ଥାନାରେ ବେଆଇନ ଅଟକ ରଖିବା ମାମଲାରେ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ: ୨ମାସ ମଧ୍ୟରେ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ୭ବର୍ଷ ତଳେ ଖଣ୍ଡଗିରି ଓ କନ୍ଦରପୁର ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅଟକ ରଖିବା ମାମଲାର ବିଚାରକରି ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିପାଇଁ ୨ମାସ ମଧ୍ୟରେ ପୀଡ଼ିତଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଗୃହବିଭାଗ ଓ ପୋଲିସ ଡିଜିଙ୍କୁ କମିଶନ ସଦସ୍ୟ ବିଚାରପତି ରଘୁବୀର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ସରକାର ଚାହିଁଲେ ଏହି କାରଣ ପାଇଁ ଯେଉଁ ପୋଲିସ ଅଧିକାରୀ ଦାୟୀ ସେମାନଙ୍କଠାରୁ କ୍ଷତିପୂରଣ ଅର୍ଥ ଆଦାୟ କରିପାରିବେ ବୋଲି କମିଶନ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୨ ଜୁଲାଇ ୨ତାରିଖ ଅପରାହ୍ନ ୨ଟାରେ ବଳରାମ ବେହେରା ଖଣ୍ଡଗିରିସ୍ଥିତ ତାଙ୍କ ଗ୍ୟାରେଜକୁ ଯାଇଥିଲେ। ରାତି ୯ଟାରେ ପରିବାର ଲୋକେ ତାଙ୍କ ପୁଅକୁ ଖଣ୍ଡଗିରି ପୋଲିସ ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ସେମାନେ ଥାନାକୁ ଯାଇଥିଲେ ମଧ୍ୟ ତାଙ୍କୁ ଭେଟିିବାକୁ ସୁଯୋଗ ଦିଆଯାଇ ନ ଥିଲା ବୋଲି ସେ ଅଭିଯୋଗ କରିଥିଲେ। ୪ ତାରିଖରେ ତାଙ୍କୁ ପୋଲିସ ଶହୀଦନଗର ଥାନାକୁ ନେଇଥିଲା। ଥାନାରେ ମଧ୍ୟ ତାଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇ ନ ଥିଲା। ଖଣ୍ଡଗିରି ଥାନାରେ ଅଟକ ସମୟରେ ବଳରାମଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ୨୦୧୨ ଜୁଲାଇ ୨୩ରେ ଭୁବନେଶ୍ୱର ଡିସିପି କମିଶନଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରି ବଳରାମଙ୍କୁ କନ୍ଦରପୁର ଡକାୟତି ଯୋଜନା ମାମଲାରେ ଗିରଫ କରିଥିଲା ବୋଲି ଦର୍ଶାଇଥିଲେ। ଏହାପରେ ବଳରାମଙ୍କ ପକ୍ଷରୁ କମିଶନଙ୍କଠାରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ୬ଜଣ କନଷ୍ଟେବଳ ଓ ଅନ୍ୟ ଦୁଇଜଣ ସାଦାପୋଷାକଧାରୀ ତାଙ୍କୁ ଓ ତାଙ୍କ ଗ୍ରାହକ ଧରମାଙ୍କୁ ଖଣ୍ଡଗିରି ଥାନାକୁ ନେଇଯାଇଥିଲେ। ପରଦିନ ଶହୀଦନଗର ଥାନାରେ ଘଣ୍ଟାଏ ରଖି କନ୍ଦରପୁର ନେଇଥିଲେ। ଜୁଲାଇ ୬ ପର୍ଯ୍ୟନ୍ତ କନ୍ଦରପୁର ଥାନାରେ ତାଙ୍କୁ ଅଟକ ରଖିବା ପରେ କଟକ ସଦର ଏସ୍‌ଡିଜେମ୍‌ କୋର୍ଟରେ ହାଜର କରିଥିଲେ। ସେ ସମୟରେ ଖଣ୍ଡଗିରି ଥାନା ଅଧିକାରୀ ଦାୟିତ୍ୱରେ ତପନ କୁମାର ମହାନ୍ତି ଓ କନ୍ଦରପୁର ଥାନା ଅଧିକାରୀ ରଞ୍ଜିତ ନାୟକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?