ତୃତୀୟ କମାଣ୍ଡାଣ୍ଟ୍‌ସ ସମ୍ମିଳନୀ:ଇ-ଅଫିସ ଯୋଜନାରେ ସାମିଲ ହେଲା ୫ ବାଟାଲିୟନ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଇ-ଅଫିସ ଯୋଜନାରେ ପ୍ରଥମଥର ପାଇଁ ସାମିଲ ହୋଇଛି ସ୍ପେଶାଲ ଆର୍ମ୍‌ଡ ପୋଲିସ ବାଟାଲିୟନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଢେଙ୍କାନାଳ, କଟକ, ମାଲକାନଗିରି, ଖୋର୍ଦ୍ଧା ଓ ରାଉରକେଲାରେ ଥିବା ୫ ବାଟାଲିୟନ ଯୋଡ଼ିହୋଇଛି। ମଙ୍ଗଳବାର ଚନ୍ଦ୍ରଶେଖରପୁରସ୍ଥିତ ପୋଲିସ ଭବନରେ ଅନୁଷ୍ଠିତ ତୃତୀୟ କମାଣ୍ଡାଣ୍ଟ୍‌ସ ସମ୍ମିଳନୀରେ ପୋଲିସ ଡିଜି ବି.କେ. ଶର୍ମା ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହ ଓଏସ୍‌ଏପି, ଆଇଆର୍‌ବି, ଏସ୍‌ଏସ୍‌ବି ଓ ଓଆଇଏସ୍‌ଏଫ୍‌ର ସ୍ବତନ୍ତ୍ର ଲୋଗୋକୁ ସେ ଲୋକାର୍ପଣ କରିଛନ୍ତି।
ଡିଜିପି ଶର୍ମା କହିଲେ, ଇ-ଅଫିସ ଯୋଜନା ମାଧ୍ୟମରେ ବାଟାଲିୟନ କାର୍ଯ୍ୟରେ ସ୍ବଚ୍ଛତା ଓ ଗୋପନୀୟତା ଅଣାଯିବା ସହ ପୋଲିସ ବିଭାଗରେ କାଗଜପତ୍ର ବ୍ୟବହାରକୁ କମ୍‌ କରାଯାଇ ସମସ୍ତ କାର୍ଯ୍ୟକୁ ଡିଜିଟାଇଜେଶନ କରାଯିବ। ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ବାଟାଲିୟନ ଫୋର୍ସଙ୍କ ସୁବିଧା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମାଲକାନଗିରିରୁ ପୋଲିସ ମୁଖ୍ୟାଳୟକୁ ଗୋଟିଏ ଚିଠି ଆସିବାକୁ ୫ରୁ ୭ ଦିନ ସମୟ ଲାଗୁଥିଲା। କେହି ଛୁଟି ନେବାଠାରୁ ଆରମ୍ଭ କରି ଜରୁରୀ ଖବର ପାଇବାରେ ଅନେକ ସମସ୍ୟା ଦେଖାଯାଉଥିଲା। ବର୍ତ୍ତମାନ ଇ-ଅଫିସ ଯୋଜନାରେ କମ୍ପ୍ୟୁଟରର ଗୋଟିଏ କ୍ଲିକ୍‌ରେ ମିଳିପାରିବ। ଏହା ଜରିଆରେ ଚାକିରି ସମ୍ପର୍କିତ ରେକର୍ଡପତ୍ର ଖୁବ୍‌ଶୀଘ୍ର ପୋଲିସ ମୁଖ୍ୟାଳୟରେ ପହଞ୍ଚତ୍ପାରିବ। ସ୍ବଳ୍ପ ସମୟ, ଖର୍ଚ୍ଚ କମ ହେବା ସହ ସୀମିତ ମାନବ ସମ୍ବଳର ଆବଶ୍ୟକତା ପଡିବ। ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ବାଟାଲିୟନ ଏହି ପ୍ରକଳ୍ପରେ ସାମିଲ ହେବ। ରାଜ୍ୟ ପୋଲିସ ବିଭାଗର ପ୍ରାୟ ଏକ ତୃତୀୟାଂଶ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମାଓବାଦୀ ଦମନଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିିତି ନିୟନ୍ତ୍ରଣ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶର୍ମା କହିଥିଲେ।
ଏହି ଅବସରରେ ରାଜ୍ୟରେ ରହିଥିବା ୨୧ ବାଟାଲିୟନ ସହ ୨ ଟ୍ରେନିଂ ସେଣ୍ଟରରେ ରହିଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ଡେପୁଟି କମାଣ୍ଡାଣ୍ଟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କେଉଁ ପରିସ୍ଥିିତିରେ କିପରି ଡ୍ରେସ୍‌ କୋଡ୍‌ ରହିବ, କେଉଁ ପୋଷାକ ପିନ୍ଧିଲେ ସେମାନେ ଅଧିକ ସୁରକ୍ଷିତ ରହିପାରିବେ, ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଫୋର୍ସଙ୍କ ପାଇଁ ନୂତନ ରଣ କୌଶଳ କ’ଣ ରହିବ, କେଉଁସବୁ ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ସ୍ବତନ୍ତ୍ର ଡିଜି ମନୋଜ ଛାବ୍ରା, ଏସ୍‌ଏପି ଆଇଜି ଜତୀନ୍ଦ୍ର ଗୋଏଲ, ସେଣ୍ଟର ଫର୍‌ ମଡର୍ନାଇଜିଙ୍ଗ୍‌ ଗଭର୍ନମେଣ୍ଟ ଇନିସିଏଟିଭ୍‌ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri