ଡବ୍ଲ୍ୟୁଏସ୍‌ଜେ ରିପୋର୍ଟରଙ୍କୁ ଗିରଫକଲା ରୁଷିଆ

ମସ୍କୋ, ୩୧ା୩:ଗୁପ୍ତଚର ବୃତ୍ତି ଅଭିଯୋଗରେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ(ଡବ୍ଲ୍ୟୁଏସ୍‌ଜେ)ର ଜଣେ ରିପୋର୍ଟରଙ୍କୁ ରୁଷିଆର ଶୀର୍ଷ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍‌ (ଏଫ୍‌ଏସ୍‌ବି) ଗିରଫ କରିଛି। କେତେକ ଗୁପ୍ତ ତଥ୍ୟ ସଂଗ୍ରହ ଲାଗି ଉଦ୍ୟମ ଚଳାଇଥିବା ରିପୋର୍ଟର ଏଭାନ ଗେର୍ସକୋଭିଚ୍‌ଙ୍କୁ ଉରାଲର ପାର୍ବତ୍ୟାଞ୍ଚଳ ସହର ୟେକାଟୋରିନବର୍ଗରୁ ଗିରଫ କରାଯାଇଥିବା ଏଫ୍‌ଏସ୍‌ବି କହିଛି। ଶୀତଳ ଯୁଦ୍ଧଠାରୁ ଆମେରିକା ଖବରକାଗଜର କୌଣସି ରିପୋର୍ଟରଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ରୁଷିଆ ଗିରଫ କରିବା ଏହା ପ୍ରଥମ ଘଟଣା। ୟୁକ୍ରେନ୍‌ ଯୁଦ୍ଧକୁ ନେଇ ମସ୍କୋ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଗେର୍ସକୋଭିଚ୍‌ଙ୍କୁ ଗିରଫ କରାଯାଇଛି। ଗେର୍ସକୋଭିଚ୍‌ ଆମେରିକା ନିର୍ଦ୍ଦେଶରେ ରୁଷିଆର ଏକ ସାମରିକ ଶିଳ୍ପ କମ୍ପ୍ଲେକ୍ସ ଉଦ୍ୟୋଗରୁ ବିଭିନ୍ନ କାର୍ଯ୍ୟର ତଥ୍ୟ ସଂଗ୍ରହ ପାଇଁ କାର୍ଯ୍ୟ କରୁଥିଲେ ବୋଲି ରୁଷିଆ ଅଭିଯୋଗ କରିଛି। ସେ ଗୁପ୍ତଚର ବୃତ୍ତିରେ ଦୋଷୀସାବ୍ୟସ୍ତ ହେଲେ ୨୦ ବର୍ଷ ଜେଲ୍‌ଦଣ୍ଡ ଭୋଗିପାରନ୍ତି। ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲର ମସ୍କୋ ବ୍ୟୁରୋର ଖବରଦାତା ଭାବେ ଗେର୍ସକୋଭିଚ୍‌ ରୁଷିଆ ଓ ୟୁକ୍ରେନ୍‌ରୁ ଖବର ସଂଗ୍ରହ କରୁଥିଲେ। ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ଲାଗି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ ଆଧିକାରିକ ମାନ୍ୟତା ପାଇଥିଲେ। ମସ୍କୋରୁ ତାଙ୍କ ଶେଷ ରିପୋର୍ଟ ଗତ ସପ୍ତାହରେ ପ୍ରକାଶ ପାଇଥିଲା। ପାଶ୍ଚାତ୍ୟ କଟକଣା ଯୋଗୁ ରୁଷିଆ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବା ଏଥିରେ ସେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri