ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ

ଭୁବନେଶ୍ୱର, ୪-୯ (ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ସାମିଲ ହୋଇଛନ୍ତି। ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରୁ ବାଦ୍‌ ପଡ଼ିବା ପରେ ଆସାମ ସମେତ ଦେଶବ୍ୟାପୀ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଥିଲା ଆସାମକୁ ବେଆଇନ ଭାବେ ଅନୁପ୍ରବେଶ କରିଥିବା ବାଂଲାଦେଶୀ ମୁସଲମାନଙ୍କୁ ତଡ଼ିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। କିନ୍ତୁ ୧୯୬୦ ପୂର୍ବରୁ ପୂର୍ବ ପାକିସ୍ତାନରୁ ଆସିଥିବା ହିନ୍ଦୁମାନେ ମଧ୍ୟ ତାଲିକାରୁ ବାଦ୍‌ ପଡ଼ିଯାଇଛନ୍ତି। ଏନ୍‌ଆର୍‌ସି ଏବେ ଆସାମରେ ବିଭେଦର ରେଖା ଟାଣିଥିବା ବେଳେ ଓଡ଼ିଶା ସମେତ ଅନ୍ୟାନ୍ୟ କେତେକ ରାଜ୍ୟରେ ସମାନ ବ୍ୟବସ୍ଥା ଲାଗୁ କରାଗଲେ ଅନୁପ୍ରବେଶକାରୀମାନଙ୍କୁ ଠାବ କରାଯାଇପାରିବ ବୋଲି କଥା ଉଠିଲାଣି। ଏଭଳି ସ୍ଥଳେ କେଉଁମାନେ ନାଗରିକତ୍ୱ ପାଇବା ପାଇଁ ହକ୍‌ଦାର ଓ ଏଥିଲାଗି ରହିଥିବା ସର୍ତ୍ତ ପୂରଣ କିଭଳି ହୋଇପାରିବ ତାହା ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।

ଆସାମରେ ଏନ୍‌ଆର୍‌ସି ଚିଠା ତାଲିକାରୁ ପ୍ରଥମେ ଯେଉଁମାନେ ବାଦ୍‌ ପଡିଥିଲେ, ସେମାନଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟ ବର୍ଷକ ତଳେ (୫ ସେପ୍ଟେମ୍ବର ୨୦୧୮) ୧୦ଟି ଦଲିଲର ପ୍ରମାଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ଅନ୍ୟ ପକ୍ଷମାନଙ୍କ ମତାମତ ଲୋଡ଼ିଥିଲେ। ଏନେଇ ଅଦାଲତ ଆସାମ ପବ୍ଲିକ୍‌ ଓ୍ବାର୍କସ, ଆସାମ ସମ୍ମିଳିତ ମହାସଂଘ, ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଦୋଲାଣ୍ଡ (ପ୍ରୋଗ୍ରେସିଭ୍‌), ଇଣ୍ଡିଜେନିଅସ୍‌ ଟ୍ରାଇବାଲ ପିପୁଲ୍ସ ଫେଡେରେଶନ, ଅଲ୍‌ ଆସାମ ଭୋଜପୁରୀ ପରିଷଦ, ବଙ୍ଗାଳୀ ଶରଣାର୍ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି, ଅଲ୍‌ ଆସାମ ମାଇନରିଟି ଷ୍ଟୁଡେଣ୍ଟସ୍‌ ୟୁନିୟନ ଏବଂ ଜାମିଆତ ଉଲେମା-ଇ-ହିନ୍ଦ୍‌ ସଂଗଠନକୁ ମଧ୍ୟ ଜବାବ ମାଗିଥିଲେ। ତେବେ ନାଗରିକତ୍ୱ ହାସଲ ସକାଶେ ୧୦ଟି ପରିଚୟ ଦସ୍ତାବିଜ୍‌ ପ୍ରାମାଣିକ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ରୋହିଣ୍ଟନ ଫଲି ନରିମାନ କହିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ଆସାମରେ ଏନ୍‌ଆରସି ଚିଠା ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୨ କୋଟି ୮୯ ଲକ୍ଷ ୮୩ ହଜାର ୬୭୭ ଜଣ ସାମିଲ ହୋଇଥିଲେ। ୩ କୋଟି ୨୯ ଲକ୍ଷ ୯୧ ହଜାର ୩୮୪ ଜଣ ଆବେଦନ କରିଥିବାବେଳେ ୪୦ ଲକ୍ଷ ୭ ହଜାର ୭୦୭ ଜଣ ତାଲିକାରୁ ବାଦ୍‌ ପଡିଥିଲେ। ସେମାନଙ୍କ ମଧ୍ୟରୁ ପ୍ରକୃତ ଯୋଗ୍ୟଙ୍କୁ ଏନ୍‌ଆର୍‌ସିରେ ସାମିଲ କରିବା ପାଇଁ ଏହାର ଆସାମ ଆବାହକ ପ୍ରତୀକ ହାଜେଲା ଦେଇଥିବା ପରିଚୟ ଦସ୍ତାବିଜ୍‌ ପ୍ରସ୍ତାବ ମଧ୍ୟରୁ ଜଷ୍ଟିସ ରଞ୍ଜନ ଗୋଗୋଇ ଓ ନରିମାନଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୦ଟିକୁ ଚୟନ କରିଥିଲା। ସେଗୁଡ଼ିକ ହେଲା-ଜମି ପଟ୍ଟା, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଏଲ୍‌ଆଇସି ପଲିସି, ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ପାଇଥିବା ଲାଇସେନ୍ସ ଅଥବା ପ୍ରମାଣପତ୍ର, ସରକାରୀ କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନୀରେ ନିଯୁକ୍ତି ସମ୍ପର୍କିତ ଦସ୍ତାବିଜ୍‌, ବ୍ୟାଙ୍କ କିମ୍ବା ପୋଷ୍ଟଅଫିସ୍‌ ଆକାଉଣ୍ଟ, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇସ୍ୟୁ ହୋଇଥିବା ଜନ୍ମ ପ୍ରମାଣପତ୍ର, ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟ ଦେଇଥିବା ଶିକ୍ଷାଗତ ପ୍ରମାଣପତ୍ର, ବିଚାର ବିଭାଗୀୟ ରେକର୍ଡ ଏବଂ ରାଜସ୍ବ ଅଦାଲତର ରେକର୍ଡ। ଏହିସବୁ ଦସ୍ତାବିଜ ୧୯୭୧ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ରହିଥିବା ଆବଶ୍ୟକ ବୋଲି ଏନ୍‌ଆର୍‌ସିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?