ଦରମାରେ ପାଠାଗାର ପାଇଁ ଗୀତା କିଣିଥିଲି

ସାମାଜିକ କର୍ମୀ ତଥା ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗାଁରେ ମୋ ଜନ୍ମ। ଦୁରୁଦୁରା ଉଚ୍ଚ ବିଦ୍ୟାଳୟରୁ ୨୦୦୪ରେ ମାଟ୍ରିକ୍‌ ପାସ୍‌ କରି କବି ଯଦୁମଣି ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପଢିଥିଲି। ସ୍କୁଲ୍‌ ପଢାବେଳୁ ବିଭିନ୍ନ ଖବରକାଗଜରୁ ଐତିହ୍ୟ, ସଂସ୍କୃତି, ପରମ୍ପରା ସମ୍ପର୍କିତ ଲେଖା, ପଶୁପକ୍ଷୀ ଉପରେ ପ୍ରକାଶ ପାଉଥିବା ବିଭିନ୍ନ କୌତୁକିଆ ବିଷୟ ଏବଂ କୁଇଜ୍‌ ଇତ୍ୟାଦିକୁ କାଟି ରଖିବାର ଏକ ନିଆରା ଅଭ୍ୟାସ ମୋର ଆରମ୍ଭ ହୋଇଥିଲା। ସେହିପରି ବୋଉ ପାଖରୁ କେତୋଟି ବିଶିଷ୍ଟ ବ୍ୟକ୍ତିଙ୍କ ମୁଣ୍ଡ ଚିହ୍ନ ଥିବା ମୁଦ୍ରା ପାଇବା ପରେ ବିରଳ ମୁଦ୍ରା ସଂଗ୍ରହ କରିବାର ନିଶା ମୋତେ ଘାରିଲା। କ୍ରମେ ବିଭିନ୍ନ ପ୍ରକାର ଦିଆସିଲି ଖୋଳ, ଡାକଟିକଟ, ଖବରକାଗଜ, ମାଗାଜିନ୍‌ ଇତ୍ୟାଦି ସଂଗ୍ରହ କଲି। ମୋର ଏହି ଅଭ୍ୟାସ ବିଷୟରେ କ୍ରମେ ଆମର ପଡ଼ୋଶୀ, ମୋ ସାଙ୍ଗସାଥୀ ଓ ଶିକ୍ଷକମାନେ ଜାଣିଲେ ଆଉ ଆବଶ୍ୟକସ୍ଥଳେ ମୋତେ ଏସବୁ ସଂଗ୍ରହ କରିବାରେ ସାହାଯ୍ୟ ବି କଲେ। ଧୀରେ ଧୀରେ ମୋ ପାଖରେ ସଂଗୃହିତ ଜିନିଷର ମାତ୍ରା ବୃଦ୍ଧି ପାଇବାରୁ ମୁଁ ଏକ ସଂଗ୍ରହାଳୟ ଗଢ଼ିବାକୁ ଚିନ୍ତା କରି ୨୦୦୯ରେ ଆମ ଘରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କଲି। ଏହି ଅନୁଷ୍ଠାନଟି ଗଢିବା ପରେ ମୋତେ ଏକ ନିଆରା ପରିଚିତି ମିଳିଲା। ଆଖପାଖର ଲୋକେ ସଂଗ୍ରହାଳୟକୁ ବୁଲି ଆସିଲେ। ଏପରି କି ଯଦି କୌଣସି ବ୍ୟକ୍ତିଙ୍କୁ ସଂଗ୍ରହାଳୟରେ ରଖିବା ଭଳି କିଛି ବି ଜିନିଷ ମିଳୁଥିଲା, ସେମାନେ ଆଣି ମୋତେ ଦେଉଥିଲେ। ତା’ସହିତ ମୁଁ ବି ବିଭିନ୍ନ ଆଡେ ବୁଲି ଜିନିଷ ସଂଗ୍ରହ କରୁଥିଲି। ଜାଣି ଆଶ୍ଚର୍ଯ୍ୟ ହେବେ, ମୋ ସଂଗ୍ରହାଳୟରେ ସ୍ଥାନ ପାଇଥିବା ଅନେକ ଜିନିଷକୁ ମୁଁ ବିଭିନ୍ନ ଅଳିଆ ଗୋଦାମରୁ ଗୋଟେଇ ଆଣି ସାଇତି ରଖିଛି। ଏଥିପାଇଁ ମୋତେ ଅନେକ ଟାହିଟାପରା ବି ଶୁଣିବାକୁ ପଡିଛି। ହେଲେ ସେସବୁକୁ ମୁଁ କେବେ ମନକୁ ନେଇନି କି ଦୁଃଖ ବି କରିନି। ବରଂ ଏହାକୁ ମୋ ଜୀବନର ଏକ ଲକ୍ଷ୍ୟ ଭାବି ଆଗେଇ ଚାଲିଲି। କେବଳ ସଂଗ୍ରହାଳୟ କଥା ନୁହେଁ ବିଭିନ୍ନ ପ୍ରକାରର ସମାଜମଙ୍ଗଳ କାମରେ ବି ନିଜକୁ ହଜାଇଦେଲି। କାହାର ରକ୍ତ ଦରକାର, କାହାକୁ ଡାକ୍ତରଖାନା ନିଆହେବ, କେଉଁଠି ଗଛ ଲଗାହେବ, କେଉଁଠି ପୋଖରୀ ସଫା ହେବ, ଆହତ ପଶୁପକ୍ଷୀଙ୍କୁ କେମିତି ଚିକିତ୍ସା କରାହେବ ଇତ୍ୟାଦି କାମ କରୁକରୁ କେମିତି ସମୟ ଅତିବାହିତ ହୋଇଯାଉଥିଲା ନିଜେ ବି ଜାଣି ପାରୁ ନ ଥିଲି। ଘରର ବଡ଼ପୁଅ ହୋଇ ବି ଘରର ଦାୟିତ୍ୱ କିଛି ନେଇପାରୁ ନ ଥିଲି। ଏପଟେ ବାପାବୋଉଙ୍କୁ କଷ୍ଟ ଲାଗୁଥିଲେ ବି ମୋର ଏମିତି ପରୋପକାର କାମକୁ ଦେଖି ସେମାନେ ମୋତେ କିଛି କହି ପାରୁ ନ ଥିଲେ। ତା’ଭିତରେ ମୋ ବାହାଘର ଠିକ୍‌ ହୋଇଗଲା। ତେଣୁ ବାଧ୍ୟ ହୋଇ ଏକ ଘରୋଇ ବ୍ୟାଙ୍କରେ ଫିଲ୍‌ଡ ଅଫିସର୍‌ ଭାବେ ଚାକିରି କଲି। ସେଠାରୁ ପ୍ରଥମ ମାସ ଯେଉଁ ଦରମା ପାଇଲି, ସେଥିରେ ବୋଉ ପାଇଁ ବ୍ରହ୍ମପୁରୀ ଲୁଗା, ବାପାଙ୍କ ପାଇଁ ଲୁଙ୍ଗି ଏବଂ ପାଠାଗାରରେ ରଖିବା ପାଇଁ ଶ୍ରୀମଦ ଭଗବଦ୍‌ ଗୀତା କିଣି ଆଣିଥିଲି। ବାପା, ବୋଉ ବହୁତ ଖୁସି ହୋଇଥିଲେ। ଆଉ ତାଙ୍କ ଆଶୀର୍ବାଦରୁ ଏବେ ଚାକିରି କ୍ଷେତ୍ରରେ ଉନ୍ନତି କରି ଭଞ୍ଜନଗରରେ ରିଲେଶନ୍‌ଶିପ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରିବା ସହ ସଂଗ୍ରହାଳୟରେ ଆହୁରି ଅନେକ ବିରଳ ଜିନିଷ ସାଇତି ରଖିସାରିଲିଣି। ଯେମିତିକି ପଟଚିତ୍ର ହୋଇଥିବା ତାଳପତ୍ର ପୋଥି, ବିଭିନ୍ନ ଦେଶବିଦେଶର ଖବରକାଗଜ, ଦେଶବିଦେଶର ମୁଦ୍ରା, ୧୨୦ ପ୍ରକାରର ଧାନ, ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ମାଟିରେ ତିଆରି ଅଳଙ୍କାର ଓ ନିତ୍ୟ ବ୍ୟବହୃତ ସାମଗ୍ରୀ, ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ, ଭାସମାନ ପଥର, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ବ୍ୟବହୃତ ବ୍ୟାଗ୍‌ ଓ ବସ୍ତ୍ର, ବିଭିନ୍ନ ପ୍ରକାରର ମାଗାଜିନ୍‌, ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାର୍ଷିକ ପତ୍ରିକା, ବିଭିନ୍ନ ପ୍ରକାର ଆୟୁର୍ବେଦିକ ଚେରମୂଳି ସାମଗ୍ରୀ ଇତ୍ୟାଦି ଅନ୍ୟତମ। ତା’ସହିତ ଆଗକୁ ଉକ୍ତ ସଂଗ୍ରହାଳୟକୁ ଆହୁରି ବଡ଼ କରି ଗଢ଼ିବାକୁ ଯୋଜନା ମଧ୍ୟ କରୁଛି। ସେହିପରି ରକ୍ତଦାନ ଶିବିରର ଆୟୋଜନ କରିବା, ଆହତ ପଶୁପକ୍ଷୀଙ୍କର ଚିକିତ୍ସା କରାଇବା, ସ୍ବଚ୍ଛଭାରତ ଅଭିଯାନରେ ସାମିଲ ହେବା, ବୃକ୍ଷରୋପଣ କରିବା, ଘରଚଟିଆ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଇତ୍ୟାଦି କାର୍ଯ୍ୟରେ ନିଜକୁ ସାମିଲ କରି ଆତ୍ମସନ୍ତୋଷ ବି ଲାଭ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri