ଡକାୟତି ଯୋଜନା: ଗିରଫ ହେଲେ ୭ ଅଭିଯୁକ୍ତ

ବାରଙ୍ଗ,୨୨ା୭(ଡି.ଏନ୍‌.ଏ.) : ବାରଙ୍ଗ ଥାନା ଅଞ୍ଚଳରେ ଶନିବାର ରାତିରେ ଡକାୟତି ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ହାବୁଡରେ ୭ଜଣ ଧରାପଡିଛି। ରବିବାର ସେମାନଙ୍କ ବିରୋଧରେ ୧୧୮/୧୯ନଂରେ ଏକ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେେଲେ ଏହି ଥାନା ଅଧୀନ ମଧୁପୁର ଗ୍ରାମର ସନ୍ଦିପ ପାଲ ଓ ସୁନୀଲ ମଲ୍ଲିକ, ନିଆଳି ଥାନା ଅଧୀନ କୁଲକୋରକୋର ଗ୍ରାମର ଅଶୋକ ସ୍ବାଇଁ, ଡିଆସିଂପାଟଣା ଗ୍ରାମର ଅଜିତ ସିଂ ଏବଂ ସହରଜପୁର ଗ୍ରାମର ସମ୍ବିତ କୁମାର ଦାସ, କାକଟପୁର ଥାନା ଅଧୀନ ପଥରପକା ଗ୍ରାମର ଲିକୁ ନାୟକ, ନୁଆଗାଁ ଥାନା ଅଧୀନ ଡେରକି ଗ୍ରାମର ମୁକେଶ ସ୍ବାଇଁ। ପୋଲିସ ସେମାନଙ୍କଠାରୁ ଦୁଇଟି ଜୀବନ୍ତ ବୋମା, ଗୋଟିଏ କଟୁରି, ୫ଟି ଲୁହାରଡ, ୬ଟି ମୋବାଇଲଫୋନ, ଟର୍ଚ୍ଚ, ଓଆର୦୨-ୟୁ-୩୯୭୭, ଓଡି୦୫-ଏଏଚ-୮୭୪୮ ଓ ଅନ୍ୟ ଏକ ନମ୍ବରବିହୀନ ଗାଡିକୁ ମିଶାଇ ତିନୋଟି ବାଇକ୍‌, ଦୁଇ ପ୍ୟାକେଟ ଲଙ୍କାଗୁଣ୍ଡ ଜବତ କରିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ବାରଙ୍ଗ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ମଧୁପୁର ଗ୍ରାମର ଏକ ପଡିଆପାଖରେ ସନ୍ଦିପଙ୍କ ନେତୃତ୍ୱରେ ୬ଜଣ ଯୁବକ ଡକାୟତି ପାଇଁ ଏକାଠି ବସି ଯୋଜନା କରୁଥିବାର କୌଣସିସୂତ୍ରରୁ ଖବରପାଇ ପୋଲିସ ଜାଣିପାରିଥିଲା। ଏ ବିଷୟରେ ପାଟ୍ରୋଲିଂରେ ଥିବା ଅଫିସର ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କୁ ସୂଚନା ଦିଆଯାଇଥିଲା। ପରେ ଥାନାଧିକାରୀ ସଂଘବଦ୍ଧ ହୋଇ ଉକ୍ତ ପଡିଆ ପାଖରେ ପହଞ୍ଚତ୍ ପ୍ରଥମେ ସନ୍ଦିପକୁ କାବୁ କରିଥିଲେ। ଏହାପରେ ଅନ୍ୟ ୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲେ। ଘଟଣାସ୍ଥଳରୁ ବହୁ ସାମଗ୍ରୀ ଜବତ କରିଥିଲା। ପରେ ଥାନାକୁ ଆଣି ପଚରାଉଚରା ବେଳେ ସେମାନେ ମଦଦୋକାନ ମାଲିକ ଦେଉଳି ଗ୍ରାମର ହରିହର ସ୍ବାଇଁଙ୍କ ଘରେ ଡକାୟତି ପାଇଁ ଯୋଜନା କରିଥିବାର ପୋଲିସ ଆଗରେ ସ୍ବୀକାର କରିଥିବାର ଥାନାଧିକାରୀ ଶଶିକାନ୍ତ ରାଉତ କହିଛନ୍ତି। ଅଜିତଙ୍କ ନାମରେ ବାରଙ୍ଗ ଓ ନୂଆଗାଁ ଥାନାରେ ୨ଟି ମାମଲା, ସନ୍ଦିପଙ୍କ ନାମରେ ବାରଙ୍ଗ ଥାନାରେ ୩ଟି ମାମଲା, ଅଶୋକଙ୍କ ନାମରେ ବିଭିନ୍ନ ଥାନାରେ ୧୯ଟି ମାମଲା ଥିବାର ପୋଲିସ ପକ୍ଷରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri