Posted inଫୁରସତ

ଡାଇନୋସରକୁ ଶିକାର କରୁଥିଲା ଏହି ଜୀବ

ଲକ୍ଷଲକ୍ଷ ବର୍ଷ ପୂର୍ବେ ଯେତେବେଳେ ପୃଥିବୀର ଉତ୍ପତ୍ତି ହେଲା ସେତେବେଳେ ଜୀବଜନ୍ତୁଙ୍କ ବିକାଶ ହେବାରେ ଲାଗିଲା। କିନ୍ତୁ ପୁଣି ଏହାର କିଛି ବର୍ଷ ପରେ ଲକ୍ଷାଧିକ ପ୍ରଜାତିର ଜୀବଜନ୍ତୁ ଲୋପ ପାଇଗଲେ। ଯାହାର ଅବଶେଷାଂଶ ଆଜି ମଧ୍ୟ ମିଳୁଛି। ତାହା ହେଉଛି ଡାଇନୋସର। ନିଶ୍ଚୟ ଡାଇନୋସର୍‌ ବିଷୟରେ ଶୁଣିଥିବେ। ଯାହାକି ଦୁନିଆର ସବୁଠୁ ବଡ଼ ପ୍ରାଣୀ ଥିଲା। କିନ୍ତୁ ଆଜି ଆଉ ଏକ ପ୍ରାଣୀ ବିଷୟରେ କହିବୁ ଯାହା ଡାଇନୋସରକୁ ମଧ୍ୟ ଶିକାର କରୁଥିଲା। ବାସ୍ତବରେ ଏହା ହେଉଛି ବିଶ୍ୱର ସବୁଠୁ ବଡ଼ କୁମ୍ଭୀର। ଯାହାକି ବର୍ତ୍ତମାନ ମିଳିଥିବା ଅବଶେଷାଂଶରୁ ଜାଣି ହେଉଛି। ଏହି ବିପଜ୍ଜନକ କୁମ୍ଭୀରମାନେ ଡାଇନୋସରମାନଙ୍କୁ ମାରି ଖାଉଥିଲେ।

କୁମ୍ଭୀରର ଏହି ବିଶାଳ ପ୍ରଜାତିର ନାମ ସାର୍କୋସୁଚସ ଥିଲା। ସେମାନେ ଆଜିର କୁମ୍ଭୀର ଅପେକ୍ଷା ଅନେକାଂଶରେ ଓଜନିଆ ଏବଂ ବହୁ ବଡ଼ ଥିଲେ। ସେମାନଙ୍କର ଲମ୍ବ ପ୍ରାୟ ୯.୫ ମିଟର ଅର୍ଥାତ୍‌ ୩୧ ଫୁଟ ଥିଲାବେଳେ ଓଜନ ୪ ଟନ୍‌ ପାଖାପାଖି ଅର୍ଥାତ୍‌ ପ୍ରାୟ ୩୬୦୦ କିଲୋଗ୍ରାମରୁ ଅଧିକ ଥିଲା। ଏହି କୁମ୍ଭୀରମାନେ ଉତ୍ତର ଆଫ୍ରିକାର ଘଞ୍ଚ ଜଙ୍ଗଲରେ ରହୁଥିଲେ। ଯେଉଁ ସ୍ଥାନ ଧୀରେ ଧୀରେ ମରୁଭୂମିରେ ପରିଣତ ହୋଇଥିଲା। ଆଜି ଏହା ସାହାରା ମରୁଭୂମି ଭାବରେ ଜଣାଶୁଣା। ୧୯୫୦ ଦଶର୍କରେ ଆଲବର୍ଟ ଫିଲିକ୍ସ ନାମକ ଜଣେ ଫରାସୀ ଗବେଷକ ସାହାରା ମରୁଭୂମିରେ ଏହାର ମୁଣ୍ଡ ଏବଂ ଦାନ୍ତ ପରି ନମୁନା ପାଇଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱାସ କରାଯାଇଥିଲା ଏହି କୁମ୍ଭୀରମାନେ ଡାଇନୋସରକୁ ଶିକାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri