ଟ୍ରାଫିକ୍‌ ପରେ ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର,୧୪।୯(ବ୍ୟୁରୋ) – ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଧରପଗଡ଼ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇ ନିଜର ସମସ୍ତ କାଗଜପତ୍ର ସଜାଡ଼ିବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟର ସବୁ ଆର୍‌ଟିଓ ଅଫିସ୍‌ଠାରୁ ଆରମ୍ଭ କରି ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରରେ ଭିଡ଼ ଦେଖିବାକୁ ମିଳୁଛି। ଠିକ୍‌ ଏତିକିବେଳେ ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ତନାଘନା ଆରମ୍ଭ ହୋଇଯାଇଛି। ବେଆଇନଭାବେ ବିଦ୍ୟୁତ୍‌ ନେଉଥିବା ଲୋକଙ୍କୁ ଶୁକ୍ରବାର ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଛି।
ସହରାଞ୍ଚଳରେ ବିଦ୍ୟୁତ୍‌ ଚୋରି ରୋକିବା ସକାଶେ ସେସୁ ନିଜର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଅଚାନକ ପରିଦର୍ଶନ କରିବ। ଗୁରୁବାର ବିଭିନ୍ନ ଅଞ୍ଚଳର ମୋବାଇଲ୍‌ ଫୋନ ଟାଓ୍ବାର ଉପରେ ସେସୁ ଅଧିକାରୀମାନେ ଚଢାଉ କରିଥିଲେ। ସେହିପରି ଶୁକ୍ରବାର ୩ ଡିଭିଜନର ସ୍ପେଶାଲ ସ୍କ୍ବାଡ୍‌ ଡମଣାଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଟେଲିକମ୍‌ ଟାଓ୍ବାର, କମର୍ସିଆଲ କମ୍ପ୍ଲେକ୍ସଠାରୁ ଆରମ୍ଭ କରି ବଡ଼ବଡ଼ ଦୋକାନଗୁଡିକରେ ଯାଞ୍ଚ କରାଯାଇଛି। ୩୦ ଜଣ ସେସୁ ଅଧିକାରୀ ୪ ଗ୍ରୁପ୍‌ରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଘରୋଇ ବ୍ୟବହାର କଥା କହି ବିଦ୍ୟୁତ୍‌ ନେବାପରେ ବଡ଼ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ। ଏହାସହ ହୁକ୍‌ ପକାଇ ମଧ୍ୟ ବହୁ ଲୋକ ବିଦ୍ୟୁତ୍‌ ଚୋରି କରୁଥିଲେ। ଏମାନଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଇଛି। ଏପରି କି ଜଣେ ଜଣେ ବ୍ୟବସାୟୀଙ୍କଠାରୁ ଅଧିକାରୀମାନେ ୬୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିଛନ୍ତି। ପ୍ରଥମେ ଏହା ଏକ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମଭାବେ କରାଯାଉଛି। ଆଗକୁ ଏହାକୁ ଆହୁରି ଜୋର୍‌ଦାର କରାଯିବ ବୋଲି ସେସୁ ଅଧିକାରୀ ବାଣୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ବିଦ୍ୟୁତ୍‌ ଚୋରି ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri