ଟ୍ରେଣ୍ଡରେ ଶାଢ଼ି ପ୍ୟାଣ୍ଟ ଫ୍ୟାଶନ

ଟ୍ରାଡିଶନାଲ୍‌ ଶାଢ଼ିକୁ ମଡର୍ନ ଟ୍ବିଷ୍ଟ ଦେବାକୁ ଚାହୁଁଥିଲେ ଶାଢ଼ି ପ୍ୟାଣ୍ଟ ଲୁକ୍‌ ପରଫେକ୍ଟ ଅପ୍ସନ। ଶାଢ଼ିକୁ କ୍ୟାରି କରିବାର ଏହି ଟ୍ରେଣ୍ଡ ଏବେ ଜୋର୍‌ ଧରିଛି। ବିବାହ ହେଉ କି ପାର୍ଟି ଏହି ଲୁକ୍‌ ଷ୍ଟାଇଲିଶ ସହ କମ୍ଫର୍ଟେବଲ ବି ଲାଗେ ।

ସିଲ୍କ ଶାଢ଼ି ସହ ପ୍ୟାଣ୍ଟ- ବିବାହ ଓ ପାର୍ଟି ପାଇଁ ସୁନ୍ଦର ସଲିଡ୍‌ ବର୍ଡର ଥିବା ସିଲ୍କ ଶାଢିରେ ଏମ୍ବ୍ରୋଏଡାରି ବ୍ଲାଉଜ୍‌ ଭଲ ଲାଗିଥାଏ। ତେବେ ଏଥିରେ ମଡର୍ନ ଟଚ୍‌ ଦେବାକୁ ଚାହୁଁଥିଲେ ଏହି ଶାଢ଼ି ସହ ଷ୍ଟ୍ରେଟ୍‌ ପ୍ୟାଣ୍ଟ ଟ୍ରାଏ କରିପାରିବେ। ଯେମିତିକି ମାଜେଣ୍ଟା କଲର୍‌ର ସିଲ୍କ ଶାଢ଼ି ସହ ରୟାଲ୍‌ ବ୍ଲୁ କଲର୍‌ର ଜରି ଓ୍ବାର୍କ ହୋଇଥିବା ବ୍ଲାଉଜ୍‌ ଓ ରୟାଲ୍‌ ବ୍ଲୁ କଲର୍‌ର ପ୍ୟାଣ୍ଟକୁ ପେୟାର୍‌ କଲେ ଗ୍ଲାମର୍ସ ଲୁକ୍‌ ପାଇପାରିବେ। ଆଉ ଆପଣ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ପାଲଟିଯିବେ। ଏହା ସହିତ ମ୍ୟାଚିଂ ଜୁଏଲାରି ଟ୍ରାଏ କରନ୍ତୁ। ହାଇ ହିଲ୍ସ ବି ପେୟାର କରିପାରିବେ।
ଧୋତି ପ୍ୟାଣ୍ଟ ସହ ଶାଢ଼ି- ଏହି ଲୁକ୍‌ ଯେତିକି ଷ୍ଟାଇଲିଶ୍‌ ସେତିକି କମ୍ଫର୍ଟେବଲ ବି। ଧୋତି ପ୍ୟାଣ୍ଟର କଲର ସହ ମ୍ୟାଚ୍‌ କରି ପ୍ଲେନ୍‌ ଶାଢ଼ି ଓ ଗର୍‌ଜିୟସ୍‌ ଲଟକନ୍‌ ଲାଗିଥିବା ମେଟାଲିକ୍‌ ସେକ୍ୱିନ୍‌ ବ୍ଲାଉଜ୍‌ ପିନ୍ଧନ୍ତୁ, ଏକ ଷ୍ଟାଇଲିଶ୍‌ ଲୁକ୍‌ ମିଳିବ।
ଚୁଡିଦାର ସହ ବନାରସୀ ଶାଢ଼ି- ଲାଇଟ୍‌ କଲର୍‌ର ବନାରସୀ ଶାଢ଼ି ସହ ଗୋଲ୍ଡେନ୍‌ କଲର ଚୁଡିଦାର ପ୍ୟାଣ୍ଟ ଭଲ ଲାଗିଥାଏ। ଅଣ୍ଟା ପାଖରେ ସରୁ ବେଲ୍ଟ ବାନ୍ଧିପାରିବେ। ଏହି ଲୁକ୍‌ ବେଶ୍‌ ଗ୍ଲାମର୍ସ ଲାଗେ। ଗୋଲ୍ଡେନ୍‌ କଲର୍‌ ହାଇ ହିଲ୍ସ ଏହି ଲୁକ୍‌୍‌କୁ ଆହୁରି ଆକର୍ଷକ କରାଏ।
ଜିନ୍ସ ସହ ଶାଢ଼ି- ଉତ୍ସବ ସମୟରେ ଫେଷ୍ଟିଭ୍‌ ଲୁକ୍‌ ସହ ଗର୍ଲିସ୍‌ ଲୁକ୍‌ ବଜାୟ ରଖିବାକୁ ଚାହୁଁଥିଲେ ଜର୍ଜେଟ୍‌ ଶାଢ଼ି ସହ ଜିନ୍‌ ପ୍ୟାଣ୍ଟ ଟ୍ରାଏ କରିପାରିବେ। ତା’ସହ ଅଣ୍ଟାରେ ବଡ଼ ବକଲ୍‌ ଥିବା ଖାକି ବେଲ୍ଟ ଓ ଲମ୍ବା ହାତ ଥିବା ବୋଟ୍‌ ନେକ୍‌ ବ୍ଲାଉଜ୍‌ ପିନ୍ଧିପାରିବେ। ଫଙ୍କି ବ୍ରେସ୍‌ଲେଟ୍‌ ଓ ଫ୍ଲାଟ୍‌ ଫୁଟ୍‌ଓ୍ବେର ଏଥିରେ ଭଲ ମାନିଥାଏ।
ଷ୍ଟ୍ରେଟ୍‌ ପ୍ୟାଣ୍ଟ ସହ ଶାଢ଼ି- ଷ୍ଟ୍ରେଟ୍‌ ପ୍ୟାଣ୍ଟ ସହ ଶାଢ଼ି ପିନ୍ଧିଲେ ବେଶ୍‌ ଷ୍ଟାଇଲିଶ୍‌ ଲାଗେ। ଏହାସହ କ୍ରପ୍‌ଡ ବ୍ଲାଉଜ୍‌ କିମ୍ବା ଲମ୍ବା ଶାର୍ଟ ଷ୍ଟାଇଲ୍‌ର ବ୍ଲାଉଜ୍‌ ପିନ୍ଧିପାରିବେ। ହାଇହିଲ୍ସ ଏହି ଲୁକ୍‌କୁ ଗ୍ଲାମର୍ସ କରାଏ। ତା’ସହ ମ୍ୟାଚିଂ ହେଭି ଜୁଏଲାରି ଭଲ ଲାଗିଥାଏ।
ଶାଢ଼ି ପ୍ୟାଣ୍ଟ ସହ ବେଲ୍ଟ- ବୋଲ୍ଡ କଲର୍‌ର ପ୍ଲେନ୍‌ ଶାଢି ଓ ମ୍ୟାଚିଂ କଲାଭଳି ପ୍ୟାଣ୍ଟ ସହ ବଡ଼ ବୋଲ୍ଡ ସିଲ୍କ ବେଲ୍ଟ କିମ୍ବା ଏକ ଲିନ୍‌ ମେଟାଲିକ୍‌ ବେଲ୍ଟ ବ୍ୟବହାର କରନ୍ତୁ। ବେଲ୍ଟକୁ ସାମ୍‌ନା ଭାଗରେ ବାନ୍ଧନ୍ତୁ। ବେଲ୍ଟ କଲର୍‌ ସହ ମ୍ୟାଚିଂ ଜୁଏଲାରି ବ୍ୟବହାର କରନ୍ତୁ। ଶାଢି ଓ ପ୍ୟାଣ୍ଟ ପ୍ଲେନ୍‌ ପିନ୍ଧିଲେ ହିଁ ବେଲ୍ଟ ଲୁକ୍‌ ପ୍ରୋମିନେଣ୍ଟ ଲାଗିଥାଏ।
ଫ୍ଲେୟର୍ଡ ପ୍ୟାଣ୍ଟ ସହ ଶାଢ଼ି- ୭୦ ଦଶକର ଫ୍ଲେୟର୍ଡ ବା ବେଲ୍‌ ବଟମ୍‌ ପ୍ୟାଣ୍ଟକୁ ଶାଢ଼ି ସହ ପେୟାର୍‌ କଲେ ବି ଆକର୍ଷକ ଲୁକ୍‌ ମିଳିଥାଏ। ପ୍ଲେନ୍‌ ଶାଢ଼ି ସହ ମ୍ୟାଚିଂ କଲର୍‌ର ଫ୍ଲେୟର୍ଡ କିମ୍ବା ବେଲ୍‌ ବଟମ୍‌ ପ୍ୟାଣ୍ଟ ଆଉ ତା’ସହ ଷ୍ଟୋନ୍‌ ବା ବିଡ୍ସ ଓ୍ବାର୍କ ବ୍ଲାଉଜ୍‌ ଆପଣଙ୍କ ଲୁକ୍‌କୁ ଗ୍ଲାମର୍ସ କରିଦେବ।

ଟିପ୍ସ-

୧. ଏକ ପରଫେକ୍ଟ ଲୁକ୍‌ ପାଇଁ ପ୍ଲିଟ୍‌ଗୁଡ଼ିକୁ ସୁନ୍ଦରଭାବେ କରିବା ସହ ଭଲଭାବେ ପିନ୍‌ ଅପ୍‌ କରନ୍ତୁ, ଯେମିତିକି ତାହା ଖସିବନି।
୨. ଏହି ଗେଟ୍‌ଅପ୍‌ ନେଉଥିବାବେଳେ କମ୍ଫର୍ଟେବଲ ହିଲ୍ସ ବ୍ୟବହାର କରନ୍ତୁ। ଯେମିତିକି ଚଲାବୁଲାରେ ଅସୁବିଧା ନ ହୁଏ।
୩. ନୂଆକରି ଶାଢ଼ି ପିନ୍ଧୁଥିଲେ ହେଭି ଓ୍ବାର୍କ ହୋଇଥିବା ଓ ମୋଟା ଫ୍ୟାବ୍ରିକ୍‌ର ଶାଢ଼ି ପିନ୍ଧନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri