ଡ୍ରେନ୍‌ ଭିତରେ ପାଏନ୍‌ ପାଇପ୍‌, ରୋଗ୍‌ ଆଶଁକା

ମନମୁଣ୍ଡା, ୭।୬ (ଡି.ଏନ.ଏ): ବୌଦ୍ଧ ଜିଲା ମନମୁଣ୍ଡାକେ ବହୁତ ବଛର ହେଲା ପାଇପ୍‌ ପାଏନ୍‌ ଯୁଗାବାର ବେବସ୍‌ତା ହେଇଛେ। ହେଲେ କମ୍‌ ପାଓ୍ବାରର ମୋଟର ଲାଗି ସହରକେ ଠିକ୍‌ ହିସାବେ ପାଏନ୍‌ ସପ୍ଲାଏ ନାଇଁ ହେଇପାରବାର। ସେନ୍‌ତା ଫିଲଟର ବେବସ୍‌ତା ନାଇଁଥିବାର ଲାଗି ତେଲନଦୀରୁ ସିଧାସଲଖ ଦୂଷିତ ପାଏନ୍‌ ଆସୁଛେ। ଇତାର ବାହାରେ ପଏନ୍‌ ପାଇପ୍‌ ମାନ୍‌ ଏନ୍‌ଏଚ୍‌-୫୭ ତରେ ଡ୍ରେନ୍‌ ଭିତରେ ଯାଇଛେ। ଭବିଷତରେ ପାଇପ୍‌ ମୁରଚା ଖାଇ କଣା ହେଲେ ସେଥ୍‌ରେ ଡ୍ରେନ୍‌ ପାଏନ୍‌ ଢୁକ୍‌ବାର କିଛି ବଡ଼କଥା ନୁହେ। ଇ ବାବ୍‌ଦେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଏକଜିକ୍ୟୁଟିଭ ଇଞ୍ଜିନିୟର ମନହାରି ବାବୁକୁଁ ପଚରାଲାରୁ ଇ ବାବ୍‌ଦେ ମୁଇଁ ନାଇଁ ଜାନି, ଏହେଦେ ଲୋକ୍‌ ପାଏନ୍‌ ପାଉଥାଉନ୍‌। କ୍ୟାଚମେଣ୍ଟ ପ୍ଲାନ କଲା ଉତାରୁ ଅଲଗ ପଦକ୍ଷେପ ନିଆଯିବା ଆର ପାଇପ ବଦଲାକେ ପଡ଼ଲେ ଦେଖାଯିବା ବଲି ସେ କହିଥିଲେ।

ଇମାନେ ଯାହା କହିଛନ୍‌…
-ଡ୍ରେନ ଭିତରେ ଲୁକେ ପାଇଖାନା, ଗାଧୁଆ ପାଏନ୍‌ ଛାଡୁଛନ୍‌, ଅସକଟିଆ ଲାଗୁଛେ। ଏନ୍‌ତା ପାଏନ୍‌ ପିଇଲେ ବେମାରସେମାର ହେବା, ପାଇପ ବଦଲାବାର କଥା।-ନିରଞ୍ଜନ କର୍ଣ୍ଣ, ସଭାପତି, ମନମୁଣ୍ଡା ଭାଜପା
-ଡ୍ରେନ ଭିତରେ ପାଇପ ଯାଇଥିବାଲାଗି ମନଭିତରେ ଗୁଟେ ବିକାର ରହୁଛେ। ଦିହିପା ଲାଗି ବି ଭଲ ନୁହେ, ହେଟା ବଦଲାବାର ଚାହି।-ପଦାରବିନ୍ଦ ମେହେର, ମନମୁଣ୍ଡା
-ବିଭାଗୀୟ କତୁରପକ୍ଷକଁର ଖାମଖିଆଲି ମନଭାବ, ଦୂରଦୁରୁଷ୍‌ଟି ଅଭାବ ଲାଗି ଏନ୍‌ତା ଅବସ୍‌ତା ହେଇଛେ। ଡ୍ରେନ୍‌ରୁ ପାଇପ୍‌ ବାହାର କରିଦେବା କଥା।-ମୃତ୍ୟୁଞ୍ଜୟ ମେହେର, ମନମୁଣ୍ଡା