସବୁପରକାର ସରକାରୀ ସାହାଯ୍‌ ପାଇପାରବେ ସେଥିରଲାଗି ପରଶାସନର ଦୁରୁଷ୍‌ଟି ଆକରଷନ୍‌ କରବାକେ ପଦ୍ମଲୋଚନ କଥା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri