ଦଲାଲମୁକ୍ତ ହୋଇନି ସରକାରୀ କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୬।୨ – ମେଡିକାଲ ହେଉ କି ଆର୍‌ଟିଓ କିମ୍ବା ଅନ୍ୟାନ୍ୟ ଅଫିସ, ଅନୁଗୋଳ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଦଲାଲ ରାଜ। ଏଥିଯୋଗୁ ସାଧାରଣ ଲୋକମାନେ ଠକାମିର ଶିକାର ହେଉଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାଜ୍ୟ ସରକାର ସରକାରୀ ଅଫିସକୁ ଦଲାଲ୍‌ମୁକ୍ତ କରିବାକୁ ଗୁରୁତ୍ୱ ଦେଉଥିଲେ ବି ଅନୁଗୋଳରେ ଏହାର ବ୍ୟତିକ୍ରମ ଚର୍ଚ୍ଚାର ବିଷୟ ହୋଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ମେଡିକାଲ, ତହସିଲ, ତାମଡା କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ଏବେ ବି ଏକାଧିକ ଦଲାଲ ସକ୍ରିୟ ରହିଛନ୍ତି। ସେମାନଙ୍କୁ ଧରାଯିବା କି ତଡ଼ାଯିବା ତ ଦୂରର କଥା ତାଗିଦ କରାଯିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ବିଭିନ୍ନ କାର୍ଯ୍ୟନେଇ ଆସୁଥିବା ଜନସାଧାରଣ ଏହି ଦଲାଲ୍‌ଙ୍କ କବଳରେ ପଡ଼ୁଛନ୍ତି। ସରକାରୀସ୍ତରରେ ଯେଉଁ କାର୍ଯ୍ୟ ପାଇଁ ୫ ଟଙ୍କା ଖର୍ଚ୍ଚ ହେବା କଥା ଦଲାଲଙ୍କ ଯୋଗୁ ସେମାନେ କାନମୁଣ୍ଡା ଆଉଁସି ୨୫ ଟଙ୍କା ଖର୍ଚ୍ଚ କରି ଫେରୁଛନ୍ତି। ଜିଲା କାର୍ଯ୍ୟାଳୟରେ ଏପରି ଦୁଇଜଣ ଦଲାଲଙ୍କୁ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଜଣେ ତହସିଲ ଓ ଜିଲା କାର୍ଯ୍ୟାଳୟରେ ଡେରା ପକାଇ ଚୁପ୍‌ଚାପ ବିଭିନ୍ନ କାର୍ଯ୍ୟ କରାଇ ନେଉଥିବା କୁହାଯାଉଥିବା ବେଳେ ଅନ୍ୟଜଣେ ଦୀର୍ଘଦିନ ଧରି ଏଠାରେ ରାଜ ଚଳାଇଛନ୍ତି। ବିଭିନ୍ନ ସମୟରେ ତାଙ୍କୁ ଜିଲା କାର୍ଯ୍ୟାଳୟ ପଛ ପାର୍ଶ୍ୱ ଓ ଅନୁଗୋଳ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳୁଛି। ବିଭିନ୍ନ ଲୋକଙ୍କ ସହ ଡିଲ୍‌ କରିବା ପରେ ସେ ଜିଲା କାର୍ଯ୍ୟାଳୟରେ ପଶି କାର୍ଯ୍ୟ କରିନେଉଥିବା ଆଲୋଚନା ହେଉଛି। ସେହିପରି ଏହି ଦଲାଲଙ୍କ କବଳରୁ ଅନୁଗୋଳ ତହସିଲ ମଧ୍ୟ ବାଦ୍‌ ପଡ଼ିନାହିଁ। ବିଭିନ୍ନ କାର୍ଯ୍ୟ ନେଇ ଗ୍ରାମାଞ୍ଚଳରୁ ଏଠାକୁ ଦୈନିକ ଆସୁଥିବା ଲୋକଙ୍କୁ କାମ କରାଇ ଦେବାର ପ୍ରତିଶ୍ରୁତି ଦେଇ ଦଲାଲମାନେ ବେଶ୍‌ ଅର୍ଥ ରୋଜଗାର କରୁଛନ୍ତି। ଗତବର୍ଷ ମେଡିକାଲ ଓ ପରିବହନ କାର୍ଯ୍ୟାଳୟରେ ଦଲାଲଗିରି କରୁଥିବା କହି ଅନୁଗୋଳ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ ବିଭିନ୍ନ କାର୍ଯ୍ୟାଳୟରେ ଦଲାଲ୍‌ମାନେ ସକ୍ରିୟ ଥିଲେ ବି ପୋଲିସ କାହିଁକି ଚୁପ୍‌ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଏଥିପ୍ରତି ଦୃଷ୍ଟି ଦିଆଯିବ। କେଉଁ ଦଲାଲ୍‌ କେଉଁଠି ବୁଲୁଛନ୍ତି ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି।…

ସେବା ସମବାୟ ସମିତିର ମିଲ ମାଲିକ ମାନଙ୍କ ସହିତ ମଧୁ ଚନ୍ଦ୍ରିକା: ଶୋଷଣର ଶିକାର ହେଉଛନ୍ତି…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଭୀଷ୍ମଗିରି ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଙ୍ଗଠନ ଅଖିଳ ଭାରତ କୃଷକ ସଭା ସ୍ଥାନୀୟ…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ହାର୍ଡକୋର୍‌ ମାଓବାଦୀ ପ୍ରଭୁ

ରାଉରକେଲା,୩।୨(ସଂଗୀତା ଜେନା) ରାଜ୍ୟ ସରକାରଙ୍କ ନୂତନ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ନିକଟରେ ସମର୍ପଣ କରିଛନ୍ତି ଜଣେ ହାର୍ଡକୋର୍‌ ମାଓବାଦୀ…

ଶିକ୍ଷା କ୍ଷେତ୍ରରେ ଦୂରତା ଯେପରି ବାଧକ ନ ସାଜିବ: ୧୦ ଜଣ ଛାତ୍ରୀଙ୍କୁ…

ଥୁଆମୂଳ ରାମପୁର, ୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR)…

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri