Posted inଖେଳ

ଦଳରେ ସନ୍ତୁଳନ ରହିଛି: କୋଚ୍‌ ଗ୍ରାହମ ରିଡ୍‌

ଭୁବନେଶ୍ୱର,୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ଏହି ଟୁର୍ନାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହିବ ବୋଲି ହେଡ୍‌ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। କୋଚ୍‌ ହିସାବରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟରେ ଭୂମିକା ନିର୍ବାହ କରିବାକୁ ଯାଉଛି। ୨୦୨୦ ଅଲିମ୍ପିକ୍ସ ଲାଗି ଏହି ଟୁର୍ନାମେଣ୍ଟ ଆମ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଆମେ ଏକ ସନ୍ତୁଳିତ ଦଳ ଚୟନ କରିଛୁ ବୋଲି ସେ କହିଛନ୍ତି। ଇଞ୍ଜୁରି ମୁକ୍ତ ହୋଇ ରମନଦୀପ ସିଂ ଓ ଅଷ୍ଟ୍ରେଲିଆ ଗସ୍ତରେ ବିଶ୍ରାମରେ ଥିବା ବରୁଣ କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୁଣି ସୁମିତ ଓ ଅମିତ ରୋହିଦାସଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଭାରତୀୟ ଡିଫେନ୍ସ ଆହୁରି ଦୃଢ ହେବ ଓ ପେନାଲ୍ଟି କର୍ନର କନଭରସନରେ ମଧ୍ୟ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ସେହିପରି ସିମରନଜିତଙ୍କ ପ୍ରତ୍ୟାବର୍ତ୍ତନରେ ଫରଓ୍ବାର୍ଡ ଲାଇନ୍‌ରେ ଦଳର ଷ୍ଟ୍ରାଇକ୍‌ ପାଓ୍ବାରରେ ଉନ୍ନତି ହେବ ବୋଲି ରିଡ୍‌ କହିଛନ୍ତି। ସର୍କଲ ଏଣ୍ଟ୍ରି, ଟାଇଟ ମାର୍କିଂ ଓ ଟ୍ୟାକ୍‌ଲିଂ ଉପରେ ଆମେ ବର୍ତ୍ତମାନ ଧ୍ୟାନ ଦେଉଛୁ। ଏଥିରେ ଉନ୍ନତି ଆଣିବାକୁ ପ୍ରୟାସ କରିବୁ। ଟୁର୍ନାମେଣ୍ଟରେ ଦଳ କିପରି ସ୍ଥିର ପ୍ରଦର୍ଶନ କରି ତାହା ଉପରେ ଗୁରୁତ୍ୱ ଦେବୁ। ତେଣୁ ଆମେ ସବୁ ଦଳକୁ ସମାନ ଗୁରୁତ୍ୱ ଓ ସମ୍ମାନ ଦେବୁ। ସବୁ ମ୍ୟାଚ୍‌ରେ ଆମେ ଶତପ୍ରତିଶତ ପ୍ରଦର୍ଶନ ପାଇଁ ଚେଷ୍ଟିତ ହେବୁ। ଶ୍ରେଷ୍ଠ ପ୍ରଦର୍ଶନ କରି ଶୀର୍ଷରେ ରହିବା ପାଇଁ ପ୍ରୟାସ କରିବୁ। ଗତ ଅଷ୍ଟ୍ରେଲିଆ ଗସ୍ତ ଆମ ପାଇଁ ଲାଭଦାୟକ ହୋଇଛି। ବିଶ୍ୱର ଶ୍ରେଷ୍ଠ ଦଳ ବିପକ୍ଷରେ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ହାସଲ କରିଛୁ ଓ ଏହା ଏମେ କାମରେ ଆସିବ। ପେନାଲ୍ଟି କର୍ନର ପାଇଁ ଆମେ ୩ଜଣ ଡ୍ରାଗ୍‌ ଫ୍ଲିକରଙ୍କୁ ଚୟନ କରିଛୁ ବୋଲି ସେ କହିଛନ୍ତି। ମୋଟାମୋଟି ଉପରେ ଦଳର ସଫଳତା ନେଇ ରିଡ୍‌ ଆଶାବାଦୀ ଥିବା କଥା କହିଛନ୍ତି।

କୌଣସି ଦଳକୁ ହେୟ ମନେକରୁନୁ: ମନପ୍ରୀତ
ଟୁର୍ନାମେଣ୍ଟରେ କୌଣସି ଦଳକୁ ହେୟ ମନେ କରିହେବ ନାହିଁ। ତେବେ ଜାପାନ ଓ ଦକ୍ଷିଣ ଆଫ୍ରିକା ଭଳି ଭାରତକୁ କଡ଼ା ଚ୍ୟାଲେଞ୍ଜ୍‌ ଦେବେ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ଦଳର ତଥା ଖେଳାଳିଙ୍କ ଆତ୍ମବିଶ୍ୱାସ ସ୍ତରରେ ଉନ୍ନତି ଆଣିବାକୁ ପ୍ରୟାସ କରାଯିବ। ଟୁର୍ନାମେଣ୍ଟରେ ସବୁ ସୁଯୋଗର ସଦ୍‌ବ୍ୟବହାର କରି ଗୋଲରେ ପରିଣତ କରିବାକୁ ଚେଷ୍ଟା କରିବୁ ଓ ଏହା ଆମର ମୁଖ୍ୟ ତଥା ମୂଳ ଲକ୍ଷ୍ୟ ହେବ। ଡିଫେନ୍ସରେ ଥିବା ଦୁର୍ବଳତାକୁ ଦୂର କରିବାକୁ ଚେଷ୍ଟା କରିବୁ। ଏ ନେଇ ମଧ୍ୟ ହୋମ୍‌ ଓ୍ବାର୍କ କରିଛୁ। ଏହା ହେଉଛି ଭାରତର ପୁରୁଣା ସମସ୍ୟା। ତେବେ ଏଥର ସବୁ ଦୁର୍ବଳତାକୁ ପଛରେ ପକାଇ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ମହାବାତ୍ୟା ଫନୀ ସତ୍ତ୍ୱେ ଷ୍ଟାଡିୟମ ସେତେଟା ପ୍ରଭାବିତ ହୋଇନାହିଁ। ଟର୍ଫ୍‌ରେ ମଧ୍ୟ ସେଭଳି କିଛି କ୍ଷତି ହୋଇନାହିଁ। ଭୁବନେଶ୍ୱରରେ ଖେଳିବା ଆମ ପାଇଁ ଏକ ସୌଭାଗ୍ୟର କଥା। ଏଠାକାର ଦର୍ଶନ ସବୁବେଳେ ଆମକୁ ଉତ୍ସାହିତ କରିଥାନ୍ତି। ଦର୍ଶକଙ୍କ ଭଲ ପାଇବା ଆମକୁ ଭଲ ଖେଳିବାକୁ ଉତ୍ସାହିତ କରିବ। ସାହସର ସହ ଫନୀକୁ ମୁକାବିଲା କରିବାରେ ଭୁବନେଶ୍ୱରବାସୀ ସଫଳ ହୋଇଛନ୍ତି ଓ ସରକାର ମଧ୍ୟ ଆଖିଦୃଶିଖଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ବିଶ୍ୱକପ୍‌ ଭଳି ଭୁବନେଶ୍ୱର ଦର୍ଶକ ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ହାସଲ କରିବେ।

ପୁରୁଣା ତ୍ରୁଟି ସୁଧାରିବାକୁ ପ୍ରୟାସ କରିବୁ: ବୀରେନ୍ଦ୍ର
ଫନୀ ଯୋଗୁ କଳିଙ୍ଗ ଷ୍ଟାଡିୟମର ଟର୍ଫ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି। ଆମେ ୪/୫ ଦିନ ହେବ ଅଭ୍ୟାସ କରିଛୁ। ଟର୍ଫ୍‌ରେ କୌଣସି ସମସ୍ୟା ନାହିଁ ବୋଲି ଆମେ ନିଶ୍ଚିତ ଅଛୁ। ଘୋଷିତ ଦଳ ବେଶ୍‌ ସନ୍ତୁଳିତ। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି। ମ୍ୟାଚ୍‌ ଅନ୍ତିମକ୍ଷଣରେ ଆମେ ଗୋଲ ବରଣ କରିଆସୁଛୁ। ଏହା ନିଶ୍ଚିତ ଭାବେ ଏକ ପୁରୁଣା ସମସ୍ୟା। ତେବେ ଏହି ତ୍ରୁଟିକୁ ସୁଧାରିବା ପାଇଁ ଅଭ୍ୟାସ କରୁଛୁ। କେବଳ ସେତିକି ନୁହଁ, ଅନ୍ତିମ ମୁହୂର୍ତ୍ତରେ କିପର ଆମେ ଗୋଲ ଦେବାରେ ସଫଳ ହେବୁ ସେ ନେଇ ମଧ୍ୟ ପ୍ରୟାସ ଜାରି ରଖିଛୁ। ନୂଆ କୋଚ୍‌ ଏଥିପାଇଁ ଭିଡିଓ ଆନାଲିସିସ କରି ରଣନୀତି ପ୍ରସ୍ତୁତ କରିବେ ବୋଲି ବୀରେନ୍ଦ୍ର କହିଛନ୍ତି। ନୂଆ କୋଚ୍‌ ବେସିକ ସ୍କିଲ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ। ର଼୍ୟାଙ୍କିଙ୍ଗକୁ ଦେଖି କୌଣସି ଦଳର ଶକ୍ତି ଓ ସାମର୍ଥ୍ୟକୁ ଆମେ ମାପିବାକୁ ଚେଷ୍ଟା କରିବୁନି। ଯେକୌଣସି ଦିନରେ ଯେକୌଣସି ଦଳ ବିଜୟୀ ହୋଇପାରିବ। ତେଣୁ ସବୁ ଦଳ ଓ ମ୍ୟାଚ୍‌କୁ ଆମେ ସମାନ ଗୁରୁତ୍ୱ ଦେବୁ। ଛୋଟ ଦଳ ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଥାନ୍ତି। ତେବେ ଜାପାନ ଓ ଦକ୍ଷିଣ ଆଫ୍ରିକା ଭାରତକୁ ଚ୍ୟାଲେଞ୍ଜ୍‌ ଦେବେ ବୋଲି ବୀରେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri