Posted inଜାତୀୟ

ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୯ା୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ। ବିମାନରେ ମିଳୁଥିବା ସମସ୍ତ ପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଟ୍ରେନ୍‌କୁ ଘରୋଇ କମ୍ପାନୀ ଦ୍ୱାରା ପରିଚାଳନା କରାଯିବ। ପ୍ରଥମ ରୁଟ୍‌ର ଚୟନ ଶେଷ ହୋଇଥିବା ବେଳେ ରେଲଓ୍ବେ ବୋର୍ଡ ପକ୍ଷରୁ ୫୦୦ କି.ମି.ଦୂରତା ବିଶିଷ୍ଟ ଆଉ ଏକ ରୁଟ୍‌ ଖୋଜା ଚାଲିଛି। ରେଲଓ୍ବେର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଥିବା ପ୍ରଥମ ରୁଟର ପରିଚାଳନା ଘରୋଇ କମ୍ପାନୀ କରିବେ। ଏ ସମ୍ପର୍କରେ ଆସନ୍ତା ମାସକ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଆଇଆର୍‌ସିଟିସି ବର୍ତ୍ତମାନ ଏହାର ମଡେଲ ଉପରେ କାର୍ଯ୍ୟକରୁଛି। ଉଲ୍ଲେଖଥାଉ କି, ୨୦୧୬ରେ ତେଜସ୍‌ ଏକ୍ସପ୍ରେସ ଚଳାଚଳ ପାଇଁ ଘୋଷଣା କରାଯାଇଥିଲେ ହେଁ ଏହା ଆଜିଯାଏ ଚଳାଚଳ କରିନାହିଁ। ନିକଟରେ ଜାରି ହୋଇଥିବା ସମୟସାରଣୀରେ ତେଜସ୍‌କୁ ସାମିଲ କରାଯାଇଥିଲେ ମଧ୍ୟ ଏହା ବର୍ତ୍ତମାନ ଉତ୍ତର ପ୍ରଦେଶର ଆନନ୍ଦନଗର ରେଲଓ୍ବେ ଷ୍ଟେଶନରେ ଛିଡା ହୋଇରହିଛି। ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯିବ। ଦିଲ୍ଲୀ-ଲକ୍ଷ୍ନୌ ରୁଟ୍‌ରେ ଏବେ ୫୩ଟି ଟ୍ରେନ ଚାଲୁଛି। କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ ହେଲେ ରାଜଧାନୀ ଟ୍ରେନ୍‌ ନୁହେଁ। ଏହି ରୁଟ୍‌ରେ ଚାଲୁଥିବା ପ୍ରିମିୟମ ଟ୍ରେନ ସ୍ବର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଟିକେଟ ଚାହିଦା ଅଧିକ ରହିଛି ଓ ଏହା ମାତ୍ର ସାଢ଼େ ୬ ଘଣ୍ଟାରେ ଯାତ୍ରା ପୂରଣ କରୁଛି। ତେଜସ୍‌ ଏକ୍ସପ୍ରେସର ଦାୟିତ୍ୱ ଆଇଆର୍‌ସିଟିସିକୁ ଦିଆଯିବ, ଯିଏକି ଲିଜ୍‌ ଚାର୍ଜଠାରୁ ଆରମ୍ଭ କରି ସମସ୍ତ ଶୁଳ୍କ ପ୍ରଦାନ ସଂକ୍ରାନ୍ତରେ ଫାଇନାନ୍ସିିଂ ଡିପାର୍ଟମେଣ୍ଟ ସହ ସହଯୋଗ କରିବ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଦୁଇଟି ଟ୍ରେନକୁ ନେଇ ପ୍ରଥମେ ପରୀକ୍ଷାମୂଳକ ପ୍ରୟୋଗ କରାଯିବ। ଆସନ୍ତା ୧୦୦ ଦିନ ଭିତରେ ଅତିକମ୍‌ରେ ଗୋଟିଏ ଟ୍ରେନକୁ ଘରୋଇ କମ୍ପାନୀକୁ ଦିଆଯିବ। କମ୍‌ ଭିଡ ଥିବା ତଥା ପର୍ଯ୍ୟଟନ କ୍ଷେତ୍ରକୁ ଯୋଡୁଥିବା ଦୃଷ୍ଟିରୁ ଉକ୍ତ ରୁଟ୍‌କୁ ଚୟନ କରାଯାଇଛି। ଖୁବଶୀଘ୍ର ଦ୍ୱିତୀୟ ଟ୍ରେନ ଓ ରୁଟ୍‌ ବଛାଯିବ ବୋଲି ସେ କହିଛନ୍ତି। ୧୨୫୮୫ ଲକ୍ଷ୍ନୌ ଜଙ୍କସନ-ନୂଆଦିଲ୍ଲୀ ତେଜସ୍‌ ଏକ୍ସପ୍ରେସ ସକାଳ ୬.୫୦ରେ ଲକ୍ଷ୍ନୌ ଜଙ୍କସନ ଛାଡିବ ଏବଂ ନୂଆଦିଲ୍ଲୀରେ ଅପରାହ୍ନ୧.୩୫ରେ ପହଞ୍ଚତ୍ବ। ସେହିପରି ୧୨୫୮୬ ନୂଆଦିଲ୍ଲୀ-ଲକ୍ଷ୍ନୌ ଜଙ୍କସନ ତେଜସ୍‌ ଏକ୍ସପ୍ରେସ ଅପରାହ୍ନ ୩.୩୫ରେ ନୂଆଦିଲ୍ଲୀ ଛାଡ଼ି ରାତି ୧୦.୦୫ରେ ଲକ୍ଷ୍ନୌ ଜଙ୍କସନରେ ପହଞ୍ଚତ୍ବ। ରବିବାର ଓ ଗୁରୁବାର ଛାଡ଼ି ଦେଲେ ଅବଶିଷ୍ଟ ଦିନରେ ଏହି ଟ୍ରେନ ଚାଲିବ। ସୂଚନାଯୋଗ୍ୟ ଯେ, ଏହି ଟ୍ରେନର ପ୍ରତ୍ୟେକ ସିଟ୍‌ ପଛରେ ଏଲ୍‌ସିଡି ଏଣ୍ଟରଟେନମେଣ୍ଟ-ଇନ୍‌ଫରମେଶନ ସ୍କ୍ରିନ୍‌ ରହିଥିବା ବେଳେ ଓ୍ବାଇଫାଇ ସୁବିଧା, ଆରାମଦାୟକ ସିଟ୍‌, ମୋବାଇଲ ଚାର୍ଜିଂ ପଏଣ୍ଟ, ବହି ପଢ଼ିବା ପାଇଁ ସ୍ବତନ୍ତ୍ର ଲାଇଟ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri