ତୁର୍କିରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର;ଭାରତ ସଂକ୍ରାନ୍ତରେ ଆମେରିକା ଚୁପ୍‌

ଓ୍ବାଶିଂଟନ,୧୮-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କିଠାରୁ ଟାରିଫ ଛାଡ଼ର ସାମାନ୍ୟ ବ୍ୟବସ୍ଥା(ଜିଏସ୍‌ପି) ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ପି ମାଧ୍ୟମରେ ଗରିବ ତଥା ପଛୁଆ ଦେଶଗୁଡ଼ିକର ରୋଜଗାର ସୃଷ୍ଟିକାରୀ ସାମଗ୍ରୀକୁ ନିଜ ଦେଶରେ ଶୁଳ୍କମୁକ୍ତ ପ୍ରବେଶ ପାଇଁ ଆମେରିକା ଅନୁମତି ଦେଇଥାଏ। ତେବେ ଭାରତ ବିରୋଧରେ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିବ ବୋଲି ଆମେରିକା ପୂର୍ବରୁ କହିବା ସହିତ ନୋଟିସ୍‌ ଦେଇସାରିଛି। କିନ୍ତୁ ଏହା ଉପରେ ଅଦ୍ୟାବଧି ଟ୍ରମ୍ପ ପ୍ରଶାସନ କୌଣସି ନିଷ୍ପତ୍ତି ନେବାରୁ ପଛେଇ ଯାଇଛି। ସୂଚନାଥାଉ କି, ଜିଏସ୍‌ପି ଆମେରିକାର ସର୍ବପୁରାତନ ବାଣିଜ୍ୟ ମାନ୍ୟତା ପ୍ରଦାନ କରାଯାଉଥିବା ଏକ କାର୍ଯ୍ୟକ୍ରମ। ଜିଏସ୍‌ପି ଅଧୀନରେ କେତେକ ବଛା ବଛା ଗରିବ ଦେଶର ମନୋନୀତ ସାମଗ୍ରୀଗୁଡ଼ିକ ଉପରେ ଆମେରିକା ଆମଦାନୀ ଶୁଳ୍କ ଆଦାୟ କରେନାହିଁ। ଶୁକ୍ରବାରଠାରୁ ତୁର୍କିଠାରୁ ଆମେରିକା ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରିଛି। ଭାରତ ଓ ତୁର୍କିକୁ ଦିଆଯାଉଥିବା ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ମାର୍ଚ୍ଚ ୪ରେ ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଶୁଣାଇଥିଲେ। ହ୍ବାଇଟ ହାଉସ୍‌ ଅଥବା ଆମେରିକା ବାଣିଜ୍ୟ ପ୍ରତିନିଧି(ୟୁଏସ୍‌ଟିଆର୍‌) ଭାରତଠାରୁ ଜିଏସ୍‌ପି ପ୍ରତ୍ୟାହାର ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଉଲ୍ଲେଖ କରିନାହାନ୍ତି। ତେବେ ଯେକୌଣସି ସମୟରେ ଟ୍ରମ୍ପ ସରକାର ଏ ସମ୍ପର୍କରେ ଘୋଷଣା କରିପାରନ୍ତି। ନିକଟରେ ଆମେରିକାର ବାଣିଜ୍ୟ ସଚିବ ଓ୍ବିଲ୍‌ବର ରସ୍‌ ଭାରତ ଗସ୍ତରେ ଆସି କହିଥିଲେ ଯେ, ଭାରତରେ ଚାଲିଥିବା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଆମେରିକା ଅପେକ୍ଷା କରିବ। ସେତେବେଳେ ପର୍ଯ୍ୟନ୍ତ ତାଙ୍କ ଦେଶ ଭାରତ ଠାରୁ ଜିଏସ୍‌ପି ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେବ ନାହିଁ। ନିକଟ ଅତୀତରେ ଆମେରିକାର କେତେକ ସାଂସଦ ଏବଂ ଉଦ୍ୟୋଗଜଗତ ପ୍ରତିନିଧିମାନେ ଟ୍ରମ୍ପ ସରକାରଙ୍କୁ ପତ୍ର ଲେଖି ଭାରତରେ ନୂଆ ସରକାର ଗଠନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେବାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ସେମାନେ ଭାରତ ଠାରୁ ଜିଏସ୍‌ପି ପ୍ରତ୍ୟାହାର ନ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri