ଡଗରପଡାରେ ‘ଶାମ୍‌-ଏ-ଗଜଲ’: ଅଲତାଫ ରାଜାଙ୍କ କଣ୍ଠର ଯାଦୁରେ ଝୁମିଲେ ଦର୍ଶକ

ଖଇରା, ୧୯।୧୧(ଡି.ଏନ.ଏ.)-ରବିବାରର ଶୀତୁଆ ସନ୍ଧ୍ୟାରେ କମ୍ପୁଥିଲା ବାଲେଶ୍ୱର ଜିଲା ଖଇରା ବ୍ଲକର ଡଗରପଡା ମାଟି ା ବଲିଉଡର ବିଶିଷ୍ଟ ଗଜଲ ଗାୟକ ଅଲତାଫ ରାଜାଙ୍କ କଣ୍ଠର ଯାଦୁରେ ମତୁଆଲା ହୋଇ ପଡୁଥିଲେ ଦର୍ଶକ ା କେବଳ ଖଇରା ବ୍ଲକର ଝିଙ୍କିରିଆ, କ୍ଷିରିପଦା, ମୁସ୍ତଫାବାଦ କିମ୍ବା ତେନ୍ତୁଳିଆପଡା ବସ୍ତିରୁ ନୁହେଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛୁଟି ଆସୁଥିଲେ ହଜାର ହଜାର ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ା ଗଜଲ ଓ କବାଲି ସାଙ୍ଗକୁ ବାଦ୍ୟ ଝଙ୍କାରରେ ଫାଟି ପଡୁଥିଲା ଡଗରପଡା ମାଟି ା ଅଲତାଫ ତାଙ୍କର ନିଜସ୍ବ ଶୈଳୀରେ ଆରମ୍ଭ କରିଥିଲେ ହିନ୍ଦୀ ଫିଲ୍ମ ‘ବଜରଙ୍ଗ ଏ ଭାଇଜାନ’ର ସେହି ଚର୍ଚ୍ଚିତ ସଙ୍ଗୀତ ‘ଝୋଲି ଭରଦୋ ମେରି ୟା ମହମ୍ମଦ, ଲୋଟ କର ମେ ନାଆଉଙ୍ଗା ଖାଲି…..’ା ଏତିକିରେ ହଜାର ହଜାର କରତାଳିରେ ପୂରି ଉଠିଥିଲା ଡଗରପଡା ହାଇସ୍କୁଲ ପଡିଆ ା ତା ପରକୁ ବିଭିନ୍ନ ନାମୀଦାମୀ ଚଳଚ୍ଚିତ୍ର ଓ ଆଲବମ୍‌ର ଗୋଟିଏ ପରେ ଗୋଟିଏ ଗୀତର ତାଳରେ ତାଳ ଦେଇ ନାଚୁଥିଲା ସାରା ପଡିଆ ା ଏଭଳି ଏକ ମନଛୁଆଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଖଇରା ବ୍ଲକର ଡଗରପଡା ଗ୍ରାମରେ ା ଓଡିଶା ଉର୍ଦ୍ଦୁ ଏକାଡେମୀ ଭୁବନେଶ୍ୱର ଏବଂ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘଟନ କରିବା ଅବସରରେ ଓଡିଶାର ଭାଷା ଓ ସଂସ୍କୃତି ସାରାଭାରତରେ ମୁଖବନ୍ଧ ପାଲଟିଛି ା ଏଭଳି ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହିନ୍ଦୁ ମୁସଲିମଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ପାଇଁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ ା ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଭୁବନେଶ୍ୱର ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ଡ ଶୟଦ ମୁସିର ଆଲାମ, ଜିଲା ପରିଷଦ ସଭ୍ୟ ଜୟନ୍ତୀ ମହଲା, ସରପଞ୍ଚ ବାସନ୍ତୀଲତା ମହାପାତ୍ର, ସମିତି ସଭ୍ୟା ରମ୍ଭାମଣି ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଡଗରପଡା ଭଳି ଗ୍ରମାଞ୍ଚଳରେ ଆୟୋଜନ ପାଇଁ ମନ୍ତ୍ରୀ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଦେଇଥିଲେ। ଡଗରପଡା ଅଞ୍ଚଳର ସମସ୍ତ ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri