ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଆତଙ୍କ: ୨ଚାଷୀଙ୍କୁ ଦାନ୍ତରେ ଭୁସିଦେଲା

ପରଜଙ୍ଗ, ୧୨।୯(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନରେ ବୁଧବାର ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀ ଦାନ୍ତରେ ଭୁସିଦେବାରୁ ୨ଜଣ ଚାଷୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚାନ୍ଦପୁର ଗ୍ରାମର ପଞ୍ଚାନନ ସାହୁ (୫୦) ଏବଂ ବାରିହାପୁର ଗ୍ରାମର ଅନ୍ତର୍ଯ୍ୟାମୀ ରାଉଳ (୬୮)। ହାତୀ ମୁହଁରୁ ଜୀବନ ବଞ୍ଚାଇ ଦୌଡ଼ି ପଳାଉଥିବାବେଳେ ଖସିପଡ଼ି ଚାନ୍ଦପୁର ଗ୍ରାମର ଉଷା ସାହୁ, କାମାକ୍ଷାପ୍ରସାଦ ସାହୁ, ଉତ୍ସବ ସାହୁ, ଗୋବିନ୍ଦ ସାହୁ, ତ୍ରିଲୋଚନ ସାହୁ ଆହତ ହୋଇଛନ୍ତି।


ଭୋର୍‌ ସମୟରେ କନ୍ତୁର ଗ୍ରାମ ନିକଟ ଜଙ୍ଗଲରୁ ଉକ୍ତ ହାତୀ ବାହାରି ଚାନ୍ଦପୁର ଗଁ। ମୁହଁ। ହୋଇଥିଲା। ଏହି ସମୟରେ ସଜରାବାହାଳପଶି ଅଞ୍ଚଳରେ ପଞ୍ଚାନନ ଚାଷ କାମ କରୁଥିବାବେଳେ ହାତୀ ତାଙ୍କୁ ପଛପଟୁ ଦାନ୍ତରେ ଭୁସି ଦେଇଥିଲା। ଏହାପରେ ଶୁଣ୍ଢରେ ଉଠାଇ ଫିଙ୍ଗି ଦେଇଥିଲା। ସୂଚନା ପାଇ ପରିବାର ଲୋକେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପଞ୍ଚାନନଙ୍କୁ ଆକ୍ରମଣ କରି ଦୌଡ଼ି ପଳାଉଥିବାବେଳେ ବଡ଼ଝରା ଗ୍ରାମ ନିକଟ ରେଙ୍ଗାଳି ମୁଖ୍ୟ ବାମ କେନାଲରେ ଉକ୍ତ ଦନ୍ତା ଖସିପଡ଼ିଥିଲା। ହାତୀଟି ସାଢ଼େ ୭ଟାରୁ ପାଖାପାଖି ଘଣ୍ଟାଏ ଧରି କେନାଲରେ ଫସି ରହିଥିଲା। ଡିହଡ଼ୋଳ, ମୁକ୍ତାପଶି ସେକ୍ସନର ବନ କର୍ମଚାରୀ ପହଞ୍ଚତ୍ ବାଣ ଫୁଟାଇ ଘଉଡ଼ାଇବାକୁ ପରେ ହାତୀ ବାହାରକୁ ଉଠିଥିଲା। ତେବେ ଉତ୍ତ୍ୟକ୍ତ ହାତୀ କେନାଲ ହୁଡ଼ାରେ ଥିବା ଫରେଷ୍ଟ ଗାର୍ଡ ପ୍ରଶାନ୍ତ ସାହୁଙ୍କ ସ୍କୁଟିକୁ ଭାଙ୍ଗି ଚୂରମାର କରିଦେଇଥିଲା। ବନ କର୍ମଚାରୀ ଘଉଡ଼ାଇ ଦେବା ପରେ ଦନ୍ତା ୫୩ନଂ. ଜାତୀୟ ରାଜପଥ ପାର ହୋଇ ବସୋଇ ଅଞ୍ଚଳକୁ ପଶିଯାଇଥିଲା। ଏହି ସମୟରେ ଗୋଧିମୁଣ୍ଡା ଅଞ୍ଚଳରେ ଧାନକ୍ଷେତରେ କାମ କରୁଥିବା ଅନ୍ତର୍ଯ୍ୟାମୀଙ୍କୁ ପିଠିକୁ ଦାନ୍ତରେ ଭୁସି ଦେଇଥିଲା। ସେଠାରେ କାମ କରୁଥିବା ଅନ୍ୟ ଚାଷୀମାନେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଢେଙ୍କାନାଳ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି।
ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ, ଗାର୍ଡ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ବନ ବିଭାଗ ପକ୍ଷରୁ ଅନ୍ତର୍ଯ୍ୟାମୀଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ଦନ୍ତାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri