ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇଲେ ୩୫୦ପ୍ରବାସୀ:କଣ୍ଟାବାଞ୍ଜି ରେଳ ଷ୍ଟେଶନରୁ ଚମ୍ପଟ୍‌ ମାରିଲେ ୪୫

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୬ା୫ (ଡି.ଏନ୍‌.ଏ.)
ଗୁଜରାଟର ଗାନ୍ଧୀଧାମରୁ କଟକର ନିର୍ଗୁଣ୍ଡି ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଚେନ୍‌ ଟାଣି ୩୫୦ ପ୍ରବାସୀ ସୋମବାର ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ରେଳଷ୍ଟେଶନ୍‌ରେ ଓହ୍ଲାଇ ପଡିଥିଲେ। ସେମାନଙ୍କ ଭିତରୁ ୩୦୫ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୫ଜଣ କୁଆଡେ ଫେରାର ହୋଇଯାଇଥିବା ଜଣାପଡିଛି ା ପ୍ରବାସୀଙ୍କ ଏଭଳି କାଣ୍ଡକୁ ନେଇ ଚିନ୍ତାରେ ପଡିଛି ଜିଲା ପ୍ରଶାସନ ଓ ପୋଲିସ ା
ସୋମବାର ଭୋର ୫ଟାରେ ଗାନ୍ଧୀଧାମ-ନିର୍ଗୁଣ୍ଡି ଶ୍ରମିକ ସ୍ପେଶାଲ ଟ୍ରେନ୍‌ କଣ୍ଟାବାଞ୍ଜି ଷ୍ଟେଶନ୍‌ରେ ପହଞ୍ଚତ୍ବାବେଳେ କେତେଜଣ ପ୍ରବାସୀ ହଠାତ୍‌ ଟ୍ରେନ୍‌ ଚେନ୍‌ ଟାଣି ଦେଇଥିଲେ ା ଫଳରେ କଣ୍ଟାବାଞ୍ଜି ଷ୍ଟେଶନ୍‌ରେ ଟ୍ରେନ୍‌ ଅଟକି ଯାଇଥିଲା ା ଏହାପରେ ଶତାଧିକ ପ୍ରବାସୀ ସେଠାରେ ଓହ୍ଲାଇ ପଡିଥିଲେ ା ପ୍ରବାସୀଙ୍କ ଏଭଳି କାଣ୍ଡ ଦେଖି କଣ୍ଟାବାଞ୍ଜି ଜିଆରପି ଓ ଆରପିଏଫ୍‌ ପୋଲିସ ଟ୍ରେନ୍‌ରୁ ଓହ୍ଲାଇଥିବା ପ୍ରବାସୀଙ୍କୁ ଷ୍ଟେଶନ୍‌ ଭିତରେ ଅଟକି ରହିବାକୁ କହିଥିଲେ ା କୌଣସି ପ୍ରବାସୀ ଯେଭଳି ଷ୍ଟେଶନ୍‌ ବାହାରକୁ ବିନା ଅନୁମତିରେ ନ ଯିବେ ସେନେଇ ତାଗିଦ୍‌ କରିଥିଲେ ା ଖବର ପାଇ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର, ତହସିଲଦାର ଅଶୋକ କୁମାର ମାଝି, ଥାନାଧିକାରୀ ସତ୍ୟଜିତ୍‌ କାଣ୍ଡେଲକର ଷ୍ଟେଶନ୍‌ରେ ପହଞ୍ଚତ୍ଥିଲେ ା ଏହି ଟ୍ରେନ୍‌ର ଷ୍ଟପେଜ୍‌ କଣ୍ଟାବାଞ୍ଜିରେ ନ ଥିବାରୁ ସିଧା ନିର୍ଗୁଣ୍ଡି ଷ୍ଟେଶନ୍‌କୁ ଯିବାକୁ ପଡିବ ଓ ସେଠାରୁ ପୁଣି ନୂଆପଡା, ବଲାଙ୍ଗୀର ଓ ବରଗଡ଼ ଜିଲାକୁ ଫେରିବାକୁ ପଡିବ ଭାବି କେତେଜଣ ପ୍ରବାସୀ କଣ୍ଟାବାଞ୍ଜି ଷ୍ଟେଶନ୍‌ରେ ଚେନ୍‌ ଟାଣି ଟ୍ରେନ୍‌ ଅଟକାଇଥିଲେ ା ତହସିଲଦାର ଓ ପୋଲିସ ବିଭାଗର ତଦାରଖ ପରେ ଏହି ଟ୍ରେନ୍‌ରୁ ୩୫୦ ଜଣ ପ୍ରବାସୀ ସେଠାରେ ଓହ୍ଲାଇ ପଡିଥିବା ଜଣାପଡିଥିଲା ା ତେବେ ସେମାନଙ୍କ ମଧ୍ୟରୁ ୪୫ ଜଣ ଫେରାର ହୋଇଯାଇଥିବା ବେଳେ ବାକି ୩୦୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା ା ଏହି ୩୦୫ ଜଣଙ୍କ ଭିତରେ ନୂଆପଡା ଜିଲାର ୨୮୩, ବଲାଙ୍ଗୀରର ୧୭ ଓ କଳାହାଣ୍ଡି ଜିଲାର ୫ଜଣ ପ୍ରବାସୀ ରହିଛନ୍ତି। ଏହାପରେ ଏଠାରେ ଅଟକି ଥିବା ଏହି ଟ୍ରେନ୍‌କୁ ପୂର୍ବାହ୍ନ ୯ଟାରେ ନିର୍ଗୁଣ୍ଡି ଅଭିମୁଖେ ଛଡାଯାଇଥିଲା ଓ କଣ୍ଟାବାଞ୍ଜିରେ ଓହ୍ଲାଇ ପଡିଥିବା ୩୦୫ ଜଣଙ୍କୁ ସେମାନଙ୍କ ଜିଲାକୁ ପଠାଇ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri