ଡବ୍ଲ୍ୟୁଏସ୍‌ଜେ ରିପୋର୍ଟରଙ୍କୁ ଗିରଫକଲା ରୁଷିଆ

ମସ୍କୋ, ୩୧ା୩:ଗୁପ୍ତଚର ବୃତ୍ତି ଅଭିଯୋଗରେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ(ଡବ୍ଲ୍ୟୁଏସ୍‌ଜେ)ର ଜଣେ ରିପୋର୍ଟରଙ୍କୁ ରୁଷିଆର ଶୀର୍ଷ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍‌ (ଏଫ୍‌ଏସ୍‌ବି) ଗିରଫ କରିଛି। କେତେକ ଗୁପ୍ତ ତଥ୍ୟ ସଂଗ୍ରହ ଲାଗି ଉଦ୍ୟମ ଚଳାଇଥିବା ରିପୋର୍ଟର ଏଭାନ ଗେର୍ସକୋଭିଚ୍‌ଙ୍କୁ ଉରାଲର ପାର୍ବତ୍ୟାଞ୍ଚଳ ସହର ୟେକାଟୋରିନବର୍ଗରୁ ଗିରଫ କରାଯାଇଥିବା ଏଫ୍‌ଏସ୍‌ବି କହିଛି। ଶୀତଳ ଯୁଦ୍ଧଠାରୁ ଆମେରିକା ଖବରକାଗଜର କୌଣସି ରିପୋର୍ଟରଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ରୁଷିଆ ଗିରଫ କରିବା ଏହା ପ୍ରଥମ ଘଟଣା। ୟୁକ୍ରେନ୍‌ ଯୁଦ୍ଧକୁ ନେଇ ମସ୍କୋ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଗେର୍ସକୋଭିଚ୍‌ଙ୍କୁ ଗିରଫ କରାଯାଇଛି। ଗେର୍ସକୋଭିଚ୍‌ ଆମେରିକା ନିର୍ଦ୍ଦେଶରେ ରୁଷିଆର ଏକ ସାମରିକ ଶିଳ୍ପ କମ୍ପ୍ଲେକ୍ସ ଉଦ୍ୟୋଗରୁ ବିଭିନ୍ନ କାର୍ଯ୍ୟର ତଥ୍ୟ ସଂଗ୍ରହ ପାଇଁ କାର୍ଯ୍ୟ କରୁଥିଲେ ବୋଲି ରୁଷିଆ ଅଭିଯୋଗ କରିଛି। ସେ ଗୁପ୍ତଚର ବୃତ୍ତିରେ ଦୋଷୀସାବ୍ୟସ୍ତ ହେଲେ ୨୦ ବର୍ଷ ଜେଲ୍‌ଦଣ୍ଡ ଭୋଗିପାରନ୍ତି। ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲର ମସ୍କୋ ବ୍ୟୁରୋର ଖବରଦାତା ଭାବେ ଗେର୍ସକୋଭିଚ୍‌ ରୁଷିଆ ଓ ୟୁକ୍ରେନ୍‌ରୁ ଖବର ସଂଗ୍ରହ କରୁଥିଲେ। ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ଲାଗି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ ଆଧିକାରିକ ମାନ୍ୟତା ପାଇଥିଲେ। ମସ୍କୋରୁ ତାଙ୍କ ଶେଷ ରିପୋର୍ଟ ଗତ ସପ୍ତାହରେ ପ୍ରକାଶ ପାଇଥିଲା। ପାଶ୍ଚାତ୍ୟ କଟକଣା ଯୋଗୁ ରୁଷିଆ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବା ଏଥିରେ ସେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri