ଢେଙ୍କିକୋଟରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଢେଙ୍କିକୋଟ, ୨୮ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟରେ ଗତକାଲିଠାରୁ ଅଗ୍ନିବର୍ଷା ଜାରି ରହିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜନସାଧାରଣ ପ୍ରଚଣ୍ଡ ଖରାରୁ ପଦାକୁ ବାହାରି ପାରୁନାହାନ୍ତି। ୧୧ଟା ବେଳକୁ ବଜାର ରାସ୍ତା ଘାଟ ଶୂନ୍‌ଶାନ ହୋଇଯାଉଛି। ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଶନିବାର ସାପ୍ତାହିକ ହାଟ ଥିବାବେଳେ ହାଟରେ ଲୋକସଂଖ୍ୟା ପ୍ରତି ହାଟଠାରୁ ୩ଗୁଣା କମ ଦେଖିବାକୁ ମିଳିଛି।  କେନ୍ଦୁଝର ଜିଲା ଆରଏମ୍‌ସି ଅଧିନରେ ହାଟ ଥିବାବେଳେ ହାଟ ଲୋକମାନଙ୍କ ନିମନ୍ତେ କୌଣସି ପାନୀୟ ଜଳର ବ୍ୟବସ୍ଥା ନାହିଁ। ଜଳଛତ୍ର ଆର୍‌ଏମ୍‌ସି ପକ୍ଷରୁ ଖୋଲିବା ପାଇଁ ଦାବି ହେଉଛି।