ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ ଓ ପାର୍ଟପ୍ଲଟ ବିକ୍ରି ଭଳି ୧୩ଟି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଗଲାଣି। ହେଲେ ତୃଣମୂଳସ୍ତରରେ ରାଜସ୍ବ ଅଧିକାରୀମାନେ କାର୍ଯ୍ୟ ସମ୍ପାଦନ ବେଳେ ଝୁଣ୍ଟୁଛନ୍ତି। ଅଧିକାଂଶ ଅଧିକାରୀ ସରକାରଙ୍କ ସଂଶୋଧିତ ନିୟମକୁ ଠିକଣା ଭାବେ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ସାଧାରଣ ଲୋକେ ରାଜସ୍ବ ସେବା ପାଇବାରେ ଅନ୍ତରାୟ ସୃଷ୍ଟି ହେଉଛି। ମଧ୍ୟସ୍ଥମାନେ ଏହାର ଫାଇଦା
ଉଠାଉଛନ୍ତି। ଏ ସଂକ୍ରାନ୍ତରେ ବହୁ ଅଭିଯୋଗ ସରକାରଙ୍କ ଦୃଷ୍ଟିଗୋଚରକୁ ଆସିବା ପରେ ରାଜସ୍ବ ବିଭାଗ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏଣିକି ଅଧିକାରୀଙ୍କୁ ‘ରାଜସ୍ବ ପାଠଶାଳା’ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇ ବାବୁଙ୍କ ଏହି ଟ୍ୟୁଶନ୍‌ ପ୍ରକ୍ରିୟା ନୂଆବର୍ଷରୁ ଆରମ୍ଭ ହେବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜଣାଯାଇଛି।
ସୂଚନା ଅନୁଯାୟୀ, ରାଜସ୍ବ ବିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଅନ୍‌ଲାଇନ ରାଜସ୍ବ ପାଠଶାଳା ଆରମ୍ଭ ହେବ। ଏଥିରେ ପାଳି କରି ପ୍ରତିଦିନ ବିଭିନ୍ନ ବର୍ଗର ଅଧିକାରୀଙ୍କୁ ଯୋଡ଼ାଯିବ। କେଉଁଦିନ ସବୁ ଜିଲାର ଜିଲାପାଳ ଏହି ଅନ୍‌ଲାଇନ୍‌ ପାଠଶାଳାରେ ନାମ ଲେଖାଇବେ ତ ଆଉ କେଉଁଦିନ ଅତିରିକ୍ତ ଜିଲାପାଳ, ତହସିଲଦାର, ରେଜିଷ୍ଟ୍ରାର ଓ ସବ୍‌ ରେଜିଷ୍ଟ୍ରାର ରହିବେ। ସେହିପରି ଭୂ-ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀଙ୍କୁ ମଧ୍ୟ ଏହି ପାଠଶାଳାରେ ପ୍ରଶିକ୍ଷଣ ଦିଆଯିବ। ସେଥିପାଇଁ ବିଭାଗ ପକ୍ଷରୁ ପ୍ରତ୍ୟେକ କାର୍ଯ୍ୟଦିବସକୁ ନେଇ ପ୍ଲାନିଂ କରାଯିବ। କେଉଁଦିନ କେଉଁ ଅଧିକାରୀଙ୍କ କେଉଁ ବିଷୟରେ ପାଠଶାଳାରେ ଶିକ୍ଷା ଦିଆଯିବ ଏବଂ ସେମାନଙ୍କୁ କେଉଁ ବର୍ଗର ଅଧିକାରୀ ଶିକ୍ଷାଦେବେ ତାହା ପୂର୍ବରୁ ନିର୍ଦ୍ଧାରିତ ହେବ ଏବଂ ଅଧିକାରୀମାନଙ୍କୁ ଅବଗତ କରାଇ ଦିଆଯିବ। ଯଦି କୌଣସି ଅଧିକାରୀ ରାଜସ୍ବ ପାଠଶାଳାରେ ଅନୁପସ୍ଥିତ ରହିବେ ତେବେ ସେ ବିଭାଗର ସ୍ବତନ୍ତ୍ର ଗ୍ରୁପ୍‌ରେ ଜଣାଇବେ ଏବଂ ପରବର୍ତ୍ତୀ ପାଠଶାଳାରେ ଉପସ୍ଥିତ ରହି ଜ୍ଞାନ ଆହରଣ କରିବେ। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ନୂତନ ବର୍ଷରେ ବିଭାଗ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ପୁରୁଣାକାଳିଆ ବ୍ରିଟିଶ ଆଇନ ବନ୍ଦ ହୋଇ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲାଣି। ଏପରି କି ୫୦ରୁ ଅଧିକ ରାଜସ୍ବ ଗ୍ରାମ ମଧ୍ୟ ଘୋଷଣା ହୋଇଛି। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳର ଅଧିକାରୀଙ୍କୁ ଏ ବାବଦରେ ଜଣାନାହିଁ। ଏଭଳି କେତେକ ଅଭିଯୋଗକୁ ନେଇ ବିଭାଗ ଏବେ ଆକ୍ସନମୋଡ୍‌କୁ ଆସିଛି। କେଉଁ ଅଧିକାରୀମାନେ ବାସ୍ତବରେ ସରକାରଙ୍କ ସଂଶୋଧିତ ନିୟମ ସମ୍ପର୍କରେ ଜାଣି ନାହାନ୍ତି ଏବଂ କେଉଁମାନେ ଜାଣିକରି ଠକିବାକୁ ଚେଷ୍ଟା କରୁଛନ୍ତି ସେସବୁ ରାଜସ୍ବ ପାଠଶାଳା ଅବସରରେ ସମୀକ୍ଷା କରାଯିବ। ଯଦି କୌଣସି ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ରାଜସ୍ବ ସେବାକୁ ଲୋକଙ୍କୁ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗର ଚିଠା ପ୍ରସ୍ତାବରେ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri