ଡ୍ରେନ୍‌ ଦୂଷିତ ଯୋଗୁ କରୋନା ବ୍ୟାପିବା ଆଶଙ୍କା: ମୁଖ୍ୟ ଯନ୍ତ୍ରୀଙ୍କୁ ହାଜର ପାଇଁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ଡ୍ରେନ୍‌ ଦୂଷିତ ଯୋଗୁ କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା କରାଯାଉଛି। ତେଣୁ ଡ୍ରେନ୍‌ ସଫେଇରେ ଅବ୍ୟବସ୍ଥା ନେଇ ପରିବେଶ ଦୂଷିତ ହେଉଥିବା ଅଭିଯୋଗରେ କଟକ ଡ୍ରେନେଜ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ମାର୍ଚ୍ଚ ୨୪ତାରିଖ ଦିନ ୧୧ଟା ବେଳେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଏମ୍‌ସି ଅଧିନ ଗଣ୍ଡରପୁର ଡ୍ରେନେଜ ଅନ୍ତର୍ଗତ ପେଟାନାଳ ଅଞ୍ଚଳରେ ଅଳିଆ ଆବର୍ଜନା ପକାଇବା ଦ୍ୱାରା ପରିବେଶ ଦୂଷିତ ହେଉଥିବା ନେଇ ସାମାଜିକ କର୍ମୀ ଜୟନ୍ତୀ ଦାସ ଓଚ୍‌ଆରସିରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି କମିଶନ ତୁରନ୍ତ ଉକ୍ତ ଡ୍ରେନ ସଫା କରିବାକୁ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ଏଭଳି ଯନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ସେ ନେଇ ମାନବାଧିକାର କମିଶନ ପଶ୍ନ କରିଥିଲେ।