Odisha Elections 2024
Posted inଖେଳ

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟା ଯୋଗୁ ଖେଳରୁ ୯ ମାସ ହେଲା ଦୂରେଇଯାଇଥିବା ପେସର ଏନରିଚ୍‌ ନର୍ଜେ ଦଳକୁ ଫେରିଛନ୍ତି। ଦଳରେ ଦୁଇଜଣ ନୂଆ ଖେଳାଳି ର଼୍ୟାନ ରିଲେଟନ ଓ ଓଟନିଲ ବାର୍ଟମ୍ୟାନ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଟି୨୦ ଦଳର ଅଧିନାୟକ ହେବା ପରେ ଏଡେନ ମାରାକ୍ରମ ପ୍ରଥମ ଥର ଏକ ବିଶ୍ୱକପ୍‌ରେ ଜାତୀୟ ଦଳର ନେତୃତ୍ୱ ନେବେ। ଚଳିତବର୍ଷ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉଇକେଟକିପର ବ୍ୟାଟର ରିକେଲଟନ ଓ ପେସର ବାର୍ଟମ୍ୟାନଙ୍କୁ ଦଳରେ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ରିକେଲଟନ ଅଗ୍ରଣୀ ରନ୍‌ ସ୍କୋରର ଥିଲେ। ସେ ମୁମ୍ବାଇ ଇଣ୍ଡିଆନ କେପ୍‌ ଟାଉନ୍‌ ତରଫରୁ ଖେଳି ୫୮.୮୮ ଆଭରେଜରେ ୫୩୦ରନ ସଂଗ୍ରହ କରିଥିଲେ। ବାର୍ଟମ୍ୟାନ ଚାମ୍ପିୟନ ସନରାଇଜର୍ସ ଇଷ୍ଟର୍ନ କେପ୍‌ ପାଇଁ ୮ଟି ମ୍ୟାଚ ଖେଳି ୧୮ ଉଇକେଟ ନେଇଛନ୍ତି। ବର୍ତ୍ତମାନ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଛନ୍ତି।
ଦକ୍ଷିଣ ଆଫ୍ରିକା ଟି୨୦ ବିଶ୍ୱକପ୍‌ ଦଳ: ଏଡେନ ମାରକ୍ରମ (ଅଧିନାୟକ), ଓଟନିଲ ବାର୍ଟମ୍ୟାନ, ଜେରାଲ୍ଡ କୋଜି, କ୍ୱିଣ୍ଟନ ଡି’କକ୍‌, ବ୍ୟର୍ନ ଫର୍ଚୁଇନ୍‌, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନ୍‌ସେନ୍‌, ହେନରିଚ୍‌ କ୍ଲାସେନ, କେଶବ ମହାରାଜ, ଡେଭିଡ୍‌ ମିଲର, ଏନ୍‌ରିଚ୍‌ ନର୍ଜେ, କାଗିସୋ ରାବାଡା, ର଼୍ୟାନ ରିକେଲଟନ, ଟାବ୍ରେଜ୍‌ ଶାମ୍‌ସି, ଟ୍ରିଷ୍ଟାନ୍‌ ଷ୍ଟବ୍ସ।
ଟ୍ରାଭେଲିଂ ରିଜର୍ଭସ: ନାଣ୍ଡ୍ରେ ବର୍ଜର ଓ ଲୁନ୍‌ଗୀ ଏନ୍‌ଗିଡ଼ି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri