ତୁଟୁନି ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବିବାଦ:୩ ଟ୍ରକ୍‌ ମାଲିକ ସଂଘର ସହଯୋଗରେ ବ୍ୟବସ୍ଥାକୁ ସଂଘଠିତ କରିବାକୁ ଦାବି

ଚଣ୍ଡିଖୋଲ,୨୮।୮(ଡି.ଏନ୍‌.ଏ)- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାଜପୁର ଜିଲାର ସୁକିନ୍ଦା ଖଣିଗୁଡ଼ିକରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବ୍ୟବସ୍ଥା ଲାଗୁ କରିବା ପାଇଁ ଜିଲା ପ୍ରଶାସନର ଉଦ୍ୟମ ସଫଳ ହୋଇପାରୁ ନାହଁି। ଫଳରେ ଦୀର୍ଘ ୧ମାସ ହେବ ଖଣି ଅଞ୍ଚଳରେ ଲୋଡ଼ିଂ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡ଼ିବାରୁ ହଜାର ହଜାର ଟ୍ରକ୍‌ ଛିଡ଼ା ହୋଇ ରହିଛିନ୍ତି। ଏହି ପରିପେକ୍ଷୀରେ ଯାଜପୁର ଜିଲାରେ ଥିବା ଚଣ୍ଡିଖୋଲ, ସୁକିନ୍ଦା ଓ ଯାଜପୁର ରୋଡ଼ ଟ୍ରକ୍‌ ମାଲିକ ସଂଘଗୁଡ଼ିକର ସହଯୋଗରେ ଏହି ବ୍ୟବସ୍ଥାକୁ ସଂଘଠିତ ଭାବେ କାର୍ଯ୍ୟକାରୀ କରିବାକୁ ମଙ୍ଗଳବାର ଚଣ୍ଡିଖୋଲ ଟ୍ରକ୍‌ ମାଲିକ ସଂଘ ଦାବି କରିଛି। ଚଣ୍ଡିଖୋଲସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା ଯେ, ଏହି ବିବାଦ ଏବେକାର ନୁହେଁ ବରଂ ୨୦୦୫ ମସିହାରୁ ଜେଏସସି ସଂଘକୁ ଭଙ୍ଗାଯାଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବ୍ୟବସ୍ଥା ଲାଗୁ କରାଯାଇଥିଲା। ହେଲେ ପ୍ରଶାସନ ସେତେବେଳେ ଏହାକୁ ଲାଗୁ କରିପାରି ନ ଥିଲେ। ପରେ ଯାଜପୁର ଜିଲାପାଳ ଓ ଏସ୍‌ପି ଚଣ୍ଡିଖୋଲ, ସୁକିନ୍ଦା ଓ ଯାଜପୁର ରୋଡ଼ ଟ୍ରକ୍‌ ମାଲିକ ସଂଘର ସହଯୋଗ ଲୋଡ଼ିବା ପରେ ସେହି ଦିନ ଠାରୁ ଅଦ୍ୟାବଧି ଖଣି ଅଞ୍ଚଳରୁ ଟ୍ରକ୍‌ ଗୁଡ଼ିକ ଲୋଡ଼ିଂ ପାଇ ଆସୁଥିଲେ। ଏଥିନେଇ ଜିଲା ପ୍ରଶାସନ ଓ ଏହି ତିନୋଟି ଟ୍ରକ୍‌ ମାଲିକ ସଂଘ ମିଳିତ ବୈଠକରେ ଏକମତ ହୋଇ ତିନୋଟି ରିଜୋଲ୍ୟୁଶନରେ ସ୍ବାକ୍ଷର କରି ନିଷ୍ପତି ନେଇଥିଲେ। ଯାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ଆସୁଥିଲା ବୋଲି ସଂଘ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ତେବେ ଗତ ମାସରେ ହାଇକୋର୍ଟ ତାଙ୍କ ପୂର୍ବ ନିଷ୍ପତିକୁ କଡ଼ାକଡ଼ି ପାଳନ କରି ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲା ପ୍ରଶାସନ ଏହି ୩ଟି ସଂଘର ସହାୟତା ନ ଲୋଡ଼ି ସିଧା ସଳଖ ଉକ୍ତ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଖଣି ଅଞ୍ଚଳରେ ପ୍ରଚେଷ୍ଟା ଚଳାଇ ସେଠାର ଖଣି ମାଲିକ ଓ ପରିବହନ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା ଅଦ୍ୟାବଧି ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁ ନାହଁି। ଯେଉଁଥିପାଇଁ ଚଣ୍ଡିଖୋଲ ସମେତ ଯାଜପୁର ଜିଲାର ୩ଟି ଟ୍ରକ୍‌ ମାଲିକ ସଂଘ ଅଧିନରେ ଥିବା ୫ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଦୀର୍ଘ ଦିନ ହେବ ମାଲ ଲୋଡ଼ିଂ କରି ନ ପାରି ଛିଡ଼ା ହୋଇ ରହିଛନ୍ତି। ଯେଉଁଥିପାଇଁ ମାଲିକମାନଙ୍କ ଆର୍ଥିକ କ୍ଷତି ହେବା ସାଙ୍ଗକୁ ସେମାନେ ଟ୍ରକ ପାଇଁ କରିଥିବା ଋଣ ପରିଷୋଧ କଷ୍ଟସାଧ୍ୟ ହୋଇପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟାନ୍ୟ ଖଣି ଓ କାରଖାନା ଅଞ୍ଚଳରେ ଥିବା ସ୍ଥାନୀୟ ଟ୍ରକ ମାଲିକ ସଂଘ ଓ ତାହା ଅର୍ନ୍ତଭୁକ୍ତ ଗାଡ଼ିଗୁଡ଼ିକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ଯାଜପୁର ଜିଲାରେ ତାହା ହେଉ ନାହିଁ। ଫଳରେ ବାହାର ରାଜ୍ୟର ଗାଡ଼ିଗୁଡ଼ିକ ଅଧିକ ଫାଇଦା ହାସଲ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସଂଘ ଉପଯୁକ୍ତ ଭାବେ ପାଳନ କରିବାକୁ ଚାହଁୁଥିଲେ ମଧ୍ୟ ଅଦ୍ୟାବଧି ଜିଲା ପ୍ରଶାସନ ପୂର୍ବପରି ସଂଘ ଗୁଡ଼ିକର ସହଯୋଗ ନ ଲୋଡ଼ିବା ଘଟଣାକୁ ନେଇ ଉପସ୍ଥିତ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ଓ ଜିଲାରେ ୩ଟି ଯାକ ଟ୍ରକ୍‌ ମାଲିକ ସଂଘମାନଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲୋଡ଼ିଂ ପ୍ରକ୍ରିୟାରେ ସଂଘ ମତାମତକୁ ଗ୍ରହଣ କରି ଲୋଡ଼ି ପ୍ରକ୍ରିୟା ଚାଲୁ କରିବା ପାଇଁ ସଂଘ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏହି ଖବରଦାତା ସମ୍ବିଳନୀରେ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ଯୁଗ୍ମ ସମ୍ପାଦକ ବିଭୁତି ଭୁଷଣ ଜେନା, ମୁଖ୍ୟ ଉପଦେଷ୍ଟା ହେମନ୍ତ କୁମାର ସାମଲ, ଚନ୍ଦନ ନାୟକ, ସଂଘ ସମ୍ପାଦକ ପୁଷ୍ପରାଜ ନାୟକ, ଉପ ସଭାପତି ଅଟଳ ଜେନା, ସୀତାନାଥ ସାହୁ, ପ୍ରଶାନ୍ତ କୁମାର ଜେନା, ନାରାୟଣ ସ୍ବାଇଁ, ବିଜୟପାଲ ଯାଦବ, ବୈକୁଣ୍ଠନାଥ ପଲେଇ, ପ୍ରମୋଦ କୁମାର ବେହେରା , ଉଦୟନାଥ ସମାଲଙ୍କ ସହ ବହୁ ଗାଡ଼ି ମାଲିକ ଓ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri