Posted inଖେଳ

ଡିସେମ୍ବର ୧୯ରେ ଆଇପିଏଲ୍‌ ଖେଳାଳି ନିଲାମ କୋଲକାତାରେ

ମୁମ୍ବାଇ,୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣର ଖେଳାଳି ନିଲାମ କୋଲକାତାରେ ଆସନ୍ତାମାସ ୧୯ ତାରିଖରେ ଆୟୋଜନ ହେବ। ମଙ୍ଗଳବାର ଏଠାରେ ଆୟୋଜିତ ଆଇପିଏଲ୍‌ ଗଭର୍ନିଂ କାଉନସିଲରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏଥର ପ୍ରଥମଥର ପାଇଁ କୋଲକାତାରେ ଖେଳାଳି ନିଲାମ ଆୟୋଜନ ହେବ। ପୂର୍ବରୁ ବେଙ୍ଗାଲୁରୁରେ ଖେଳାଳି ନିଲାମ ଆୟୋଜିତ ହୋଇଆସୁଥିଲା।
୨୦୧୯ରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌କୁ ୮୨ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ତେବେ ଏଥର ପ୍ରତ୍ୟେକ ଦଳକୁ ୮୫ କୋଟି ଟଙ୍କା ଆବଣ୍ଟନ କରାଯିବ ବୋଲି କୁହାଯାଇଛି। ଏହା ବ୍ୟତୀତ ଫ୍ରାଞ୍ଚାଇଜ୍‌ଗୁଡିକ ପାଖରେ ଅତିରିକ୍ତ ୩ କୋଟି ଟଙ୍କା ରହିବ। ଦିଲ୍ଲୀ କ୍ୟାପିଟାଲ୍ସର ସର୍ବାଧିକ ଅର୍ଥରାଶି ୮.୨ କୋଟି ଟଙ୍କା ରହିଛି। ଏହାପରେ ରାଜସ୍ଥାନ ରୟାଲ୍ସର ୭.୧୫ କୋଟି ଓ କୋଲକାତା ନାଇଟ ରାଇଡର୍ସ ପାଇଁ ୬.୦୫ କୋଟି ଟଙ୍କା ବାଲାନ୍ସ ରହିଛି। ୨୦୧୨ ମେଗା ଖେଳାଳି ନିଲାମରେ ଫ୍ରାଞ୍ଚାଇଜ୍‌ଗୁଡିକ ନୂଆ ଦଳ ପ୍ରସ୍ତୁତ କରିବେ। ଏହା ପୂର୍ବରୁ ଚଳିତ ବର୍ଷର ନିଲାମ ଅନ୍ତିମ ସାବ୍ୟସ୍ତ ହେବ।
୨୦୨୦ ନିଲାମ ପୂର୍ବରୁ ଦଳଗୁଡକ ପାଖରେ ଥିବା ଶେଷ ଅର୍ଥରାଶି
ଚେନ୍ନାଇ ସୁପର କିଙ୍ଗ୍ସ- ୩.୨ କୋଟି
ଦିଲ୍ଲୀ କ୍ୟାପିଟାଲ୍ସ- ୭.୭ କୋଟି
କିଙ୍ଗ୍ସ ଏକାଦଶ ପଞ୍ଜାବ- ୩.୭ କୋଟି
କୋଲକାତା ନାଇଟ ରାଇଡର୍ସ- ୬.୦୫ କୋଟି
ମୁମ୍ବାଇ ଇଣ୍ଡିଆନ୍ସ- ୩.୫୫ କୋଟି
ରାଜସ୍ଥାନ ରୟାଲ୍ସ- ୭.୧୫ କୋଟି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧.୮୦ କୋଟି
ସନରାଇଜର୍ସ ହାଇଦ୍ରାବାଦ ୫.୩୦ କୋଟି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri