Posted inଖେଳ

ଦିନେ ପ୍ରାକ୍ଟିସ୍‌ କରିବାକୁ ଏହି ଖେଳାଳିଙ୍କ ପାଖରେ ଜୋତା ନ ଥିଲା, କଟକରେ ଦେଖାଇଲେ ଜଲଓ୍ବା

କଟକର ବାରବାଟୀ ଷ୍ଟାଡିୟମ୍‌ ଯୁବ ବୋଲର ନବଦୀପ ସଇନୀଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ୨୭ ବର୍ଷୀୟ ସଇନି ୨୨୯ତମ ଭାରତୀୟ ଖେଳାଳି ଭାବେ ବାରବାଟୀରେ ଦିନିକିଆ ପଦାର୍ପଣ କରିଥିଲେ। ହରିୟାଣାର କର୍ନଲରେ ଜନ୍ମଗ୍ରହଣ କରିଥିବା ନବଦୀପ ଭାରତୀୟ ଟିମ୍‌ ପାଇଁ ଖେଳିବାକୁ ବହୁ ସଂଘର୍ଷ କରିଛନ୍ତି। ଦିନେ ମ୍ୟାଚ୍‌ ପିଛା ୨୦୦ ଟଙ୍କା ପାଉଥିବା ସଇନୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ୧୦ ଓଭରରେ ୫୮ ରନ୍‌ ଦେଇ ଦୁଇଟି ମୂଲ୍ୟବାନ ଉଇକେଟ ନେଇ ନିଜ କ୍ରୀଡ଼ା ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୩ ତାରିଖରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ପଦାର୍ପଣ କରିଥିଲେ। ସଇନୀ ୨୦୧୩ରୁ ଦିଲ୍ଲୀରୁ ଘରୋଇ କ୍ରିକେଟ ଖେଳିଆସୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ହିଁ ପ୍ରଥମେ ତାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ। ଏପରି କି ତାଙ୍କୁ ପ୍ରାକ୍ଟିସ୍‌ ପାଇଁ ଦୁଇହଳ ଜୋତା ମଧ୍ୟ ଯୋଗାଇ ଦେଇଥିଲେ। ତାଙ୍କ ପ୍ରୋତ୍ସାହନ ଏବଂ ସମର୍ଥନରେ ହିଁ ସଇନୀ ଆଜି ଏହି ସ୍ଥିତିରେ ପହଞ୍ଚିଛନ୍ତି। ନବଦୀପ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ବୋଲିଂ କରିବାକୁ ସକ୍ଷମ ଥିବାବେଳେ ଆଇପିଏଲ-୨୦୧୯ରେ ନିଜ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ। ଆର୍‌ସିବି(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ପକ୍ଷରୁ ଖେଳୁଥିବା ନବଦୀପ ସମୁଦାୟ ୧୩ ମ୍ୟାଚ୍‌ରୁ ୧୧ଟି ଉଇକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri