ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଏମିତି: ରୋଗୀଙ୍କୁ ଇଞ୍ଜେକ୍‌ଶନ ଦେଉଛନ୍ତି କର୍ମଚାରୀ, ଭିଡିଓ ଭାଇରାଲ

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ଓ୍ବାର୍ଡରେ ଜଣେ ମହିଳା ରୋଗୀଙ୍କୁ ଚିକିତ୍ସାଳୟର ଜଣେ ମହିଳା କର୍ମଚାରୀ ଇଞ୍ଜେକ୍‌ଶନ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଉଛି। ଘଟଣା ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ରଙ୍କୁ ପଚରାଯିବାରେ ସେ କହିଛନ୍ତି, ୧୫ ଦିନ ତଳେ ଏଭଳି ଘଟଣା ଘଟିଥିବା ଶୁଣିଥିଲି। ଏ ନେଇ ସମସ୍ତଙ୍କୁ ତାଗିଦ କରାଯାଇଛି।

Share