ଡିଆରଡିଓକୁ ସଫଳତା:ଏଚଏସଟିଡିଭି ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୨।୬: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ବୁଧବାର ଏକ ବଡ ସଫଳତା ମିଳିଛି। ଧାମରାଠାରେ ଥିବା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେହିକିଲ୍‌(ଏଚଏସଟିଡିଭି)ର ସଫଳ ପରୀକ୍ଷଣ କରାଯାଇଛି।  ଏହି ଭେହିକିଲ୍‌ ଦ୍ୱାରା ଅତି କମ ଖର୍ଚ୍ଚରେ କ୍ଷେପଣାସ୍ତ୍ରର ପରୀକ୍ଷଣ ଓ ଉପଗ୍ରହ ପ୍ରେରଣ ହୋଇପାରିବ। ଏହି ସୁପରସୋନିକ ଭେଇକିଲ୍‌ ୧ ମେଟ୍ରିକ ଟନ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଧାରଣ କରିଛି। ଏହାସହ ସମୁଦ୍ର ପତ୍ତନଠାରୁ ପ୍ରାୟ ୩୨ କିଲୋମିଟର ଉଚ୍ଚତାରୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିବାରେ ସଫଳ ହେବ। ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ବୁଧବାର ସକାଳ ୧୧ଟା ୨୨ରେ ଏହି ପରୀକ୍ଷଣ କରାଯାଇଛି।