Close up of male hands in bracelets behind back
ଠାକୁରମୁଣ୍ଡା,୨୧ା୯(ଡି.ଏନ୍.ଏ.)- ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ପୋଡ଼ି ହତ୍ୟା କରିଥିବା ଘଟଣାରେ ଫେରାର ଥିବା ଦାରା ସିଂଙ୍କ ଜଣେ ସହଯୋଗୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କୋଲ୍କାତାର ସି.ବି.ଆଇ. ଟିମ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଦ୍ଧଦେବ ନାୟକ। ଠାକୁରମୁଣ୍ଡା ଥାନା ଭରାଣ୍ଡିହା ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମସ୍ଥିତ ଘରୁ ତାଙ୍କୁ ଗିରଫ କରି ଭୁବନେଶ୍ୱର ନିଆଯାଇଥିବା ଠାକୁରମୁଣ୍ଡା ପୋଲିସ ସୂତ୍ରରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ଜାନୁୟାରୀ ୨୨ ତାରିଖରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ଦାରା ସିଂ ଓ ତାଙ୍କ ସହଯୋଗୀମାନେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା।