Posted inଖେଳ

ଦଳରେ ସନ୍ତୁଳନ ରହିଛି: କୋଚ୍‌ ଗ୍ରାହମ ରିଡ୍‌

ଭୁବନେଶ୍ୱର,୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ଏହି ଟୁର୍ନାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହିବ ବୋଲି ହେଡ୍‌ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। କୋଚ୍‌ ହିସାବରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟରେ ଭୂମିକା ନିର୍ବାହ କରିବାକୁ ଯାଉଛି। ୨୦୨୦ ଅଲିମ୍ପିକ୍ସ ଲାଗି ଏହି ଟୁର୍ନାମେଣ୍ଟ ଆମ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଆମେ ଏକ ସନ୍ତୁଳିତ ଦଳ ଚୟନ କରିଛୁ ବୋଲି ସେ କହିଛନ୍ତି। ଇଞ୍ଜୁରି ମୁକ୍ତ ହୋଇ ରମନଦୀପ ସିଂ ଓ ଅଷ୍ଟ୍ରେଲିଆ ଗସ୍ତରେ ବିଶ୍ରାମରେ ଥିବା ବରୁଣ କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୁଣି ସୁମିତ ଓ ଅମିତ ରୋହିଦାସଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଭାରତୀୟ ଡିଫେନ୍ସ ଆହୁରି ଦୃଢ ହେବ ଓ ପେନାଲ୍ଟି କର୍ନର କନଭରସନରେ ମଧ୍ୟ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ସେହିପରି ସିମରନଜିତଙ୍କ ପ୍ରତ୍ୟାବର୍ତ୍ତନରେ ଫରଓ୍ବାର୍ଡ ଲାଇନ୍‌ରେ ଦଳର ଷ୍ଟ୍ରାଇକ୍‌ ପାଓ୍ବାରରେ ଉନ୍ନତି ହେବ ବୋଲି ରିଡ୍‌ କହିଛନ୍ତି। ସର୍କଲ ଏଣ୍ଟ୍ରି, ଟାଇଟ ମାର୍କିଂ ଓ ଟ୍ୟାକ୍‌ଲିଂ ଉପରେ ଆମେ ବର୍ତ୍ତମାନ ଧ୍ୟାନ ଦେଉଛୁ। ଏଥିରେ ଉନ୍ନତି ଆଣିବାକୁ ପ୍ରୟାସ କରିବୁ। ଟୁର୍ନାମେଣ୍ଟରେ ଦଳ କିପରି ସ୍ଥିର ପ୍ରଦର୍ଶନ କରି ତାହା ଉପରେ ଗୁରୁତ୍ୱ ଦେବୁ। ତେଣୁ ଆମେ ସବୁ ଦଳକୁ ସମାନ ଗୁରୁତ୍ୱ ଓ ସମ୍ମାନ ଦେବୁ। ସବୁ ମ୍ୟାଚ୍‌ରେ ଆମେ ଶତପ୍ରତିଶତ ପ୍ରଦର୍ଶନ ପାଇଁ ଚେଷ୍ଟିତ ହେବୁ। ଶ୍ରେଷ୍ଠ ପ୍ରଦର୍ଶନ କରି ଶୀର୍ଷରେ ରହିବା ପାଇଁ ପ୍ରୟାସ କରିବୁ। ଗତ ଅଷ୍ଟ୍ରେଲିଆ ଗସ୍ତ ଆମ ପାଇଁ ଲାଭଦାୟକ ହୋଇଛି। ବିଶ୍ୱର ଶ୍ରେଷ୍ଠ ଦଳ ବିପକ୍ଷରେ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ହାସଲ କରିଛୁ ଓ ଏହା ଏମେ କାମରେ ଆସିବ। ପେନାଲ୍ଟି କର୍ନର ପାଇଁ ଆମେ ୩ଜଣ ଡ୍ରାଗ୍‌ ଫ୍ଲିକରଙ୍କୁ ଚୟନ କରିଛୁ ବୋଲି ସେ କହିଛନ୍ତି। ମୋଟାମୋଟି ଉପରେ ଦଳର ସଫଳତା ନେଇ ରିଡ୍‌ ଆଶାବାଦୀ ଥିବା କଥା କହିଛନ୍ତି।

କୌଣସି ଦଳକୁ ହେୟ ମନେକରୁନୁ: ମନପ୍ରୀତ
ଟୁର୍ନାମେଣ୍ଟରେ କୌଣସି ଦଳକୁ ହେୟ ମନେ କରିହେବ ନାହିଁ। ତେବେ ଜାପାନ ଓ ଦକ୍ଷିଣ ଆଫ୍ରିକା ଭଳି ଭାରତକୁ କଡ଼ା ଚ୍ୟାଲେଞ୍ଜ୍‌ ଦେବେ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ଦଳର ତଥା ଖେଳାଳିଙ୍କ ଆତ୍ମବିଶ୍ୱାସ ସ୍ତରରେ ଉନ୍ନତି ଆଣିବାକୁ ପ୍ରୟାସ କରାଯିବ। ଟୁର୍ନାମେଣ୍ଟରେ ସବୁ ସୁଯୋଗର ସଦ୍‌ବ୍ୟବହାର କରି ଗୋଲରେ ପରିଣତ କରିବାକୁ ଚେଷ୍ଟା କରିବୁ ଓ ଏହା ଆମର ମୁଖ୍ୟ ତଥା ମୂଳ ଲକ୍ଷ୍ୟ ହେବ। ଡିଫେନ୍ସରେ ଥିବା ଦୁର୍ବଳତାକୁ ଦୂର କରିବାକୁ ଚେଷ୍ଟା କରିବୁ। ଏ ନେଇ ମଧ୍ୟ ହୋମ୍‌ ଓ୍ବାର୍କ କରିଛୁ। ଏହା ହେଉଛି ଭାରତର ପୁରୁଣା ସମସ୍ୟା। ତେବେ ଏଥର ସବୁ ଦୁର୍ବଳତାକୁ ପଛରେ ପକାଇ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ମହାବାତ୍ୟା ଫନୀ ସତ୍ତ୍ୱେ ଷ୍ଟାଡିୟମ ସେତେଟା ପ୍ରଭାବିତ ହୋଇନାହିଁ। ଟର୍ଫ୍‌ରେ ମଧ୍ୟ ସେଭଳି କିଛି କ୍ଷତି ହୋଇନାହିଁ। ଭୁବନେଶ୍ୱରରେ ଖେଳିବା ଆମ ପାଇଁ ଏକ ସୌଭାଗ୍ୟର କଥା। ଏଠାକାର ଦର୍ଶନ ସବୁବେଳେ ଆମକୁ ଉତ୍ସାହିତ କରିଥାନ୍ତି। ଦର୍ଶକଙ୍କ ଭଲ ପାଇବା ଆମକୁ ଭଲ ଖେଳିବାକୁ ଉତ୍ସାହିତ କରିବ। ସାହସର ସହ ଫନୀକୁ ମୁକାବିଲା କରିବାରେ ଭୁବନେଶ୍ୱରବାସୀ ସଫଳ ହୋଇଛନ୍ତି ଓ ସରକାର ମଧ୍ୟ ଆଖିଦୃଶିଖଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ବିଶ୍ୱକପ୍‌ ଭଳି ଭୁବନେଶ୍ୱର ଦର୍ଶକ ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ହାସଲ କରିବେ।

ପୁରୁଣା ତ୍ରୁଟି ସୁଧାରିବାକୁ ପ୍ରୟାସ କରିବୁ: ବୀରେନ୍ଦ୍ର
ଫନୀ ଯୋଗୁ କଳିଙ୍ଗ ଷ୍ଟାଡିୟମର ଟର୍ଫ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି। ଆମେ ୪/୫ ଦିନ ହେବ ଅଭ୍ୟାସ କରିଛୁ। ଟର୍ଫ୍‌ରେ କୌଣସି ସମସ୍ୟା ନାହିଁ ବୋଲି ଆମେ ନିଶ୍ଚିତ ଅଛୁ। ଘୋଷିତ ଦଳ ବେଶ୍‌ ସନ୍ତୁଳିତ। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି। ମ୍ୟାଚ୍‌ ଅନ୍ତିମକ୍ଷଣରେ ଆମେ ଗୋଲ ବରଣ କରିଆସୁଛୁ। ଏହା ନିଶ୍ଚିତ ଭାବେ ଏକ ପୁରୁଣା ସମସ୍ୟା। ତେବେ ଏହି ତ୍ରୁଟିକୁ ସୁଧାରିବା ପାଇଁ ଅଭ୍ୟାସ କରୁଛୁ। କେବଳ ସେତିକି ନୁହଁ, ଅନ୍ତିମ ମୁହୂର୍ତ୍ତରେ କିପର ଆମେ ଗୋଲ ଦେବାରେ ସଫଳ ହେବୁ ସେ ନେଇ ମଧ୍ୟ ପ୍ରୟାସ ଜାରି ରଖିଛୁ। ନୂଆ କୋଚ୍‌ ଏଥିପାଇଁ ଭିଡିଓ ଆନାଲିସିସ କରି ରଣନୀତି ପ୍ରସ୍ତୁତ କରିବେ ବୋଲି ବୀରେନ୍ଦ୍ର କହିଛନ୍ତି। ନୂଆ କୋଚ୍‌ ବେସିକ ସ୍କିଲ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ। ର଼୍ୟାଙ୍କିଙ୍ଗକୁ ଦେଖି କୌଣସି ଦଳର ଶକ୍ତି ଓ ସାମର୍ଥ୍ୟକୁ ଆମେ ମାପିବାକୁ ଚେଷ୍ଟା କରିବୁନି। ଯେକୌଣସି ଦିନରେ ଯେକୌଣସି ଦଳ ବିଜୟୀ ହୋଇପାରିବ। ତେଣୁ ସବୁ ଦଳ ଓ ମ୍ୟାଚ୍‌କୁ ଆମେ ସମାନ ଗୁରୁତ୍ୱ ଦେବୁ। ଛୋଟ ଦଳ ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଥାନ୍ତି। ତେବେ ଜାପାନ ଓ ଦକ୍ଷିଣ ଆଫ୍ରିକା ଭାରତକୁ ଚ୍ୟାଲେଞ୍ଜ୍‌ ଦେବେ ବୋଲି ବୀରେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri