ଠିକଣା ଦେଖିଲେ ଲାଗୁଛି ଡର

କାନପୁର: ଏବେ କରୋନା ଭାଇରସ୍‌ ପାଇଁ ସବୁଆଡେ ଭୟର ବାତାବରଣ। ପାଖ ପଡ଼ିଶା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବମାନଙ୍କୁ ବି ଲୋକେ ଘରେ ପୁରାଇବାକୁ ରାଜି ହେଉନାହାନ୍ତି । ଏହି ଭାଇରସ୍‌ ସଂକ୍ରମଣରେ ଚାଇନା ପରେ ସବୁଠୁ ଅଧିକ ଲୋକ ମୃତ୍ୟୁବରଣ କଲେଣି ଇଟାଲିରେ। ଇଟାଲିର ଭୟଙ୍କର ସ୍ଥିତି ଏବେ ସମସ୍ତଙ୍କୁ ଛାନିଆ କରିଛି। ଏମିତି ଏକ ସମୟରେ ଯଦି ଇଟାଲିରୁ କାହା ପାଖକୁ କିଛି ଜିନିଷ ଆସେ ତାହେଲେ ପରିସ୍ଥିତି କ’ଣ ହେବ ଭାବି ପାରୁଛନ୍ତି… ଏମିତି ଏକ ଅସ୍ବାଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶ କାନପୁରର ମାଲରୋଡ ଠାରେ ଥିବା କାନାଡ଼ା ବ୍ୟାଙ୍କ ଶାଖାରେ।
ଏହି ବ୍ୟାଙ୍କକୁ ଗତ ମଙ୍ଗଳବାର ଦିନ ଏକ କୋରିଅର ଆସିଥିଲା। ବ୍ୟାଙ୍କ କର୍ମଚାରୀମାନେ ପ୍ରଥମେ କିଛି ନ ଦେଖି କୋରିଅର ରିସିଭ ତ କରି ଦେଇଥିଲେ, କିନ୍ତୁ କିଛି ସମୟ ପରେ ଯେତେବେଳେ କୋରିଅରରେ କର୍ମଚାରୀମାନେ ଠିକଣା ଦେଖିଥିଲେ ସେତେବେଳେ ହଠାତ୍‌ ଭୟରେ ଥରିବାକୁ ଲାଗିଥିଲେ। କାରଣ କୋରିଅରଟି ଆସିଥିଲା ଇଟାଲିରୁ। ଏକଥା ଜାଣିବା ପରେ ପୁରା ବ୍ୟାଙ୍କରେ ହଠାତ୍‌ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବ୍ୟାଙ୍କର କୌଣସି କର୍ମଚାରୀ କୋରିଅରଟିକୁ ଛୁଇଁବାକୁ ପ୍ରସ୍ତୁତ ନଥିଲେ। ବହୁ କଷ୍ଟରେ କୋରିଅରଟିକୁ ଏକ ବାକ୍ସ ଭିତରେ ଅଲଗା ସ୍ଥାନରେ ରଖାଯାଇଥିଲା। କୋରିଅରଟିକୁ ବାରମ୍ବାର ସାନିଟାଇଜ୍‌ କରିବା ସହ ୪୮ ଘଣ୍ଟା ପରେ ହିଁ ତାକୁ ଖୋଲାଯିବା ପାଇଁ ସ୍ଥିର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri