ତରଳୁଛି ଫ୍ଲୋରିଡାକ୍ଷେତ୍ର ଭଳି ହିମପାହାଡ଼: ଚେତାବନୀ ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ,୩୧।୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଫ୍ଲୋରିଡାର କ୍ଷେତ୍ର ଭଳି ହିମପାହାଡ଼ ତରଳିବାରେ ଲାଗିଛି ବୋଲି ସମ୍ପୃକ୍ତି ଏକ ଗବେଷଣାରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପ୍ରଥମଥର ପାଇଁ ଆଣ୍ଟାର୍କଟିକାରେ ଗରମ ପାଣି ଯୋଗୁ ବରଫ ତରଳି ସମୁଦ୍ରର ଜଳସ୍ତର ବୃଦ୍ଧି ଘଟିଥିବା ବୈଜ୍ଞାନିକମାନେ କହିଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ, ବରଫ ତଳେ ପାଣିର ତାପମାତ୍ରା ୨ଡିଗ୍ରୀ ସେଲ୍‌ସିୟସ୍‌ରୁ ଉପରେ କିମ୍ବା ୩.୬ଡିଗ୍ରୀ ଫାରେନ୍‌ହାଇଟ୍‌ରୁ କମ୍‌ ରହୁଛି, ଯାହା ସାଧାରଣ ଫ୍ରିଜିଂ ପଏଣ୍ଟଠାରୁ ଉପରେ ବୋଲି କୁହାଯାଇଛି। ବିଶେଷକରି ଏହା ଗ୍ଲେସିଅରର ତଳଭାଗର ତାପମାତ୍ରା ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଗ୍ଲେସିଅର କେଉଁ ଅନୁପାତରେ ତରଳୁଛି ତାହା ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ ଅନୁମାନ କରାଯାଇଛି, ହୁଏତ ଏହା କିଛି ଦଶନ୍ଧି ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ତରଳିଯାଇପାରେ। କାରଣ ବରଫ ତଳେ ଥିବା ଗରମ ପାଣି ଯୋଗୁଁ ଏହା ଶୀଘ୍ର ତରଳିପାରେ ବୋଲି ଅନୁମାନ କରାଯାଇଛି। ଥ୍ବାୟଟସ୍‌ ଗ୍ଲେସିୟର ଉପରେ ଗବେଷଣା କରି ବୈଜ୍ଞାନିକମାନେ ଏହି ତଥ୍ୟ ଦେଇଛନ୍ତି। ଆଣ୍ଟାର୍କଟିକାର ପଶ୍ଚିମରେ ଥିବା ପାଇନ ଦ୍ୱୀପ ସହ ଥ୍ବାୟଟସ୍‌ ଗ୍ଲେସିଅରରୁ ଲଗାତାର ଭାବେ ବଡ଼ ବଡ଼ ବରଫ ଖଣ୍ଡ ତରଳୁଥିବାରୁ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି। ଭବିଷ୍ୟତରେ ସମୁଦ୍ରର ଜଳସ୍ତର ୧-୫ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଏମିତି ହେଲେ ଉପକୂଳବର୍ତ୍ତୀ ଅନେକ ଅଞ୍ଚଳ ସମୁଦ୍ରଗର୍ଭରେ ଲୀନ ହୋଇଯିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ଉକ୍ତ ଗ୍ଲେସିଅରରେ କଣା କରାଯାଇ ଏହା ତଳେ ଥିବା ପାଣିର ତାପମାତ୍ରାକୁ ମପାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଗ୍ଲେସିଅର ତଳେ ଥିବା ଗରମପାଣି ଯୋଗୁ ଏଭଳି ପରିବର୍ତ୍ତନ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri