ତୀର୍ଥଯାତ୍ରୀଙ୍କୁ ଲୁଟ୍‌ ଉଦ୍ୟମ ପଣ୍ଡ, ୩ ଗିରଫ

ଅନୁଗୋଳ ଅଫିସ/ବଅଁରପାଳ,୩।୧ – ଅନୁଗୋଳ ଜିଲା ବଅଁରପାଳ ଥାନା ତଳମୂଳ ଉଚ୍ଚ ବିଦ୍ୟାଳୟ ନିକଟରେ ବୁଧବାର ବିଳମ୍ବିତ ରାତିରେ ତୀର୍ଥଯାତ୍ରୀଙ୍କଠାରୁ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି। ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୩ ଦୁର୍ବୃତ୍ତଙ୍କୁ ତୀର୍ଥଯାତ୍ରୀମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି। ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫମାନେ ହେଲେ ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ନୂଆଗାଁ ଅଞ୍ଚଳର ଶର୍ମା ନନ୍ଦ ଗଡ଼ନାୟକ(୩୨), ବଅଁରପାଳ ଥାନା ଗଡ଼ତଳମୂଳ ଅଞ୍ଚଳର ପ୍ରକାଶ ପଟ୍ଟନାୟକ(୨୬) ଓ ସୁବାସ ଭୋଇ(୨୪)। ସେମାନଙ୍କ ନିକଟରୁ ୩ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ, ୩ ଜୀବନ୍ତ ଗୁଳି, ଗୋଟିଏ ସୁନାର ହନୁମାନ ଲକେଟ୍‌ ଓ ୪ଟି ମୋବାଇଲ ଜବତ କରାଯାଇଥିବା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ସୂଚନା ଦେଇଛନ୍ତି।
ପୋଲିସ କହିଛି, ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ପୁରୀ ଓ ତାରା ତାରିଣୀରୁ ତୀର୍ଥ ସାରି ୨ଟି ବୋଲେରୋରେ ଫେରୁଥିବାବେଳେ ତଳମୂଳଠାରେ ସମ୍ପୃକ୍ତ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇ ଥିଲେ। ପରେ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ସେହି ସମୟରେ ଉକ୍ତ ଗାଡ଼ିରେ ଥିବା ଜଣେ ଯୁବକ ସାହସ କରି ଅନୁଗୋଳ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିବା ସହ ଜଣେ ଦୁର୍ବୃତ୍ତ ପିନ୍ଧିଥିବା ହେଲମେଟକୁ ମୁଥ ମାରିଥିଲେ। ଫଳରେ ଦୁର୍ବୃତ୍ତ ଜଣକ ତଳେ ପଡ଼ିଯାଇଥିଲେ। ପରେ ଅନ୍ୟ ୨ ଦୁର୍ବୃତ୍ତଙ୍କୁ ତୀର୍ଥଯାତ୍ରୀମାନେ କାବୁ କରିନେଇଥିଲେ। ତଳେ ପଡ଼ିଯାଇଥିବା ଦୁର୍ବୃତ୍ତ ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ପଳାଇଥିଲେ। ପରେ ମହୀଧରପୁର ଫାଣ୍ଡି ଓ ବଅଁରପାଳ ଥାନା ପୋଲିସ ପହଞ୍ଚତ୍ ଧରାପଡ଼ିଥିବା ୨ଜଣଙ୍କ ସହ ଖସି ପଳାଇଥିବା ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଏ ନେଇ ପୋଲିସ ନଂ. ୨/୨୦୨୦ରେ ଏକ ମାମଲା ରୁଜୁ କରି ଗିରଫ ଦୁର୍ବୃତ୍ତଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri