ଟ୍ରାଫିକ୍‌ ପରେ ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର,୧୪।୯(ବ୍ୟୁରୋ) – ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଧରପଗଡ଼ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇ ନିଜର ସମସ୍ତ କାଗଜପତ୍ର ସଜାଡ଼ିବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟର ସବୁ ଆର୍‌ଟିଓ ଅଫିସ୍‌ଠାରୁ ଆରମ୍ଭ କରି ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରରେ ଭିଡ଼ ଦେଖିବାକୁ ମିଳୁଛି। ଠିକ୍‌ ଏତିକିବେଳେ ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ତନାଘନା ଆରମ୍ଭ ହୋଇଯାଇଛି। ବେଆଇନଭାବେ ବିଦ୍ୟୁତ୍‌ ନେଉଥିବା ଲୋକଙ୍କୁ ଶୁକ୍ରବାର ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଛି।
ସହରାଞ୍ଚଳରେ ବିଦ୍ୟୁତ୍‌ ଚୋରି ରୋକିବା ସକାଶେ ସେସୁ ନିଜର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଅଚାନକ ପରିଦର୍ଶନ କରିବ। ଗୁରୁବାର ବିଭିନ୍ନ ଅଞ୍ଚଳର ମୋବାଇଲ୍‌ ଫୋନ ଟାଓ୍ବାର ଉପରେ ସେସୁ ଅଧିକାରୀମାନେ ଚଢାଉ କରିଥିଲେ। ସେହିପରି ଶୁକ୍ରବାର ୩ ଡିଭିଜନର ସ୍ପେଶାଲ ସ୍କ୍ବାଡ୍‌ ଡମଣାଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଟେଲିକମ୍‌ ଟାଓ୍ବାର, କମର୍ସିଆଲ କମ୍ପ୍ଲେକ୍ସଠାରୁ ଆରମ୍ଭ କରି ବଡ଼ବଡ଼ ଦୋକାନଗୁଡିକରେ ଯାଞ୍ଚ କରାଯାଇଛି। ୩୦ ଜଣ ସେସୁ ଅଧିକାରୀ ୪ ଗ୍ରୁପ୍‌ରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଘରୋଇ ବ୍ୟବହାର କଥା କହି ବିଦ୍ୟୁତ୍‌ ନେବାପରେ ବଡ଼ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ। ଏହାସହ ହୁକ୍‌ ପକାଇ ମଧ୍ୟ ବହୁ ଲୋକ ବିଦ୍ୟୁତ୍‌ ଚୋରି କରୁଥିଲେ। ଏମାନଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଇଛି। ଏପରି କି ଜଣେ ଜଣେ ବ୍ୟବସାୟୀଙ୍କଠାରୁ ଅଧିକାରୀମାନେ ୬୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିଛନ୍ତି। ପ୍ରଥମେ ଏହା ଏକ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମଭାବେ କରାଯାଉଛି। ଆଗକୁ ଏହାକୁ ଆହୁରି ଜୋର୍‌ଦାର କରାଯିବ ବୋଲି ସେସୁ ଅଧିକାରୀ ବାଣୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ବିଦ୍ୟୁତ୍‌ ଚୋରି ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri