ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ ବର୍ଷା ଯୋଗୁ ଅଧିକ ଜଳ ପ୍ରବାହିତ ହୋଇ ଧନଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏଥିଯୋଗୁ ଗ୍ରାମରେ ବସବାସ କରୁଥିବା ୧୫୦ ପରିବାର ମଧ୍ୟରୁ ନଦୀକୂଳସ୍ଥିତ ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷାଦିନେ ଅଧିକ ପାଣି ନଦୀରେ ଆସୁଥିବାରୁ କ୍ରମଶଃ ନଦୀ ପଠା ଓ ଲୋକମାନଙ୍କ ରେକର୍ଡଭୁକ୍ତ ଜାଗା, ଘରବାଡ଼ି ଖାଇବାକୁ ବସଲାଣି । ବର୍ଷା ହେଲେ ସମ୍ପ୍ରତି ନଦୀ ପାଣି ଲୋକଙ୍କ ଘରେ ପଶିଆସୁଛି। ଅଧିକ ବର୍ଷା ହେଉଥିବା ସମୟରେ ରାତିରେ ଲୋକେ ଶୋଇଥିବାବେଳେ ଘର ଭାଙ୍ଗିଯିବା ସହ ଧନଜୀବନ ଭସେଇ ନେବା ଆଶଙ୍କାରେ ଗୃହର ଜିନିଷପତ୍ର ଆଦି ଖାଲି କରି ଅନ୍ୟ ଦୁଆରେ ଆଶ୍ରୟ ନେଉଥିବା ଶ୍ରୀଧର ନାୟକ, ବସନ୍ତ ନାୟକ, ଅକ୍ରୁର ନାୟକ, କରୁଣାକର ପ୍ରଧାନ, ମଦନମୋହନ ପ୍ରଧାନ, ବନମାଳୀ ପ୍ରଧାନ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ବାପଅଜା ସମୟରୁ ଜାଗା କିଣି ଘର ନିର୍ମାଣ କରି ରହୁଥିବାବେଳେ ଏବେ ନଦୀ ପାଣିରେ ତାହା ଭାସିଯିବା ଚିନ୍ତାରେ ସ୍ଥାନୀୟ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଏ ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାର୍ଡଓ୍ବାଲ୍‌ ନିର୍ମାଣ ପାଇଁ ସରପଞ୍ଚ, ବିଧାୟକ, ସାଂସଦ, ବ୍ଲକ କାର୍ଯ୍ୟାଳୟସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର କାକୁତିମିନତୀ ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହି ପରିସ୍ଥିତିରେ କେବଳ ପ୍ରତିଶ୍ରୁତି ହିଁ ମିଳିଛି। ଖୁବ୍‌ଶୀଘ୍ର ଯଦି ବାସଗୃହ ନିକଟରେ ଗାର୍ଡଓ୍ବାଲ ନିର୍ମାଣ କରା ନ ଯାଏ ତେବେ ପାରାଢିପିବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ସରପଞ୍ଚ ସବିତା ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଡାହୁକା ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରିବା ପାଇଁ ଆକ୍ସନ ପ୍ଲାନ୍‌ରେ ଆବେଦନ ରହିଛି। ଅନୁମୋଦନ ପରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସରପଞ୍ଚ ମତ ଦେଇଥିଲେ। ସରପଞ୍ଚଙ୍କ ସହ ଆଲୋଚନା କରି କିପରି ଶୀଘ୍ର ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରାଯାଇ ପାରିବ ସେ ବିଷୟରେ ନିଷ୍ପତ୍ତି ନେବେ ବୋଲି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri