ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ

ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍‌.ଏ.)
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି। ଚିହ୍ନା ଚାଷୀଙ୍କ ଧାନ ପ୍ରଥମେ ଉଠାଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ମିଲର୍ସ ଏଜେଣ୍ଟକୁ ବଦଳାଇ ନୂତନ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ମଣ୍ଡରେ କୁଇଣ୍ଟାଲ ପିଛା ୫କି.ଗ୍ରା ଧାନ କଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବର ଅଞ୍ଚଳରେ ବର୍ଷା ହେଉଥିବା ବେଳେ ଧାନ ଫସଳ ନଷ୍ଟ ହେବା ଆଶଙ୍କା କରି ଚାଷୀମାନେ ବାଧ୍ୟହୋଇ କଟନିରେ ମିର୍ଲସଙ୍କୁ ଧାନ ବିକ୍ରି କରି ଦେଉଛନ୍ତି। ଏହି ମଣ୍ଡି ସପ୍ତାହର ସବୁଦିନ ଚାଲିବାକୁ ଥିବାବେଳେ ଏଠାରେ ଧାନ ଉଠାଣ କରିବା ପାଇଁ ବାଲାଜୀ ରାଇସ୍‌ ମିଲ, ତ୍ରିପୁରା ଫୁଡ୍‌ ପ୍ରଡକ୍ଟ, ଏସ୍‌.ଏମ୍‌ ରାଇସ୍‌ ମିଲ ମାଲଗୁଡା, ନୀଲକଣ୍ଠ ଉଦୌଗ, ଶ୍ରୀକ୍ରିର୍ଷ୍ଣା ରାଇସ୍‌ ମିଲ, ସିଦ୍ଦାର୍ଥ ରାଇସ୍‌ ମିଲ, ଆର୍‌କେ ଏଗ୍ରୋ ଏକ୍ସପୋଟର୍‌ସ, ଡିକେ ରାଇସ୍‌ ମିଲକୁ ଦାୟିତ୍ୱ ଦିଆଯାଇଛି। ଦାସିଗଁା ମଣ୍ଡିରେ ଦାସିଗଁା ସମେତ ତାଲପଦର, ପଦମପୁର, ବାନ୍ଧନପଲା, ମାଲପଡା, ଚୋରଖସିଗୁଡା ଆଦି ଗ୍ରାମର ଶତାଧିକ ଚାଷୀ ଧାନ ବିକ୍ରି କରିଥାନ୍ତି। ଗତ ୩ଦିନ ଭିତରେ ଏଠାରେ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଉଠାଣ ହୋଇଥିବା ସ୍ଥାନୀୟ ପ୍ୟାକ୍ସ ପକ୍ଷରୁ ଜଣାପଡିଛି। ଏ ନେଇ ଦାସିଗଁା ପ୍ୟାକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁପ୍ରସାଦ ସାହୁଙ୍କୁ ପଚାରିବାରୁ ଧାନକୁ ଦେଖି କଟନି କରାଯାଉଛି। ସେହିପରି ମିର୍ଲସ ଏଜେଣ୍ଟଙ୍କ ରାଜୁତି ବିଷୟରେ ପଚାରିବାରୁ ମଣ୍ଡି ବିଲମ୍ବ ଯୋଗୁ ଏପରି ବିଶୃଙ୍ଖଳା ହେଲା ବୋଲି କହିଥିଲେ।