ଡାକ୍ତରଖାନାରେ ଦଲାଲରାଜ ନେଇ ମୁଖ୍ୟମନ୍ତ୍ରୀ ଖପ୍ପା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ସରକାରୀ ହସ୍ପିଟାଲରେ ଦଲାଲ ଏବଂ ମଧ୍ୟସ୍ଥଙ୍କ ପାଦୁର୍ଭାବ ବୃଦ୍ଧିକୁ ନେଇ ଗଭୀର ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟସ୍ଥଙ୍କ କବଳରୁ ମୁକ୍ତ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲାର ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨ରେ ରାଜ୍ୟ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏଥିପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ଜିଲାପାଳ, ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଡାକ୍ତରମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ୧୫ଦିନ ମଧ୍ୟରେ ହସ୍ପିଟାଲଗୁଡ଼ିକୁ ମଧ୍ୟସ୍ଥ ମୁକ୍ତ କରି ଜଣାଇବାକୁ ସେ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୦ ମସିହାରେ ରାଜ୍ୟର ସ୍ବାସ୍ଥ୍ୟ ବଜେଟ ୫୧୪ କୋଟି ଟଙ୍କା ଥିଲା। ଏହା ଏବେ ଏହା ୭ ହଜାର କୋଟି ଟଙ୍କାରେ ପହଞ୍ଚତ୍ଲାଣି। ସେହିପରି ସରକାରୀ ମେଡିକାଲ କଲେଜ ସଂଖ୍ୟା ୩ରୁ ବୃଦ୍ଧି ପାଇ ୭ ହେଲାଣି। ଖୁବ୍‌ଶୀଘ୍ର ଆହୁରି ୧୨ଟି ମେଡିକାଲ କଲେଜ ସ୍ଥାପନ କରାଯିବ। ଜନସାଧାରଣ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ। ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ଡାକ୍ତରଙ୍କ ଦାୟିତ୍ୱ। ସ୍ବାସ୍ଥ୍ୟ ସେବା ହେଉଛି ରାଜ୍ୟ ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଲୋକଙ୍କ ଟଙ୍କାରେ ସ୍ବାସ୍ଥ୍ୟକ୍ଷେତ୍ରର ସମ୍ପୂର୍ଣ୍ଣ ଭିତ୍ତିଭୂମି, ବଜେଟ, ମେଡିକାଲ କଲେଜ ଏବଂ ଚିକିତ୍ସାଳୟ ଚାଲୁଛି। ସେମାନଙ୍କୁ ସମ୍ମାନର ସହିତ ଚିକିତ୍ସା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। କେତେକ ସ୍ଥାନରେ ବ୍ଲଡ ବ୍ୟାଙ୍କ, ଆମ୍ବୁଲାନ୍ସ ଏବଂ ଡାଏଲିସିସ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ରୋଗୀ ସେବାରେ ବାଧକ ସୃଷ୍ଟ କରୁଥିବା ମଧ୍ୟସ୍ଥଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
୨୦୦୧ରେ କାଶୀପୁରରେ ଆମ୍ବଟାକୁଆ ଖାଇ କିଛି ଲୋକ ଅସୁସ୍ଥ ହୋଇଥିବା ଘଟଣା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ, ସେହି ସମୟରେ ସେଠାକୁ ଗସ୍ତ ଅବସରରେ ସେଠାକାର ଡାକ୍ତରଙ୍କ ସେବା ମନୋଭାବ ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା। ସମ୍ପୃକ୍ତ ଡାକ୍ତରଙ୍କ ଉପରେ ଜନସାଧାରଣଙ୍କର ପ୍ରଚଣ୍ଡ ଭରସା ଥିଲା। କାଶୀପୁର ଘଟଣା ପରେ ସେଠାକୁ ୪ଜଣ ତାଲିମ ନେଉଥିବା ଆଇଏଏସ୍‌ଙ୍କୁ ପଠାଯାଇଥିଲା। ସେମାନଙ୍କୁ ମଧ୍ୟ ସମ୍ପୃକ୍ତ ଡାକ୍ତର ସାହାଯ୍ୟ କରିଥିଲେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଭଲ ଡାକ୍ତର ଅଛନ୍ତି। ଯେଉଁ ଡାକ୍ତରମାନେ ଭଲ କାମ କରିବେ ସେମାନଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ। କାମ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ଯାଉଥିବା ରୋଗୀଙ୍କୁ ଟେଲିଫୋନ କରି ସ୍ବାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ସୁବିଧା ସମ୍ପର୍କରେ ପଚାରି ବୁଝିବେ ବୋଲି ସୂଚନା ଦେଇଛନ୍ତି।
ରାଜ୍ୟବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ମହତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତା ଦିଗରେ ଡାକ୍ତରଙ୍କ ପଦୋନ୍ନତିକୁ ଗୁରତ୍ୱ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ‘୫-ଟି’ ସଚିବ ଭି.କେ. ପାଣ୍ଡିୟାନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶା’ ଭିଜନକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ। ରକ୍ତ ଭଣ୍ଡାର, ଆମ୍ବୁଲାନ୍ସ ଏବଂ ଡାଏଲିସିସ ଆଦି କ୍ଷେତ୍ରଗୁଡିକୁ ୧୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମଧ୍ୟସ୍ଥ ମୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌.ବାଲକ୍ରଷ୍ଣନ୍‌ , ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡୁନ୍‌ ସ୍କୁଲରେ ପାଠପଢ଼ା, ସଞ୍ଜୟ ଗାନ୍ଧୀ ଥିଲେ ସହପାଠୀ; କଳା-ସଂସ୍କୃତି ପ୍ରିୟ ନବୀନ ଏଭଳି ଗଢ଼ିଥିଲେ ରାଜନୀତିରେ ଭବିଷ୍ୟତ

ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି...

ସମୀରଙ୍କୁ ରାଜା ସ୍ବାଇଁଙ୍କ ଚେତାବନୀ, ପଛରୁ ଛରାଘାତ…

ଭୁବନେଶ୍ୱର,୧୦।୫: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚେତାବନୀ । ନିର୍ବାଚନରେ ପଛରୁ ଛୁରାଘାତ କଲେ...

ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୦।୫: ଆଗାମୀ ୩ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା...

ବୁଲେଟ୍‌ରେ ନଜର ଆସିଲେ ପାଣ୍ଡିଆନ, ଦେଲେ ଖାସ୍‌ ବାର୍ତ୍ତା

ଭୁବନେଶ୍ୱର,୧୦।୫: ବିଜୁ ଜନତା ଦଳ ଚଳିତ ନିର୍ବାଚନ ପାଇଁ ନିଜ ଇସ୍ତାହାର ପ୍ରକାଶ କରିଛି। ଯେଉଁଥିରେ ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ଓ ଯୁବପିଢିଙ୍କୁ...

ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍‌ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ

ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ...

ରାଜନୀତିରୁ ନେଇଯିବେ ସନ୍ୟାସ, ଖୋଲା ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆନ

ଭୁବନେଶ୍ୱର,୧୦।୫: ନିର୍ବାଚନୀ ସଭାରେ ବଡ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ଏକ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ...

ନାମାଙ୍କନପତ୍ର ଦାଖଲ କଲେ ମନମୋହନ ସାମଲ

ଭୁବନେଶ୍ୱର,୧୦।୫: ଭାଜପାର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri