ତୃତୀୟ ତ୍ରୈମାସ ଜିଡ଼ିପି ୪.୭%କୁ ଖସିଲା

 

ନୂଆଦିଲ୍ଲୀ,୨୯-୨: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ହ୍ରାସ ଘଟିଛି। ଏହା ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି ଜଣାପଡିଛି। ମାନୁଫାକ୍‌ଚରିଂ କ୍ଷେତ୍ର ଅଭିବୃଦ୍ଧି ମାନ୍ଦା ରହିବାକୁ ଏଭଳି ସ୍ଥିତି ଉପୁଜିଥିବା ସରକାର ଶୁକ୍ରବାର ଜାରି କରିଥିବା ଡାଟାରୁ ଏହା ଜଣାପଡିଛି। ୨୦୧୮-୧୯ ଆର୍ଥତ୍କ ବର୍ଷ ସମାନ ସମୟରେ ଜିଡିପି ବିକାଶ ହାର ୫.୬% ରହିଥିଲା। ସେହିଭଳି ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଅର୍ଥନୈତିକ ଅଭିବୃଦ୍ଧି ୫.୧% ରହିଥିବା ପରିବର୍ତ୍ତିତ ଆକଳନରେ କୁହାଯାଇଛି। ବିକାଶ ହାର ୪.୫% ରହିବା ନେଇ ପୂର୍ବରୁ କୁହାଯାଇଥିଲା। ଏହା ବାଦ ପ୍ରଥମ ତ୍ରୈମାସ ବିକାଶ ହାରକୁ ୫% ପରିବର୍ତ୍ତେ ୫.୬% ଧାର୍ଯ୍ୟ କରାଯାଇଛି। ୨୦୧୨-୧୩ ପରଠାରୁ ଚଳିତ ଆର୍ଥତ୍କ ବର୍ଷ ଡିସେମ୍ବର ତ୍ରୈମାସ ବିକାଶ ହାର ସର୍ବନିମ୍ନ। ୨୦୧୨-୧୩ର ଡିସେମ୍ବର ତ୍ରୈମାସରେ ଜିଡିପି ବିକାଶ ହାର ୪.୩% ରହିଥିଲା।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଡାଟା ମୁତାବକ ମାନୁଫାକଚରିଂ କ୍ଷେତ୍ରର ଗ୍ରସ୍‌ ଭାଲ୍ୟୁ ଆଡେଡ (ଜିଭିଏ) ଅଭିବୃଦ୍ଧି ତୃତୀୟ ତ୍ରୈମାସରେ ୦.୨% ହ୍ରାସ ଘଟିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୫.୨% ବୃଦ୍ଧି ଘଟିଥିଲା। ବର୍ତ୍ତମାନ ସମୟରେ କୃଷି କ୍ଷେତ୍ର ଜିଭିଏ ୩.୫% ଅଭିବୃଦ୍ଧି ଘଟିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୨ % ରହିଥିଲା। ନିର୍ମାଣ କ୍ଷେତ୍ର ଜିଭିଏ ଅଭିବୃଦ୍ଧି ୬.୬% ରହିଥିବା ବେଳେ ଏହା ୦.୩%କୁ ଖସିଛି। ଗୋଟିଏ ବର୍ଷ ତଳେ ଖଣି କ୍ଷେତ୍ର ଅଭିବୃଦ୍ଧି ୪.୪% ଥିବା ବେଳେ ଏହା ବର୍ତ୍ତମାନ ୩.୨%କୁ ଖସିଛି। ସେହିଭଳି ଇଲେକଟ୍ରିସିଟି, ଗ୍ୟାସ୍‌, ଜଳ ଯୋଗାଣ ଅନ୍ୟ ୟୁଟିଲିଟି ସର୍ଭିସ ବର୍ଗରେ ଅଭିବୃଦ୍ଧି ୯.୫%ରୁ ହ୍ରାସ ଘଟି ୦.୭%କୁ ଖସିଛି। ସେହିଭଳି ବାଣିଜ୍ୟ, ହୋଟେଲ, ପରିବହନ,ଯୋଗାଯୋଗ ଏବଂ ସେବା କ୍ଷେତ୍ର ସହ ଜଡିତ ବ୍ରଡ୍‌କାଷ୍ଟିଂ ଅଭିବୃଦ୍ଧି ୭.୮%ରୁ ୫.୯%କୁ ଖସିଛି।
ଏହି ସମୟରେ ଫାଇନାସିଆଲ,ରିୟଲ ଇଷ୍ଟେଟ ଏବଂ ପ୍ରଫେଶନାଲ ସର୍ଭିସ ଅଭିବୃଦ୍ଧି ୬.୫%ରୁ ୭.୩%କୁ ବଢିଛି। ସେହିଭଳି ପବ୍ଲିକ ଆଡମିନିଷ୍ଟ୍ରେଶନ, ପ୍ରତିରକ୍ଷା ଏବଂ ଅନ୍ୟ ସେବା କ୍ଷେତ୍ରରେ ଅଭିବୃଦ୍ଧି ୮.୧%ରୁ ୯.୭%କୁ ବଢିଛି। ଏପ୍ରିଲ ଡିସେମ୍ବର ଜିଡ଼ିପି ଅଭିବୃଦ୍ଧି ୫.୧କୁ ଖସି ଆସିଛି। ଏହା ଗୋଟିଏ ବର୍ଷ ପୂର୍ବେ ସମାନ ସମୟରେ ୬.୩% ରହିଥିଲା। ୨୦୧୧-୧୨ କନ୍‌ଷ୍ଟାଣ୍ଟ ପ୍ରାଇସରେ ଜିଡିପି ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ୩୬.୬୫ ଲକ୍ଷ କୋଟି ରହିଛି। ଏହା ୨୦୧୮-୧୯ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସ ୩୫.୦୦ ଲକ୍ଷ କୋଟି ରହିଥିଲା। ମୋଟୋମୋଟି ଭାବେ କହିବାକୁ ଗଲେ ଅଭିବୃଦ୍ଧି ୪.୭% ବୋଲି ଏନ୍‌ଏସ୍‌ଓ ସୂଚନା ଦେଇଛି। କରେଣ୍ଟ ପ୍ରାଇସରେ ପରକ୍ୟାପିଟା ବା ମୁଣ୍ଡ ପିଛା ଆୟ ୧.୩୪ ଲକ୍ଷ ଟଙ୍କା ରହିଛି। ଏଥିରେ ୬.୩% ବୃଦ୍ଧି ଘଟିଛି। ଏହା ୨୦୧୮-୧୯ରେ ୧.୨୬ ଲକ୍ଷ ଟଙ୍କା ରହିଥିଲା।
କୋର ସେକ୍ଟରରେ ଅଭିବୃଦ୍ଧି
ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଜାନୁୟାରୀରେ ୨.୨% ବୃଦ୍ଧି ଘଟିଛି। କୋଇଲା ଉତ୍ପାଦନ, ରିଫାଇନେରି ଏବଂ ଇଲେକଟ୍ରିସିଟି ଉତ୍ପାଦନରେ ଉନ୍ନତି ଯୋଗୁ ଏଭଳି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହି ସମୟରେ ଭିତ୍ତିଭୂମି କ୍ଷେତ୍ର ଅଭିବୃଦ୍ଧି ୧.୫% ରହିଛି। କୋଇଲା, ରିଫାଇନେରୀ ପ୍ରଡକ୍ଟ ଏବଂ ବିଦ୍ୟୁତ ଉତ୍ପାଦନ ଅଭିବୃଦ୍ଧି ଯଥାକ୍ରମେ ୮%, ୧.୯% ଏବଂ ୨.୮% ରହିଛି। ଏହାବାଦ ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ ଏବଂ ସାର କ୍ଷେତ୍ରରେ ଅଭିବୃଦ୍ଧି ନକରାତ୍ମକ ରହିଛି। ଏପ୍ରିଲ ଜାନୁୟାରୀ ସମୟରେ କୋର ଇଣ୍ଡଷ୍ଟ୍ରି ଅଭିବୃଦ୍ଧି ୦.୬% ଅଭିବୃଦ୍ଧି ଘଟିଛି। ଏହା ଗୋଟିଏ ବର୍ଷ ତଳେ ସମାନ ସମୟରେ ୪.୪% ରହିଥିଲର। ଅଗଷ୍ଟ ୨୦୧୯ଠାରୁ ନଭେମ୍ବର ୨୦୧୯ ଯାଏ କୋର ସେକ୍ଟରରେ ରେକର୍ଡ ନକରାତ୍ମକ ଅଭିବୃଦ୍ଧି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri