ଟ୍ରେଲର ଯିବା ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତକାଟ: ଉପଭୋକ୍ତା ହଇରାଣ

ଝୁମ୍ପୁରା, ୧୧।୮ (ଡି.ଏନ.ଏ.)-ବର୍ଷା ନାହିଁ ପବନ ନାହିଁ। ଗତ ଶୁକ୍ରବାର ରାତି ୧୦ଟା ବେଳେ, ହଠାତ୍‌ ଝୁମ୍ପୁରା ଅଞ୍ଚଳର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଗଲା। ପାଗ ଶୁଖିଲା ଥିବାରୁ ବ୍ୟବସାୟ ପ୍ରତିଷ୍ଠାନର କାର୍ଯ୍ୟାଳୟ, ଡାକ୍ତରଖାନା ସହିତ ସାଧାରଣ ବିଦ୍ୟୁତ ଉପଭୋକ୍ତା ମଧ୍ୟ ସତର୍କ ନ ଥିଲେ। ହଠାତ୍‌ ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ କଣ ହୋଇଛି ଜାଣିବା ପାଇଁ ଲୋକମାନେ ବିଦ୍ୟୁତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ଲାଗି ପଡିଲେ। ବୁଝିବା ବେଳକୁ ସଦର ବ୍ଲକର ବନ୍ଦ ହୋଇଯାଇଥିବା ଏକ ପ୍ଲାଣ୍ଟର ପୁରୁଣା ଯନ୍ତ୍ରାଶଂ ବୋଝେଇ ୩ଟି ୩୨ ଚକ ବିଶିଷ୍ଟ ଟ୍ରେଲରକୁ ଝୁମ୍ପୁରା ବଜାର ଅଞ୍ଚଳ ରାସ୍ତା ଦେଇ ପାର କରିବା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ଆଶ୍ଚର୍ଯ୍ୟର କଥା ଟ୍ରେଲର ଗୁଡିକୁ ପାର କରିବା ପାଇଁ ଝୁମ୍ପୁରା ଥାନାର କେତେକ କର୍ମଚାରୀ ଲାଗି ପଡିଥିବାବେଳେ, ନୂତନ ଭାବେ ଝୁମ୍ପୁରା ଥାନାରେ ଯୋଗ ଦେଇଥିବା ଆଇଆଇସିଙ୍କୁ ମଧ୍ୟ କୌଣସି ଖବର ନାହିଁ। ବିନା ସୂଚନାରେ ଏପରି କରାଯାଉଥିବା ନେଇ ଝୁମ୍ପୁରା ନେସ୍କୋ ଜେଇ ଏଲ.ବାରିକ, ଝୁମ୍ପୁରା ଥାନା ଏଏସଆଇ କେ ପେଶାୟତଙ୍କ ସହିତ ଲୋକଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏସମ୍ପର୍କରେ ଯୋଡାସ୍ଥିତ ନେସ୍କୋର ନିର୍ବାହୀ ଯନ୍ତ୍ରୀ ଏକେ ମହାନ୍ତ ଏବଂ ଝୁମ୍ପୁରା ଥାନା ଆଇଆଇସି ବିରଞ୍ଚି ବାଗ୍‌ଙ୍କୁ ପଚାରିବାରୁ ଏ ବିଷୟରେ ସେମାନେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri