ଦଲାଲମୁକ୍ତ ହୋଇନି ସରକାରୀ କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୬।୨ – ମେଡିକାଲ ହେଉ କି ଆର୍‌ଟିଓ କିମ୍ବା ଅନ୍ୟାନ୍ୟ ଅଫିସ, ଅନୁଗୋଳ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଦଲାଲ ରାଜ। ଏଥିଯୋଗୁ ସାଧାରଣ ଲୋକମାନେ ଠକାମିର ଶିକାର ହେଉଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାଜ୍ୟ ସରକାର ସରକାରୀ ଅଫିସକୁ ଦଲାଲ୍‌ମୁକ୍ତ କରିବାକୁ ଗୁରୁତ୍ୱ ଦେଉଥିଲେ ବି ଅନୁଗୋଳରେ ଏହାର ବ୍ୟତିକ୍ରମ ଚର୍ଚ୍ଚାର ବିଷୟ ହୋଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ମେଡିକାଲ, ତହସିଲ, ତାମଡା କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ଏବେ ବି ଏକାଧିକ ଦଲାଲ ସକ୍ରିୟ ରହିଛନ୍ତି। ସେମାନଙ୍କୁ ଧରାଯିବା କି ତଡ଼ାଯିବା ତ ଦୂରର କଥା ତାଗିଦ କରାଯିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ବିଭିନ୍ନ କାର୍ଯ୍ୟନେଇ ଆସୁଥିବା ଜନସାଧାରଣ ଏହି ଦଲାଲ୍‌ଙ୍କ କବଳରେ ପଡ଼ୁଛନ୍ତି। ସରକାରୀସ୍ତରରେ ଯେଉଁ କାର୍ଯ୍ୟ ପାଇଁ ୫ ଟଙ୍କା ଖର୍ଚ୍ଚ ହେବା କଥା ଦଲାଲଙ୍କ ଯୋଗୁ ସେମାନେ କାନମୁଣ୍ଡା ଆଉଁସି ୨୫ ଟଙ୍କା ଖର୍ଚ୍ଚ କରି ଫେରୁଛନ୍ତି। ଜିଲା କାର୍ଯ୍ୟାଳୟରେ ଏପରି ଦୁଇଜଣ ଦଲାଲଙ୍କୁ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଜଣେ ତହସିଲ ଓ ଜିଲା କାର୍ଯ୍ୟାଳୟରେ ଡେରା ପକାଇ ଚୁପ୍‌ଚାପ ବିଭିନ୍ନ କାର୍ଯ୍ୟ କରାଇ ନେଉଥିବା କୁହାଯାଉଥିବା ବେଳେ ଅନ୍ୟଜଣେ ଦୀର୍ଘଦିନ ଧରି ଏଠାରେ ରାଜ ଚଳାଇଛନ୍ତି। ବିଭିନ୍ନ ସମୟରେ ତାଙ୍କୁ ଜିଲା କାର୍ଯ୍ୟାଳୟ ପଛ ପାର୍ଶ୍ୱ ଓ ଅନୁଗୋଳ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳୁଛି। ବିଭିନ୍ନ ଲୋକଙ୍କ ସହ ଡିଲ୍‌ କରିବା ପରେ ସେ ଜିଲା କାର୍ଯ୍ୟାଳୟରେ ପଶି କାର୍ଯ୍ୟ କରିନେଉଥିବା ଆଲୋଚନା ହେଉଛି। ସେହିପରି ଏହି ଦଲାଲଙ୍କ କବଳରୁ ଅନୁଗୋଳ ତହସିଲ ମଧ୍ୟ ବାଦ୍‌ ପଡ଼ିନାହିଁ। ବିଭିନ୍ନ କାର୍ଯ୍ୟ ନେଇ ଗ୍ରାମାଞ୍ଚଳରୁ ଏଠାକୁ ଦୈନିକ ଆସୁଥିବା ଲୋକଙ୍କୁ କାମ କରାଇ ଦେବାର ପ୍ରତିଶ୍ରୁତି ଦେଇ ଦଲାଲମାନେ ବେଶ୍‌ ଅର୍ଥ ରୋଜଗାର କରୁଛନ୍ତି। ଗତବର୍ଷ ମେଡିକାଲ ଓ ପରିବହନ କାର୍ଯ୍ୟାଳୟରେ ଦଲାଲଗିରି କରୁଥିବା କହି ଅନୁଗୋଳ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ ବିଭିନ୍ନ କାର୍ଯ୍ୟାଳୟରେ ଦଲାଲ୍‌ମାନେ ସକ୍ରିୟ ଥିଲେ ବି ପୋଲିସ କାହିଁକି ଚୁପ୍‌ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଏଥିପ୍ରତି ଦୃଷ୍ଟି ଦିଆଯିବ। କେଉଁ ଦଲାଲ୍‌ କେଉଁଠି ବୁଲୁଛନ୍ତି ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri