ଡିସେମ୍ବର ୩୧ ଯାଏ ହେବ ଅନ୍‌ଲାଇନ, ଅଫ୍‌ ଲାଇନ ପରୀକ୍ଷା

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ଯାନବାହନ ପ୍ରଦୂଷଣ ପରୀକ୍ଷା ଉଭୟ ଅନଲାଇନ ଓ ଅଫଲାଇନରେ ହେବ। ଏ ନେଇ ଗୁରୁବାର ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜିଲାପାଳ, ଏସ୍‌ପି ଓ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି।
ଆସନ୍ତା ଅକ୍ଟୋବର ପହିଲାରୁ ପ୍ରଦୂଷଣ ନିୟନ୍ତ୍ରଣାଧୀନ (ପିୟୁସି) ସାର୍ଟିଫିକେଟ ଅନଲାଇନରେ କରାଯିବ। ଅଫ୍‌ ଲାଇନ ବା ମାନୁଆଲ ବ୍ୟବସ୍ଥା ଉଚ୍ଛେଦ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା। ଅକ୍ଟୋବର ପହିଲାକୁ ଆଉ ମାତ୍ର ୪ ଦିନ ବାକି ରହିଛି। ପର୍ଯ୍ୟାପ୍ତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ନ ଥିବାରୁ ଅନଲାଇନ ପିୟୁସି ସମସ୍ୟା ଅସମ୍ଭାଳ ହେବା ଆଶଙ୍କାରେ ବିଭାଗ ଅଫଲାଇନ ମାଧ୍ୟମରେ ପ୍ରଦୂଷଣ ଯାଞ୍ଚ କରିବାକୁ ପୁଣିଥରେ ନିଷ୍ପତ୍ତି ନେଇଛି।
କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ ‘ବାହନ’ ଅନଲାଇନ ବ୍ୟବସ୍ଥା ଜରିଆରେ ୨୦୧୯ ଏପ୍ରିଲ ପହିଲାରୁ ପିୟୁସି ସାର୍ଟିଫିକେଟ ଦେବାକୁ ବାଧ୍ୟତାମୂଳକ କରାଯାଇଥିଲା। ତେବେ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏହାକୁ ଅକ୍ଟୋବାର ପହିଲା ଯାଏ ବୃଦ୍ଧି କରାଯାଇଥିଲା। ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ଇଲେକ୍ଟ୍ରୋନିକ ଫର୍ମାଟରେ ସାର୍ଟିଫିକଟେ ଇସ୍ୟୁ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି ସମୟ ସୀମାକୁ ରାଜ୍ୟ ସରକାର ପୁଣି ୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ରାଜ୍ୟରେ ୧୬୩ଟି ପଞ୍ଜୀକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ସେଥିରୁ ୧୦୬ଟିକୁ ବାହନ ସହ ଲିଙ୍କ୍‌ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡା ଆହୁରି ୧୪ଟି ନୂତନ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରକୁ ପିୟୁସି ସାର୍ଟିଫିକେଟ ଦେବାକୁ ପଞ୍ଜୀକୃତ କରାଯାଇଛି। ଭୁବନେଶ୍ୱରରେ ୩୧ଟି ପ୍ରଦୂଷଣ ଯାଞ୍ଚ ୟୁନିଟ କାର୍ଯ୍ୟ କରୁଛି। ପିୟୁସି ସାର୍ଟିଫିକେଟ ପାଇଁ ଦୁଇ ଚକିଆ ଓ ତିନି ଚକିଆ ଯାନବାହନ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହାଲୁକା ଯାନ ପାଇଁ ୧୦୦ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ସାର୍ଟିଫିକେଟ ବାବଦରେ ୧୫୦ ଟଙ୍କା ସହ ଜିଏସଟି ଦେବାକୁ ଧାର୍ଯ୍ୟ କରାଯାଇଛି। କେଉଁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ପଞ୍ଜୀକୃତ ହୋଇଛି ସେଗୁଡିକର ସମସ୍ତ ବିବରଣୀ www.odishatransport.gov.in ଏବଂ www.orissatransport.nic.inରୁ ଜାଣି ପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri