ଡକାୟତି ଯୋଜନା: ଗିରଫ ହେଲେ ୭ ଅଭିଯୁକ୍ତ

ବାରଙ୍ଗ,୨୨ା୭(ଡି.ଏନ୍‌.ଏ.) : ବାରଙ୍ଗ ଥାନା ଅଞ୍ଚଳରେ ଶନିବାର ରାତିରେ ଡକାୟତି ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ହାବୁଡରେ ୭ଜଣ ଧରାପଡିଛି। ରବିବାର ସେମାନଙ୍କ ବିରୋଧରେ ୧୧୮/୧୯ନଂରେ ଏକ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେେଲେ ଏହି ଥାନା ଅଧୀନ ମଧୁପୁର ଗ୍ରାମର ସନ୍ଦିପ ପାଲ ଓ ସୁନୀଲ ମଲ୍ଲିକ, ନିଆଳି ଥାନା ଅଧୀନ କୁଲକୋରକୋର ଗ୍ରାମର ଅଶୋକ ସ୍ବାଇଁ, ଡିଆସିଂପାଟଣା ଗ୍ରାମର ଅଜିତ ସିଂ ଏବଂ ସହରଜପୁର ଗ୍ରାମର ସମ୍ବିତ କୁମାର ଦାସ, କାକଟପୁର ଥାନା ଅଧୀନ ପଥରପକା ଗ୍ରାମର ଲିକୁ ନାୟକ, ନୁଆଗାଁ ଥାନା ଅଧୀନ ଡେରକି ଗ୍ରାମର ମୁକେଶ ସ୍ବାଇଁ। ପୋଲିସ ସେମାନଙ୍କଠାରୁ ଦୁଇଟି ଜୀବନ୍ତ ବୋମା, ଗୋଟିଏ କଟୁରି, ୫ଟି ଲୁହାରଡ, ୬ଟି ମୋବାଇଲଫୋନ, ଟର୍ଚ୍ଚ, ଓଆର୦୨-ୟୁ-୩୯୭୭, ଓଡି୦୫-ଏଏଚ-୮୭୪୮ ଓ ଅନ୍ୟ ଏକ ନମ୍ବରବିହୀନ ଗାଡିକୁ ମିଶାଇ ତିନୋଟି ବାଇକ୍‌, ଦୁଇ ପ୍ୟାକେଟ ଲଙ୍କାଗୁଣ୍ଡ ଜବତ କରିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ବାରଙ୍ଗ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ମଧୁପୁର ଗ୍ରାମର ଏକ ପଡିଆପାଖରେ ସନ୍ଦିପଙ୍କ ନେତୃତ୍ୱରେ ୬ଜଣ ଯୁବକ ଡକାୟତି ପାଇଁ ଏକାଠି ବସି ଯୋଜନା କରୁଥିବାର କୌଣସିସୂତ୍ରରୁ ଖବରପାଇ ପୋଲିସ ଜାଣିପାରିଥିଲା। ଏ ବିଷୟରେ ପାଟ୍ରୋଲିଂରେ ଥିବା ଅଫିସର ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କୁ ସୂଚନା ଦିଆଯାଇଥିଲା। ପରେ ଥାନାଧିକାରୀ ସଂଘବଦ୍ଧ ହୋଇ ଉକ୍ତ ପଡିଆ ପାଖରେ ପହଞ୍ଚତ୍ ପ୍ରଥମେ ସନ୍ଦିପକୁ କାବୁ କରିଥିଲେ। ଏହାପରେ ଅନ୍ୟ ୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲେ। ଘଟଣାସ୍ଥଳରୁ ବହୁ ସାମଗ୍ରୀ ଜବତ କରିଥିଲା। ପରେ ଥାନାକୁ ଆଣି ପଚରାଉଚରା ବେଳେ ସେମାନେ ମଦଦୋକାନ ମାଲିକ ଦେଉଳି ଗ୍ରାମର ହରିହର ସ୍ବାଇଁଙ୍କ ଘରେ ଡକାୟତି ପାଇଁ ଯୋଜନା କରିଥିବାର ପୋଲିସ ଆଗରେ ସ୍ବୀକାର କରିଥିବାର ଥାନାଧିକାରୀ ଶଶିକାନ୍ତ ରାଉତ କହିଛନ୍ତି। ଅଜିତଙ୍କ ନାମରେ ବାରଙ୍ଗ ଓ ନୂଆଗାଁ ଥାନାରେ ୨ଟି ମାମଲା, ସନ୍ଦିପଙ୍କ ନାମରେ ବାରଙ୍ଗ ଥାନାରେ ୩ଟି ମାମଲା, ଅଶୋକଙ୍କ ନାମରେ ବିଭିନ୍ନ ଥାନାରେ ୧୯ଟି ମାମଲା ଥିବାର ପୋଲିସ ପକ୍ଷରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri