ହିନ୍ଦୋଳ, ୨୨।୮(ଡି.ଏନ.ଏ.)
ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ଦାଖଲ ଖାରଜ ମାମଲା, ଭାଗବଣ୍ଟନ ପତ୍ରର ନକଲ ମିଳୁନାହିଁ। ଆବଶ୍ୟକ କାଗଜପତ୍ର ସଂଶୋଧନ ହେଉ ନ ଥିବାରୁ ଲୋକମାନେ ନୟାନ୍ତ ହେଉଛନ୍ତି। ଏ ନେଇ ବରିଷ୍ଠ ଓକିଲ ଦିବାକର ଦାସ ଗୁରୁବାର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିସହ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଜଣାଇଛନ୍ତି।
ଦିବାକର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସ୍ଥାନୀୟ ସିନିୟର ସିଭିଲ କୋର୍ଟରେ ଦାଏର ହୋଇଥିବା ଏକ ମାମଲା ଲାଗି କେତେକ ଦସ୍ତାବିଜ୍ ଆବଶ୍ୟକତା ପଡ଼ିଥିଲା। ଗତ ଜୁନ୍ ୨୨ରେ ସେ ନକଲ କପି ପାଇଁ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କୁ ନକଲ ପ୍ରଦାନ କରାଯାଉନାହିଁ। ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କ ସମେତ ଉପଜିଲାପାଳଙ୍କୁ ଅବଗତ କରାଇଛନ୍ତି। ସେହିପରି ଅନ୍ୟଜଣେ ଓକିଲ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିବା କହିଛନ୍ତି। ମାସେ ହେଲା ଆବେଦନ କରିବା ସତ୍ତ୍ୱେ ତାଙ୍କୁ ପାର୍ଟିଶନ କପି ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ରାଜମୋହନପୁର ଗ୍ରାମର ଦେବରାଜ ଖିଲାର କହିଛନ୍ତି, କବଲା ସମୟରେ କ୍ରେତାଙ୍କ ଘରେ ସୁରକ୍ଷିତ ଭାବେ ପଟ୍ଟା ପହଞ୍ଚାଇବା ଲାଗି ସରକାରୀସ୍ତରରେ ୧୪୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ଗତ ଜୁଲାଇ ୧୫ରୁ ସେ କବଲା କରିଥିଲେ ମଧ୍ୟ ଅଦ୍ୟାବଧି ପଟ୍ଟା ମିଳିନାହିଁ। ଅବ୍ୟବସ୍ଥା ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ବି ସୁଫଳ ମିଳୁନାହିଁ। ତେଣୁ ବ୍ୟବସ୍ଥା ଉପରୁ ଅସ୍ଥା ତୁଟିବାରେ ଲାଗିଥିବା ସେ କହିଛନ୍ତି।
ଏ ସମ୍ପର୍କରେ ତହସିଲଦାର ଅଜୟ କୁମାର ମଲ୍ଲିକ କୁହନ୍ତି, ଅଭିଯୋଗ ମିଳିଛି। ସେବା ବିଳମ୍ବ ହେଉଥିବା କାରଣ ସମ୍ପର୍କରେ ସେ ନିଜେ ଅନୁଧ୍ୟାନ କରିବେ। ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…
ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...
Archives


