ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁ, ଭାଣିଜୀ ସମେତ ୩ ଗୁରୁତର

ପରଜଙ୍ଗ, ୯।୧(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା ହିଂସ୍ର ଆଚରଣ କରୁଛି। ଆମ୍ବପଳାସ ଗ୍ରାମ ଯୋଗୀସାହିରେ ବୁଧବାର ଭୋର୍‌ରେ ହାତୀ ଆକ୍ରମଣରେ ଟୁନା ନାଥ (୨୧) ଏବଂ ତାଙ୍କ ଭାଣିଜୀ ମାମାଲି ନାଥ (୧୨) ଗୁରୁତର ହୋଇଛନ୍ତି। ଅନୁରୂପ ଭାବେ ବରକଟା ଗ୍ରାମରେ ସନ୍ଧ୍ୟାରେ ହାତୀ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଜଖମ କରିଛି।
ଗ୍ରାମର ଗନ୍ଧର୍ବ ନାଥଙ୍କ ପରିବାରର ୭ଜଣ ସଦସ୍ୟ ଖଳାରେ ମେଶିନ ସହାୟତାରେ ଧାନ ଅମଳ କରୁଥିଲେ। ଏହି ସମୟରେ ଉକ୍ତ ହାତୀ ହଠାତ୍‌ ଖଳାକୁ ପଶି ଆସି ଟୁନା ଏବଂ ମାମାଲିଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା। ଗନ୍ଧର୍ବଙ୍କ ସ୍ତ୍ରୀ ବିଜୁଳି ନାଥ, ଝିଅ ବବିତା, ଜ୍ୱାଇଁ ଯୁଧିଷ୍ଠିର, ଅଶ୍ୱିନୀ ଏବଂ ହରିହର ଜୀବନ ବିକଳରେ ଦୌଡ଼ି ପଳାଉଥିବାବେଳେ ଖସିପଡ଼ି ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଟୁନା ଏବଂ ମାମାଲିଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାରେ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର ଶଶିରେଖା ଦିୱାନୀ ପହଞ୍ଚତ୍ ଆହତଙ୍କ ଚିକିତ୍ସା ଲାଗି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଚିକିତ୍ସା ସଂକ୍ରାନ୍ତ ବିଲ୍‌ ପ୍ରଦାନ କଲେ ଅଧିକ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।
ସେହିପରି ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ବରକଟା ଗ୍ରାମରେ ପଶି ଉକ୍ତ ଦନ୍ତା ୩ ପରିବାରର ଘର ଭାଙ୍ଗି ଦେଇଛି। ସୂଚନା ପାଇ ବନ କର୍ମଚାରୀ ପହଞ୍ଚତ୍ ହାତୀ ଘଉଡ଼ାଉଥିବାବେଳେ ଦନ୍ତା ବୁଲିପଡ଼ି ଗ୍ରାମର ରତନା ଡେଙ୍ଗ୍ରା (୩୦)ଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ତାଙ୍କ ଅଣ୍ଟା ଏବଂ ବେକରେ ଶକ୍ତ ଆଘାତ ଲାଗିଛି। ଦନ୍ତା କବଳରୁ ରକ୍ଷା ପାଇବାକୁ ଦୌଡ଼ି ପଳାଉଥିବାବେଳେ ହରିଶ କୁଲି ଖସିପଡ଼ି ଆହତ ହୋଇଛନ୍ତି। ଉଭୟଙ୍କୁ ବନ ବିଭାଗ ଗାଡ଼ିରେ ପ୍ରଥମେ ପରଜଙ୍ଗ ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ରେଞ୍ଜର ପହଞ୍ଚତ୍ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ପଲରୁ ବାହାରିଥିବା ଉକ୍ତ ଦନ୍ତାହାତୀ ପରଜଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଉପଦ୍ରବ ସୃଷ୍ଟି କରି ଚାଲିଛି। ଦିନକୁ ଦିନ ହାତୀର ହିଂସ୍ର ଆଚରଣ ବଢ଼ିବାରେ ଲାଗିଛି। ଲୋକ ଦେଖିଲେ ମାରିବାକୁ ଗୋଡ଼ାଉଛି। ଧାନ ଅମଳ ସରିଥିବାରୁ ହାତୀ ଏବେ ଗଁା ମୁହଁା ହେଉଛି। ଏହାକୁ ନେଇ ଅଞ୍ଚଳରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମହାବିରୋଡ ରେଞ୍ଜରେ ବନ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri