Categories: ଯାଜପୁର

ଦଶରଥପୁର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଦଶରଥପୁର,୧୧-୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦ୍‌ଘାାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଠାରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଶିକାନ୍ତ ଦାଶଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥିଭାବେ ଏବିଇଓ ରବିନାରାୟଣ ତ୍ରିପାଠୀ, ଦଶରଥପୁର ସରପଞ୍ଚ ଇନ୍ଦ୍ରଜିତ୍‌ ଦାସ, ସମିତିସଭ୍ୟ ମହେଶ୍ୱର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡ଼ାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ରୀଡ଼ା ଶିକ୍ଷକ କମଳ ଲୋଚନ ବେହୁରିଆ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ବ୍ଲକର ଚାରୋଟି ଜୋନ୍‌ ଯଥା ଦଶରଥପୁର, ମଙ୍ଗଳପୁର, ଅହିୟାସ ଓ ରାମବାଗରୁ ୨୮୦ଜଣ ପ୍ରତିଯୋଗୀ ଯୋଗଦେଇଛନ୍ତି। ୧୪ବର୍ଷରୁ କମ୍‌ ବାଳିକାବାଳକ ଓ ୧୭ବର୍ଷରୁ କମ୍‌ ବାଳିକାବାଳକ ଜୁନିୟର ଓ ସିନିୟରଭାବେ ଭାଗନେବେ। ଉକ୍ତ ପ୍ରତିଯୋଗିତାରେ କବାଡ଼ି, ବ୍ୟାଡ଼ ମିଣ୍ଟନ୍‌ ଖୋ ଖୋ ପ୍ରତିଯୋଗିତା କରାଯିବ। ଖେଳ ଶିକ୍ଷକ ସର୍ବେଶ୍ୱର ରାଉତ, ଖଗେଶ୍ୱର ରାଉତ, ବିନୟ ବେହେରା, ହୃଷୀକେଶ ମୁଦୁଲି, ଜ୍ୟୋତିରଞ୍ଜନ ସାମଲ, ହରିହର ଜେନା, ଦୀନବନ୍ଧୁ ବେହେରା, ବିନୟ ବେହେରା, ଖେଳ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ମହାନ୍ତି, ପ୍ରତିମା ପଣ୍ଡା, ସୁନୀତା ବେହେରା ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ। ପ୍ରତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆସନ୍ତା ୧୪, ୧୫ ଓ ୧୬ତାରିଖ ତିନିଦିନ ଧରି ସୁକିନ୍ଦାଠାରେ ହେବାକୁଥିବା ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବେ। ଏଥିରେ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।