ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା: ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

କଣ୍ଟାମାଳ, ୨୫ା୪ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜର ଚନ୍ଦନିଆମୁଣ୍ଡା ପାସର ରଙ୍ଗମାଟିଆ ରାଜସ୍ବ ଜଂଗଲ ଉଜଡ଼ି ଯାଉଛେ। ଗଲା ମାସେ ହେଲା ଇଠାନେ ଦିନ୍‌ଦାହାଡ଼େ ଆସର ପାସର ଗାଁବାସୀ ଗଛ୍‌ କାଟୁଥିଲେ ବି ବନବିଭାଗ ଜାନିଶୁନି ତୁମ୍‌ପଡ଼ିଥିବାର ଅଭିଯୋଗ ହେଉଛେ। ସେନ୍‌ତା ରାଜସ୍ବ ବିଭାଗର ରେକର୍ଡରେ ଜଂଗଲଟା ଥିଲେ ବି ବିଭାଗ ଇ ଦିଗେ ପଦକ୍ଷେପ ନେବାର ଜାଗାରେ ଚୁପ୍‌ମାରି ବସିଛେ। ଦିନୁଦିନ୍‌କେ ଜଂଗଲଟା ପଦା ହେଲାବେଲେ ପାସର ରଙ୍ଗମାଟିଆ ପାହାଡ଼ ଉପରେ ବିପଦ ଦେଖାଦେଇଛେ। କଣ୍ଟାମାଳ ରେଞ୍ଜର ଦପଲା ପଁଚେତ୍‌ର ଚନ୍ଦନିଆ ଗାଁ ପାସେ ରହିଛେ ଇ ରଙ୍ଗମାଟିଆ ପାହାଡ଼। ଇ ପାହାଡ଼କେ ଘେରି ରହିଛେ ଘଁଚ୍‌ ଜଂଗଲ। ରାଜସ୍ବ ରେକର୍ଡରେ ଥିବାର ଇ ଜଂଗଲରେ ଶାଲ, ଧଉରା, କେଁଦୁ ଲେଖେଁ ଦାମ୍‌କିଆ ଗଛ ରହିଛେ। ପାହାଡ଼କେ ଘେରି ରହିଥିବାର ଇ ପରାକୁତିକ ଜଂଗଲରେ ଅନେକ ପରକାର ଜଂଗଲି ଜୀବ୍‌ଜଁତୁ ବି ରହିଛନ୍‌। ବନେ ଖଁଡ଼େ ଇଲାକାରେ ରହିଥିବାର ଇ ଜଂଗଲର କେଁଦୁପତର ଆର ଜଂଗଲଜାତ୍‌ ଦରବ୍‌ ଉପରେ ନିରଭର କରି ଅନେକ ଲୋକ୍‌ ନିଜର କୁଟୁମ ପୁଷୁଛନ୍‌। ହେଲେ ଗଲା ମାସେ ହେବା ଇ ଜଂଗଲକେ ଥାନୀୟ କେତେ ଲୋକ୍‌ ପଦା କରବାରେ ଲାଗିଛନ୍‌। ଫିଦିନ୍‌ ଦଲ ଦଲ ହେଇ ଲୋକ୍‌ ଟଂଗିଆ ଧରି ଜଂଗଲକେ ଯାଉଛନ୍‌ ଆର ଅନେକ ଦାମ୍‌କିଆ ଗଛଖୁଁଟ କାଟିଆନୁଛନ୍‌। ଲୋକ୍‌ ଏନ୍‌ତା ହିସାବେ ଇ ଜଂଗଲ କାଟବାରେ ଲାଗିଛନ୍‌ ଯେ ଝନେ ଆଁଖିଥି ନାଇଁ ଦେଖ୍‌ଲେ ବିଶାସ୍‌ କରି ନାଇଁପାରେ। ଏହେଦେ ଇ ଘଁଚ୍‌ ଜଂଗଲର ଅନେକ ଜାଗା ପଦା ହେଇ ଚଁଦା ଦିଶବାର ସଂଗେ ତଲର ରଂଗମାଟି ଦିଶିଗଲାନ। ଆଉର ମାସେ ଦୁଇମାସ ଏନ୍‌ଥେଇ ଚାଲ୍‌ଲେ ଜଂଗଲଟା ପୂରା ସଫା ହେଇଯିବା। ପାହାଡ଼ ତଲର ଇ ଜଂଗଲ ବରଷା ଦିନେ ପାହାଡ଼ର ମାଏଟ୍‌ ଧସ୍‌ବାରୁ ବଁଚଉଛେ। ଇଥିରଲାଗି ବନବିଭାଗ ଆସର ପାସର ଗାଁବାସୀକୁ ସଚେତନ କରବାର ଜାଗାରେ ଚୁପ୍‌ମାରି ବସିଛେ। ଇ ବାବ୍‌ଦେ ବନବିଭାଗ ରେଞ୍ଜର ଦିଲୀପ କୁମାର ଦିଗାଲ କହିଛନ୍‌ ଯେ, ଆମର ପାସେ ପାହାଡ଼ ତଲର ଜଂଗଲରେ ଗଛକଟା ହେଉଥିବାର ଖବର ରହିଛେ। ହେଲେ ଜାଗାଟା ଗ୍ରାମ୍ୟ ଜଂଗଲ ରେକର୍ଡରେ ନାଁଇଁନ, ରାଜସ୍ବ ବିଭାଗର ରେକର୍ଡରେ ରହିଛେ। ଯେନ୍‌ଥିରଲାଗି ଆମେ ପଦକ୍ଷେପ ନାଇଁ ନେଇପାରବାର। ହେଲେ ଇ ଦିଗେ ପଦକ୍ଷେପ ନେବାର ଚେଷ୍‌ଟା କରାଯିବା ବଲି ସେ କହିଥିଲେ।