ଦଶମ ଶ୍ରେଣୀରେ ସମସ୍ତେ ପାସ୍‌

ଚେନ୍ନାଇ, ୧୦ା୬: ତାମିଲନାଡ଼ୁରେ ଦଶମ ବୋର୍ଡ ପରୀକ୍ଷାକୁ ମଙ୍ଗଳବାର ବାତିଲ କରାଯାଇଛି। ଜୁନ୍‌ ୧୫ରୁ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ମୁଖ୍ୟମନ୍ତ୍ରୀ ଇ. କେ. ପାଲାନିସାମି ମହାମାରୀ କରୋନା ଯୋଗୁ ବୋର୍ଡ ପରୀକ୍ଷା ବାତିଲ ସହ ସମସ୍ତ ଛାତ୍ରୀଛାତ୍ର ପାସ୍‌ ହେବେ ବୋଲି ଘୋଷଣା କରିଛନ୍ତି। ଏଥିସହ ବାକିଥିବା ଦ୍ୱାଦଶ ଶ୍ରେଣୀର କେତେକ ପରୀକ୍ଷାକୁ ମଧ୍ୟ କରୋନା ଲାଗି ବାତିଲ କରିଦିଆଯାଇଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମାର୍କ ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଓ ଉପସ୍ଥାନ ଆଧାରରେ ଗଣନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ହାଇକୋର୍ଟ ଓ ବିରୋଧୀ ଦଳ ପକ୍ଷରୁ ପିଲାଙ୍କ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବାକୁ ଜୁନ୍‌ ୧୧ ପର୍ଯ୍ୟନ୍ତ ହାଇକୋର୍ଟ ସରକାରଙ୍କୁ ସମୟ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତେଲଙ୍ଗାନାରେ ସୋମବାର ସବୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାସ୍‌ ଘୋଷଣା କରାଯାଇଥିଲା।

ଚଳିତବର୍ଷ କମିବ ସ୍କୁଲ ସିଲାବସ୍‌
ମହାମାରୀ କରୋନାର ପ୍ରାଦୁର୍ଭାବ ଯୋଗୁ ଚଳିତବର୍ଷ ସ୍କୁଲ ପାଠ୍ୟକ୍ରମ (ସିଲାବସ୍‌)କୁ କମାଯିବା ଲାଗି ସରକାର ଚିନ୍ତା କରିଛନ୍ତି। ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। କରୋନା ଯୋଗୁ ବିଭିନ୍ନ ସ୍କୁଲ, କଲେଜ ବନ୍ଦ ରହିବା, ପରୀକ୍ଷା ବାତିଲ ହେବା କାରଣରୁ ଅଭିଭାବକମାନେ ଚିନ୍ତିତ ଅଛନ୍ତି। ଏଥିସହ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ସନ୍ଦିହାନ ହୋଇପଡ଼ିଛନ୍ତି। ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନ୍‌ ପାଠପଢ଼ା ସେଭଳି ଉପଯୋଗୀ ନୁହେଁ। ତେଣୁ ଅଭିଭାବକ ଓ ଶିକ୍ଷକମାନେ ଏନେଇ ସେମାନଙ୍କ ମତ ରଖିବା ଆରମ୍ଭ କରିଛନ୍ତି। ଏହାକୁ ଆଧାର କରି ସ୍କୁଲ ପାଠ୍ୟକ୍ରମ କମାଯିବା ଲାଗି ବିଚାର କରାଯାଇଥିବା ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି। ଅନ୍‌ଲାଇନ୍‌ ପାଠପଢ଼ା ଯୋଗୁ ପିଲାମାନଙ୍କ ଉପରେ ଓ୍ବାର୍କଲୋଡ୍‌ ପଡ଼ୁଛି। ସ୍କୁଲ ଖୋଲିବା ପରେ ଅଧିକ ପାଠପଢ଼ା ଓ ପରୀକ୍ଷା ଚିନ୍ତା ସେମାନଙ୍କ ମୁଣ୍ଡରେ ରହିବ। ଏଥିସହ ସାମାଜିକ ଦୂରତ୍ୱ ରକ୍ଷାକରି ପିଲାଙ୍କୁ ଦୈନିକ ପାଠ ପଢ଼ାଯିବା କଷ୍ଟସାଧ୍ୟ ବ୍ୟାପାର। ଏହାକୁ ହାଲ୍‌କା କରିବା ଲାଗି ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପୋଖରିୟାଲ ପ୍ରକାଶ କରିଛନ୍ତି। ସୋମବାର ଗଣଶିକ୍ଷା ସଚିବ ଅନୀତା କରଓ୍ବାଲଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ବସିଥିଲା। ପ୍ରତିଦିନ ୩ ଘଣ୍ଟା ଅନ୍‌ଲାଇନ୍‌ କ୍ଲାସ କରିବା ଓ ସ୍କୁଲ ଖୋଲିଲେ ସାମାଜିକ ଦୂରତ୍ୱ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri