ତନିଷ୍କର ସାବିତ୍ରୀ ଅଫର ଘୋଷଣା,ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୮-୫: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ସାବିତ୍ରୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ୨୯ରୁ ଜୁନ ୨ ଯାଏ ଉପଲବ୍ଧ ରହିବ। ସ୍ଥାନୀୟ ଚନ୍ଦ୍ରଶେଖର ପୁର ସ୍ଥିତି ଶୋ’ରୁମରେ ଏହି ଅଫରକୁ ଫ୍ରାଞ୍ଚାଇଜି ଓନର ମାନିକ ହଂସ ଶୁଭାରମ୍ଭ କରିଥିଲେ। ଅଫର ସମୟରେ ଗ୍ରାହକଙ୍କ ଲାଗି ସୁନା ଗହଣାର ଗଢା ମୂଲ୍ୟ ଏବଂ ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ। ସେହିଭଳି ପୁରୁଣା ସୁନା ଗହଣା ବଦଳାଇଲେ ଶତ ପ୍ରତିଶତ ମୂଲ୍ୟ ଗ୍ରାହକ ପାଇପାରିବେ। ଏହି ସମୟରେ ଭୁବନେଶ୍ୱର ଏବଂ କଟର ତନିସ୍କ ଷ୍ଟୋରଗୁଡିକରେ ଡାଇମଣ୍ଡ ଫେଷ୍ଟିଭାଲ ଅନୁଷ୍ଠିତ ହେବ ବୋଲି ହଂସ କହିଛନ୍ତି। ଏଠାରେ ଗ୍ରାହକମାନେ ବିସ୍ତୃତ ରେଞ୍ଜର ଗହଣା ଦେଖିବା ସହ କିଣିବାର ସୁଯୋଗ ପାଇ ପାରିବେ। ଫନୀ ଯୋଗୁ ଅକ୍ଷୟ ତୃତୀୟା ବ୍ରିକି ପ୍ରଭାବିତ ହୋଇଥିବା ବେଳେ ସାବିତ୍ରୀରେ ଗ୍ରାହକଙ୍କୁ ଉନ୍ନତ କ୍ରୟ ଅଭିଜ୍ଞତା ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଇଛି। ଶୋ’ରୁମରେ ଭଲ ବିକ୍ରି ନେଇ ଆଶା ରହିଥିବା ହଂସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri