Posted inକଟକ

ଦିନକ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ: କୁଳପତି ଖୋଜା ଆରମ୍ଭ

କଟକ ଅଫିସ,୩୦ା୫-ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି ଉଚ୍ଚଶିକ୍ଷା ବିଭାଗ। ଏହାର ପ୍ରଥମ କୁଳପତି ନିଯୁକ୍ତି ପାଇଁ ଶନିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବାକୁ ବ୍ରହ୍ମପୁର, ସମ୍ବଲପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଚିଠି କରିଛି ବିଭାଗ। ଜୁନ୍‌ ପହିଲାରୁ ମହାବିଦ୍ୟାଳୟ ବଦଳରେ ବିଶ୍ୱବିଦ୍ୟାଳୟ ଲେଖାଯିବ। ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ତେଣୁ ତା’ ପୂର୍ବରୁ କୁଳପତି ଚୟନ ପ୍ରକ୍ରିୟା ସାରିବା ପାଇଁ ନିଷ୍ପତ୍ତି ହୋଇଛି।
୧୮୬୯ରେ ପ୍ରଥମେ ରେଭେନ୍‌ଶା କଲେଜିଏଟ୍‌ ବିଦ୍ୟାଳୟରେ ଆଇନ୍‌ ଡିପ୍ଲୋମା ପାଠ୍ୟକ୍ରମରୁ ଏହି ମହାବିଦ୍ୟାଳୟର ନିଅଁ ପଡ଼ିଥିଲା। ୧୯୪୩ରେ କଲେଜ ଛକ-ଷ୍ଟେଶନ ରୋଡ୍‌ରେ ଏହାର କ୍ୟାମ୍ପସ ପ୍ରତିଷ୍ଠା ହେଲା। ସେବେଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏହି ଅନୁଷ୍ଠାନ ଜୁନ୍‌ ପହିଲାରୁ ସ୍ବତନ୍ତ୍ର ବିଶ୍ୱବିଦ୍ୟାଳୟ ପାଲଟିବ। ତେବେ ଅନେକ ନାମୀ ଆଇନଜୀବୀ ତିଆରି କରିଥିବା ଏହି ଅନୁଷ୍ଠାନ ବହୁ ବର୍ଷ ହେଲା ସରକାରୀ ଉଦାସୀନତାର ଶିକାର ହୋଇଆସୁଛି। ନା ଅଧ୍ୟାପକ ଅଛନ୍ତି ନା କର୍ମଚାରୀ। ତେଣୁ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଦୀର୍ଘଦିନରୁ ଦାବି ହେଉଥିଲା। ମାର୍ଚ୍ଚ ୪ରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜରିଆରେ ଆଇନ ମହାବିଦ୍ୟାଳୟକୁ ଉନ୍ନୀତ କରି ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ। ଏହା ଅଧୀନରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଆଇନ ମହାବିଦ୍ୟାଳୟ ରହିବ। ତେବେ ଲକ୍‌ଡାଉନ୍‌ ଯୋଗୁ ନିଯୁକ୍ତି ଓ ଅନ୍ୟ ପଦକ୍ଷେପ ବନ୍ଦ ରହିଥିଲା। ଶନିବାର ଉଚ୍ଚଶିକ୍ଷା ବିଭାଗ ପୁଣିଥରେ ବିଜ୍ଞପ୍ତିରେ ଦର୍ଶାଇଛି ଯେ, ପ୍ରଶାସନିକ ଦକ୍ଷତା ରଖୁଥିବା ଓ ଜଣେ ଦକ୍ଷ ଶିକ୍ଷାବିତ୍‌ଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯିବ। ତାଙ୍କର କାର୍ଯ୍ୟକାଳ ଗୋଟିଏ ବର୍ଷ ରହିବ। ତେଣୁ ଅଧ୍ୟାପକ ର଼୍ୟାଙ୍କର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଦେବା ପାଇଁ ବ୍ରହ୍ମପୁର, ସମ୍ବଲପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି। ୭ ଦିନ ଭିତରେ ସେମାନେ ତାଲିକା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri