ଦହିସଢ଼ାଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା: ଗାଡ଼ିରୁ ଖସି ପଡ଼ିବାରୁ ଚଢ଼ିଗଲା ଟ୍ରକ୍‌, ଜଣେ ମୃତ

ସୋର,୭।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦହିସଢ଼ାଠାରେ ଶୁକ୍ରବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୁଗୁନପୁର ଗ୍ରାମର ଶଶିକାନ୍ତ ନାୟକ(୪୫)।

ସୂଚନାନୁଯାୟୀ, ବିିପରୀତ ପଟୁ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବା ପରେ ଶଶିକାନ୍ତ ତଳେ ପଡ଼ିଯାଇଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା କୁକୁଡ଼ା ଭର୍ତ୍ତି ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ମୃତଦେହ ଜବତ କରିଛନ୍ତି। ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକ ରଖିବା ସହ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି।