ତଥ୍ୟ ଦେଉନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ: ହେଉନି ଏଜି ଅଡିଟ୍‌, ସୀମା ଟପିଛି ଦୁର୍ନୀତି

ଭୁବନେଶ୍ୱର, ୧।୮(ବ୍ୟୁରୋ): ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିବା ନନ୍ଦନକାନନକୁ ନେଇ ଆଉ ଏକ ଅଭିଯୋଗ ଉଠିଛି। ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହି ପ୍ରାଣୀ ଉଦ୍ୟାନର ଉନ୍ନତି ସେପରି ହୋଇପାରୁନି। କେତେବେଳେ ଜୀବଜନ୍ତୁ ଅର୍ଦ୍ଧାହାରରେ ରହୁଛନ୍ତି ତ ପୁଣି ସେମାନଙ୍କ ଯତ୍ନ ନେଉଥିବା କର୍ମଚାରୀ ଓ ଶ୍ରମିକ ମୌଳିକ ସୁବିଧା ନ ପାଇ ଆନ୍ଦୋଳନ ଚେତାବନୀ ଦେଉଛନ୍ତି। ଜୀବଜନ୍ତୁଙ୍କ ନାଁରେ ଅର୍ଥ ହରିଲୁଟ୍‌ ହେଉଥିବାବେଳେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଠିକ୍‌ ଉପାୟରେ ଅର୍ଥ ଖର୍ଚ୍ଚ ହେଉ ନ ଥିବା ନଜରକୁ ଆସିଛି। ସେହିଭଳି ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଖୋଲା ବଜାରରୁ ଲକ୍ଷ ଲକ୍ଷ ଟଙ୍କାର ଉପକରଣ ଖରିଦ୍‌ ହେଉଛି। ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ହେଲା ନନ୍ଦନକାନନରେ ଯେଉଁ ଖର୍ଚ୍ଚ ହେଉଛି ତାହାର କୌଣସି ସରକାରୀ ଅଡିଟ୍‌ ବା ଆକାଉଣ୍ଟାଣ୍ଟ ଜେନେରାଲ୍‌ଙ୍କ ଦ୍ୱାରା ହେଉନାହିଁ। ଫଳରେ ମନଇଚ୍ଛା ଅର୍ଥ ଖର୍ଚ୍ଚ ହେଉଛି। ଏପରିସ୍ଥଳେ ନନ୍ଦନକାନନର ଉନ୍ନୟନମୂଳକ କାର୍ଯ୍ୟ ଓ ଖର୍ଚ୍ଚ ସଂକ୍ରାନ୍ତ ତଥ୍ୟ କର୍ତ୍ତୃପକ୍ଷ ଦେଉ ନ ଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି।
ଆଡ୍‌ଭୋକେଟ୍‌ ଅପୂର୍ବ ରଞ୍ଜନ ମଲ୍ଲିକ ସୂଚନା ଅଧିକାର ଆଇନ ବଳରେ ନନ୍ଦନକାନନରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ତତ୍‌ସମ୍ବନ୍ଧୀୟ ଅନୁମୋଦିତ ଖର୍ଚ୍ଚ ଓ ରାଜସ୍ବ ତଥା ଅଡିଟ୍‌ ସମ୍ବନ୍ଧୀୟ ତଥ୍ୟ ପ୍ରାଣୀଉଦ୍ୟାନ ପିଆଇଓଙ୍କୁ ମାଗିଥିଲେ। କିନ୍ତୁ ବିଭିନ୍ନ ବାହାନା ଦେଖାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଥ୍ୟ ଦିଆଗଲା ନାହିଁ। ଏହାପରେ ଅପୂର୍ବ ପ୍ରଥମ ଆପିଲେଟ ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ ଦାସଙ୍କୁ ଅପିଲ କଲେ। କିନ୍ତୁ ଉପଯୁକ୍ତ ତଥ୍ୟ ଦେବାରେ ଅସହଯୋଗ କରାଯିବାରୁ ସେ ମୁଖ୍ୟ ସୂଚନା କମିଶନଙ୍କ କୋର୍ଟରେ ପିଟିଶନ କରିଥିଲେ, ଯାହା ଏବେ ବିଚାରାଧୀନ ଅଛି। ଅପୂର୍ବ କୁହନ୍ତି, ପ୍ରଚଳିତ ଆଇନ ଅନୁଯାୟୀ ତଥା ସରକାରୀ ଦ୍ରବ୍ୟର କ୍ରୟରେ ସ୍ବଚ୍ଛତା ଆଣିବା ପାଇଁ ଓଡିଶା ସରକାରଙ୍କ ତରଫରୁ ଗଭର୍ନମେଣ୍ଟ ଇ-ମାର୍କେଟପ୍ଲେସ୍‌ (GeM)ର ବ୍ୟବସ୍ଥା କରାଯାଇଛି। ୨୦୧୭ ଅଗଷ୍ଟ ୧୫ ପରଠାରୁ ସମସ୍ତ କ୍ରୟ ଏହା ମାଧ୍ୟମରେ କରିବାକୁ ଅର୍ଥ ବିଭାଗର ନିର୍ଦ୍ଦେଶନାମା ରହିଛି। କିନ୍ତୁ ନନ୍ଦନକାନନ କର୍ତୃପକ୍ଷ ଏହି ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଏପରିକି ବିନା ଜିଏସ୍‌ଟି ବିଲ୍‌କୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ସରକାରୀ ଅର୍ଥର ସଦୁପଯୋଗ ପାଇଁ ଟେଣ୍ଡରର ବିଧି ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଉନି। ନନ୍ଦନକାନନ ସୋସାଇଟି ଫଣ୍ଡ୍‌ରୁ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଖର୍ଚ୍ଚର ଅଡିଟ୍‌ ଏଜି କିମ୍ବା ଓଡିଶା ସରକାରଙ୍କ ଅଡିଟରମାନେ କରନ୍ତି ନାହିଁ। ତେଣୁ ଦୁର୍ନୀତି କରିବା ପାଇଁ ସୁବିଧା ହେଉଛି। ନନ୍ଦନକାନନରେ ଦୀର୍ଘ ୮ ରୁ ୧୦ ବର୍ଷ ଧରି କାମ କରୁଥିବା ଶ୍ରମିକମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ କରାଯାଉଛି। ଇପିଏଫ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ରେଜିଷ୍ଟ୍ରିଭୁକ୍ତ କରିବା ପାଇଁ ଚିଠି ଲେଖିଥିଲେ ମଧ୍ୟ ଏଯାଏ ହୋଇପାରିନି। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିବାବେଳେ କାର୍ଯ୍ୟ କରିବାର ଉତ୍ସାହ ରହୁନି। ଏଭଳି ବିଭିନ୍ନ ପ୍ରସଙ୍ଗର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ସହ ଏଜି ପକ୍ଷରୁ ସ୍ବତନ୍ତ୍ର ଅଡିଟ୍‌ କରାଯିବା ନିହାତି ଆବଶ୍ୟକ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ମଧ୍ୟ ନନ୍ଦନକାନନର ଆର୍ଥିକ କାରବାର ଉପରେ ତଦନ୍ତ କଲେ କଳାକାରବାରର ପର୍ଦ୍ଦାଫାସ ହେବ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରାପଡିବେ ବୋଲି ଅପୂର୍ବ କହିଛନ୍ତି। ଆହୁରି ମଧ୍ୟ ସେ ଏକ ଗୁରୁତର ଅଭିଯୋଗ ଉଠାଇଛନ୍ତି। ଆର୍‌ଟିଆଇରେ ତଥ୍ୟ ମାଗିଲେ ଆର୍ଥିକ ପ୍ରଲୋଭନ ଦିଆଯାଉଛି। ଏହା ତାଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିବା ସେ କହିବା ସହ ମୁଖ୍ୟ ସୂଚନା କମିଶନରଙ୍କ କୋର୍ଟରେ ଯେତେବେଳେ ପିଟିଶନର ଶୁଣାଣି ହେବ, ସେହି ପ୍ରସଙ୍ଗ ଉତ୍‌ଥାପନ କରିବେ ବୋଲି ଅପୂର୍ବ କହିଛନ୍ତି।
ଏ ସଂକ୍ରାନ୍ତରେ ନନ୍ଦନକାନନନ ନିର୍ଦ୍ଦେଶକଙ୍କୁ ତାଙ୍କ ମୋବାଇଲ୍‌ ନଂ.୯୪୩୭୦୩୮୬୩୬ରେ ଦୁଇଦିନ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରିସିଭ୍‌ କରିଥିଲେ। ଉପନିର୍ଦ୍ଦେଶକ ଦାସଙ୍କୁ ମଧ୍ୟ ତାଙ୍କ ମୋବାଇଲ୍‌ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ତେବେ ସେ ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ଥିବା ନେଇ କେହିଜଣେ କର୍ମଚାରୀ ଫୋନ୍‌ ଉଠାଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri