ତୁଟୁନି ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବିବାଦ:୩ ଟ୍ରକ୍‌ ମାଲିକ ସଂଘର ସହଯୋଗରେ ବ୍ୟବସ୍ଥାକୁ ସଂଘଠିତ କରିବାକୁ ଦାବି

ଚଣ୍ଡିଖୋଲ,୨୮।୮(ଡି.ଏନ୍‌.ଏ)- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାଜପୁର ଜିଲାର ସୁକିନ୍ଦା ଖଣିଗୁଡ଼ିକରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବ୍ୟବସ୍ଥା ଲାଗୁ କରିବା ପାଇଁ ଜିଲା ପ୍ରଶାସନର ଉଦ୍ୟମ ସଫଳ ହୋଇପାରୁ ନାହଁି। ଫଳରେ ଦୀର୍ଘ ୧ମାସ ହେବ ଖଣି ଅଞ୍ଚଳରେ ଲୋଡ଼ିଂ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡ଼ିବାରୁ ହଜାର ହଜାର ଟ୍ରକ୍‌ ଛିଡ଼ା ହୋଇ ରହିଛିନ୍ତି। ଏହି ପରିପେକ୍ଷୀରେ ଯାଜପୁର ଜିଲାରେ ଥିବା ଚଣ୍ଡିଖୋଲ, ସୁକିନ୍ଦା ଓ ଯାଜପୁର ରୋଡ଼ ଟ୍ରକ୍‌ ମାଲିକ ସଂଘଗୁଡ଼ିକର ସହଯୋଗରେ ଏହି ବ୍ୟବସ୍ଥାକୁ ସଂଘଠିତ ଭାବେ କାର୍ଯ୍ୟକାରୀ କରିବାକୁ ମଙ୍ଗଳବାର ଚଣ୍ଡିଖୋଲ ଟ୍ରକ୍‌ ମାଲିକ ସଂଘ ଦାବି କରିଛି। ଚଣ୍ଡିଖୋଲସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା ଯେ, ଏହି ବିବାଦ ଏବେକାର ନୁହେଁ ବରଂ ୨୦୦୫ ମସିହାରୁ ଜେଏସସି ସଂଘକୁ ଭଙ୍ଗାଯାଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବ୍ୟବସ୍ଥା ଲାଗୁ କରାଯାଇଥିଲା। ହେଲେ ପ୍ରଶାସନ ସେତେବେଳେ ଏହାକୁ ଲାଗୁ କରିପାରି ନ ଥିଲେ। ପରେ ଯାଜପୁର ଜିଲାପାଳ ଓ ଏସ୍‌ପି ଚଣ୍ଡିଖୋଲ, ସୁକିନ୍ଦା ଓ ଯାଜପୁର ରୋଡ଼ ଟ୍ରକ୍‌ ମାଲିକ ସଂଘର ସହଯୋଗ ଲୋଡ଼ିବା ପରେ ସେହି ଦିନ ଠାରୁ ଅଦ୍ୟାବଧି ଖଣି ଅଞ୍ଚଳରୁ ଟ୍ରକ୍‌ ଗୁଡ଼ିକ ଲୋଡ଼ିଂ ପାଇ ଆସୁଥିଲେ। ଏଥିନେଇ ଜିଲା ପ୍ରଶାସନ ଓ ଏହି ତିନୋଟି ଟ୍ରକ୍‌ ମାଲିକ ସଂଘ ମିଳିତ ବୈଠକରେ ଏକମତ ହୋଇ ତିନୋଟି ରିଜୋଲ୍ୟୁଶନରେ ସ୍ବାକ୍ଷର କରି ନିଷ୍ପତି ନେଇଥିଲେ। ଯାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ଆସୁଥିଲା ବୋଲି ସଂଘ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ତେବେ ଗତ ମାସରେ ହାଇକୋର୍ଟ ତାଙ୍କ ପୂର୍ବ ନିଷ୍ପତିକୁ କଡ଼ାକଡ଼ି ପାଳନ କରି ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲା ପ୍ରଶାସନ ଏହି ୩ଟି ସଂଘର ସହାୟତା ନ ଲୋଡ଼ି ସିଧା ସଳଖ ଉକ୍ତ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଖଣି ଅଞ୍ଚଳରେ ପ୍ରଚେଷ୍ଟା ଚଳାଇ ସେଠାର ଖଣି ମାଲିକ ଓ ପରିବହନ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା ଅଦ୍ୟାବଧି ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁ ନାହଁି। ଯେଉଁଥିପାଇଁ ଚଣ୍ଡିଖୋଲ ସମେତ ଯାଜପୁର ଜିଲାର ୩ଟି ଟ୍ରକ୍‌ ମାଲିକ ସଂଘ ଅଧିନରେ ଥିବା ୫ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଦୀର୍ଘ ଦିନ ହେବ ମାଲ ଲୋଡ଼ିଂ କରି ନ ପାରି ଛିଡ଼ା ହୋଇ ରହିଛନ୍ତି। ଯେଉଁଥିପାଇଁ ମାଲିକମାନଙ୍କ ଆର୍ଥିକ କ୍ଷତି ହେବା ସାଙ୍ଗକୁ ସେମାନେ ଟ୍ରକ ପାଇଁ କରିଥିବା ଋଣ ପରିଷୋଧ କଷ୍ଟସାଧ୍ୟ ହୋଇପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟାନ୍ୟ ଖଣି ଓ କାରଖାନା ଅଞ୍ଚଳରେ ଥିବା ସ୍ଥାନୀୟ ଟ୍ରକ ମାଲିକ ସଂଘ ଓ ତାହା ଅର୍ନ୍ତଭୁକ୍ତ ଗାଡ଼ିଗୁଡ଼ିକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ଯାଜପୁର ଜିଲାରେ ତାହା ହେଉ ନାହିଁ। ଫଳରେ ବାହାର ରାଜ୍ୟର ଗାଡ଼ିଗୁଡ଼ିକ ଅଧିକ ଫାଇଦା ହାସଲ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସଂଘ ଉପଯୁକ୍ତ ଭାବେ ପାଳନ କରିବାକୁ ଚାହଁୁଥିଲେ ମଧ୍ୟ ଅଦ୍ୟାବଧି ଜିଲା ପ୍ରଶାସନ ପୂର୍ବପରି ସଂଘ ଗୁଡ଼ିକର ସହଯୋଗ ନ ଲୋଡ଼ିବା ଘଟଣାକୁ ନେଇ ଉପସ୍ଥିତ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ଓ ଜିଲାରେ ୩ଟି ଯାକ ଟ୍ରକ୍‌ ମାଲିକ ସଂଘମାନଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲୋଡ଼ିଂ ପ୍ରକ୍ରିୟାରେ ସଂଘ ମତାମତକୁ ଗ୍ରହଣ କରି ଲୋଡ଼ି ପ୍ରକ୍ରିୟା ଚାଲୁ କରିବା ପାଇଁ ସଂଘ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏହି ଖବରଦାତା ସମ୍ବିଳନୀରେ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ଯୁଗ୍ମ ସମ୍ପାଦକ ବିଭୁତି ଭୁଷଣ ଜେନା, ମୁଖ୍ୟ ଉପଦେଷ୍ଟା ହେମନ୍ତ କୁମାର ସାମଲ, ଚନ୍ଦନ ନାୟକ, ସଂଘ ସମ୍ପାଦକ ପୁଷ୍ପରାଜ ନାୟକ, ଉପ ସଭାପତି ଅଟଳ ଜେନା, ସୀତାନାଥ ସାହୁ, ପ୍ରଶାନ୍ତ କୁମାର ଜେନା, ନାରାୟଣ ସ୍ବାଇଁ, ବିଜୟପାଲ ଯାଦବ, ବୈକୁଣ୍ଠନାଥ ପଲେଇ, ପ୍ରମୋଦ କୁମାର ବେହେରା , ଉଦୟନାଥ ସମାଲଙ୍କ ସହ ବହୁ ଗାଡ଼ି ମାଲିକ ଓ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri