ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳରେ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ସରକାରୀ ବସ୍ଷ୍ଟାଣ୍ଡ ସମ୍ମୁଖରେ ଥିବା କେତୋଟି ଦୋକାନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଯାଇଛି। ସମ୍ପୃକ୍ତ ଦୋକାନୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନୂତନ ସରକାରୀ ବସ୍ ଟର୍ମିନାଲରେ ଦୋକାନ ଗୃହ ଦେବା ପାଇଁ ଓଏସ୍ଆର୍ଟିସି ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଏହି ସମସ୍ୟାର ସମାଧାନ ହୋଇଛି। ଏଥିସହ ଖୁବ୍ଶୀଘ୍ର ନୂତନ ବସ୍ଷ୍ଟାଣ୍ଡକୁ ଉଦ୍ଘାଟନ କରାଯିବ ବୋଲି ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ସରକାରୀ ବସ୍ଷ୍ଟାଣ୍ଡ ସମ୍ମୁଖରେ ଦୀର୍ଘ ଦିନ ହେବ ଉଠା ବ୍ୟବସାୟୀମାନେ ଜବର ଦଖଲରେ ଥିଲେ। ତେବେ ବସ୍ଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ସେମାନଙ୍କ ନିକଟରୁ ଓଏସ୍ଆର୍ଟିସି ଦୋକାନ ଘର ଯୋଗାଇ ଦେବା ପାଇଁ ଟଙ୍କା ନେଇଥିଲା। ପରେ ଦୁଇ ଜଣ ବ୍ୟବସାୟୀଙ୍କୁ ଟଙ୍କା ଫେରସ୍ତ କରି ନ ଥିବାରୁ ସେମାନଙ୍କୁ ଦୋକାନ ଘର ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ନେଇ କୌଣସି ଲିଖିତ ଦସ୍ତାବିଜ ପାଇ ନ ଥିବାରୁ ବ୍ୟବସାୟୀମାନେ ଉଚ୍ଛେଦ ସମୟରେ ଉଚ୍ଚ ନ୍ୟାୟାଳୟରୁ ଷ୍ଟେ ଅର୍ଡର ଆଣିଥିଲେ। ତେବେ ଅନୁଗୋଳ ଜିଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଓଏସ୍ଆର୍ଟିସିକୁ ଚିଠି ମଧ୍ୟ ଲେଖିଥିଲେ। ଏଥିରେ ଦୁଇ ଜଣ ଦୋକାନୀଙ୍କୁ ଅଗ୍ରାଧିକାର ଦେଇ ବିଭାଗର ସର୍ତ୍ତାବଳୀ ଭିତ୍ତିରେ ଦୋକାନ ଘର ଯୋଗାଇ ଦେବାକୁ ଜିଲାପାଳ ଉଲ୍ଲେଖ କରିଥିଲେ। ଏହାର ପ୍ରତି ବଦଳରେ ଓଏସ୍ଆର୍ଟିସି ଚିଠି ନଂ. ୧୦୬୬୮ରେ ଉଭୟଙ୍କୁ ଦୋକାନ ଘର ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଛି। ଏହାପରେ ସମ୍ପୃକ୍ତ ୨ ଦୋକାନୀ ଆସନ୍ତା ୭ ଦିନ ମଧ୍ୟରେ ବସ୍ଷ୍ଟାଣ୍ଡ ସମ୍ମୁଖରୁ ଦୋକାନ ଘର ହଟାଇଦେବେ ବୋଲି ଜିଲା ପ୍ରଶାସନକୁ ଅବଗତ କରିଥିବା ସୂଚନା ମିଳିଛି।
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…
ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…
ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍: ଆଉ ତା’ପରେ…
କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
Archives

