ଡିହ ମିଲିଛେ, ଘରଖଁଡ଼େ ଆଶ୍‌ରେ ୧୯ ବଛର

କେସିଙ୍ଗା, ୩୦।୬ (ଡି.ଏନ୍‌.ଏ): ଆମର ବିଧି ବେବସ୍‌ତା ଭାରି ଅଜବ୍‌। ସତେ ଯେନ୍‌ତା ଇଠାନେ ଭୁଲଭଟକାର ଲାଗି କେହି ଦାୟୀ ନୁହଁନ୍‌। କେନ୍‌ଠାନେ ଲୋକ୍‌ ନିଏ ପାଏବାର ଲାଗି ବଛର ବଛର ଯୁଝୁଛନ୍‌ ତ ଆର କିଏ ନିଜର ହକ୍‌ ଲାଗି ଭିନେ ଭିନେ ଅଫିସ ଯାଇଆସି ନିହାଲ ହେଉଛେ। ସର୍ଭେରେ ଭୁଲଭଟକା ହେଉ କି ସରକାରୀ ଅଧ୍‌କାରୀ, କରମଚାରୀକର ଖାମଖିଆଲି ମନଭାବ, ଇଥିରେ ସବୁବେଲେ ଗରିବ୍‌ ଦୁଖି ନ ସରକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ପଁଚେତ୍‌ର ଗେଟିପଡ଼ା ଗଁାରେ।
ସୂଚନା ଅନ୍‌ସାରେ ଗେଟିପଡ଼ାର ବାସିନ୍‌ଦା ହେଉଛନ୍‌ କପିଳେଶ୍ୱର ସାହୁ(୬୫)। ପରିବାର କହେଲେ ମାଏକିନା ମଥୁରା(୬୨) ଆର ଦୁଇ ପୁଓ। ହେଲେ ପୁଓମାନେ ବିହାଚୁରା ହେଇ ଅଲଗେ ରହୁଛନ୍‌। କପିଳେଶ୍ୱର ଭୂମିହୀନ ହେଇଥିଲାବେଲେ ୨୦୦୦ ସାଲେ ସରକାରକଁର ତରଫୁ ୪ ଡେସିମିଲ ଘରଡ଼ିହ ପାଇଛନ୍‌। ହେଲେ ଆଏଜ୍‌ତକ ସରକାରୀ ଯୋଜନାରେ ଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଦୁଇ ବୁଢ଼ାବୁଢ଼ି ପାଇଥିବାର ଜାଗାରେ ଗୁଟେ ଭଂଗା ଦଦ୍‌ରା ଝାଟିମାଟି କୁରିଆରେ ପଲିଥିନ୍‌ ଖଁଡ଼େ ଢାପି ରହୁଛନ୍‌। ଦୁହେଁ ମାସିକ ପାଉଥିବାର ୧୦ କେ.ଜି. ସରକାରୀ ଚାଉଲ ଆର ୧ ହଜାର ଟଁକା ଭତାରେ ବଡ଼ା ଦୁଖେ ଚଲୁଛନ୍‌। ରହୁଥିବାର ଘରର ଅବସ୍‌ତା ଏନ୍‌ତା ଯେ ଖରାଦିନେ ଧୁକାଗରେଲ ହେଉ କି ବରଷା ପାଏନ୍‌ ଦୁଇ ବୁଢ଼ାବୁଢ଼ି ଖଟ ଉପରେ ଖାଡ଼ା ଉପାସରେ ଦିନ୍‌ ରାଏତ୍‌ ବିତଉଛନ୍‌। ଗଲା ବଛର ହେଇଥିବାର ଧୁକାଗରେଲ ଆର ବରଷାରେ କପିଳେଶ୍ୱରକଁର କୁରିଆର ଛାଉନି ଉଡ଼ିଯାଇଥିଲା। ଅଭିଯୋଗ ଉତାରୁ କଶୃପଡ଼ା ରାଜସ୍ବ ନିରୀକ୍ଷକ ପରିଦରଶନ କରି ତାହାକୁ ପଲିଥିନ୍‌ ଖଁଡ଼େ ଯୁଗେଇ ଦେଇଥିଲେ। ଆଏଜ୍‌କେ ବଛ୍‌ରେ ହେଲା ବୁଢ଼ାବୁଢ଼ି କୁରିଆରେ ପଲିଥିନ୍‌ ଢଁାପି ବଡ଼ାଦୁଖେ ରହୁଛନ୍‌। ଇଆଡ଼େ କପିଳେଶ୍ୱରକଁର ନଁା ଏଇସିସି ତାଲିକାରେ ବି ରହିଥିବାର ଜନାଯାଇଛେ। ହେଲେ ଦୁଖର କଥା କପିଳେଶ୍ୱର ସରକାରୀ ଯୋଜନାରେ ଘରଡ଼ିହ ପାଏବାର ୧୯ ବଛର ବିତିଯାଇଥିଲେ ବି ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଘରଖଁଡ଼େ ପାଏବାର ଆଶ୍‌ରେ ବୁଢ଼ାବୁଢ଼ି ପଁଚେତ୍‌ନୁ ମୂଲ କରି ବ୍ଲକ ଅଫିସ୍‌ ତକ୍‌ ବାରବାର ଯାଇଆସି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମୁଇଁ ସୋମବାର ଘଟନାର ତଦଁତ୍‌ କରି ବିଚାର କରମି ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ କନ୍ତେଶିରା ସରପଁଚ୍‌ ଜିତେନ୍ଦ୍ର ବ୍ରହ୍ମାକୁଁ ପଚରାଲାରୁ ଅଲପ୍‌ ଦିନ୍‌ ଭିତରେ ତାହାକୁ ଘର ମିଲିଯିବା। ସେଥିରଲାଗି କାମ୍‌ ଚାଲିଛେ ବଲି ସେ କହିଥିଲେ।