ଟ୍ରାଫିକ୍‌ ନିୟନ୍ତ୍ରଣ,ବାଟ ପାଉନି ଜିଲା ପ୍ରଶାସନ

ଦେବଗଡ଼,୧୪।୭(ଡି.ଏନ.ଏ.) – ୧୯୯୪ ମସିହାରେ ଦେବଗଡ଼ ଜିଲା ଗଠନ ହୋଇଥିଲା ା ଇତିମଧ୍ୟରେ ୨୫ ବର୍ଷ ବିତିଛି ା ହେଲେ ପ୍ରଶାସନିକ ଅବହେଳା କାରଣରୁ ଏହି ଜିଲାର କୌଣସି ଆଖିଦୃଶିଆ ବିକାଶ ହୋଇପାରିନାହିଁ ା ରାଜନୈତିକ ବିଚାରଧାରାକୁ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ବି ଏ ନେଇ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି ା ଏଥିଯୋଗୁ ଜିଲାବାସୀ ମୌଳିକ ସମସ୍ୟାର ସମାଧାନରେ ପଛରେ ପଡିଛନ୍ତି ା ଦେବଗଡ଼ ସହରର ଟ୍ରାଫିକ୍‌ ସମସ୍ୟାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ ା ଦେବଗଡ଼ ପୌରପରିଷଦ ୧୧ଟି ୱାର୍ଡକୁ ନେଇ ଗଠିତ ା ଜନସଂଖ୍ୟା ପ୍ରାୟ ୨୫ ହଜାର ା ହେଲେ ସହରର ଟ୍ରାଫିକ ସମସ୍ୟା ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ା ସହରର ବ୍ୟସ୍ତବହୁଳ ସଭାଗୋଲି ଛକରୁ ପ୍ରଧାନପାଟ, ମ୍ୟୁନିସିପାଲିଟିକୁ ସଂଯୋଗ କରୁଥିବା ରାସ୍ତାକଡରେ ପ୍ରତିଦିନ ଯାତ୍ରୀବାହୀ ବସ୍‌, ଟ୍ରକ୍‌, ଟ୍ୟାକ୍ସି ସହ ଅନ୍ୟାନ ଯାନବାହନ ଅଟକି ରହୁଛି ା ବସ୍‌ କର୍ମଚାରୀମାନେ ସେଠାରେ ହିଁ ଯାତ୍ରୀମାନକୁ ଉଠାଉଛନ୍ତି ା ପାଖରେ ଟ୍ରାଫିକ୍‌ ପୋଷ୍ଟ ରହିଛି ା ଏକାଧିକ ଟ୍ରାଫିକ୍‌ ପୋଲିସ ସେଠାରେ ମୁତୟନ ହେଉଥିଲେ ବି ଏଥିପ୍ରତି ସେମାନଙ୍କ ନଜର ପଡୁନାହିଁ ା ସହରର ଷ୍ଟେଟ୍‌ବ୍ୟାଙ୍କ ଛକ, ଗୋପବନ୍ଧୁ ଛକ, ପ୍ରାଇଭେଟ ବସ୍‌ଷ୍ଟାଣ୍ଡ ଛକ, ପୁରୁଣା ପୋଷ୍ଟଅଫିସ ଛକ, ଡେଲି ମାର୍କେଟ, କଲେଜ୍‌ ରୋଡରେ ଜନଗହଳି ଯୋଗୁ ଉପରୋକ୍ତ ସମସ୍ୟା ଲାଗି ରହିଛି । ଫଳରେ ରାସ୍ତାରେ ଯାତାୟତ ହେଉଥିବା ଗାଡି ମଟର ଦୀର୍ଘ ସମୟ ଧରି ଅଟକି ରହୁଛି ା ଟିକେ ଅସାବଧାନ ହେଲେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜିଲା ପ୍ରଶାସନ ତଥା ପୌର ପରିଷଦ ପକ୍ଷରୁ ଏ ନେଇ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି ା ଏପରି କି ଦେବଗଡ଼ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ପାର୍କିଂ ବ୍ୟବସ୍ଥା ନାହିଁ ା ଫଳରେ ଲୋକେ ଗାଡ଼ିଗୁଡିକୁ ରାସ୍ତାର ଉଭୟ ପାଶର୍‌ବରେ ପାର୍କିଂ କରୁଛନ୍ତି । ଛାତ୍ରୀଛାତ୍ର ମାନେ ଏଥିଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା
ଏମାନେ ଯାହା କୁହନ୍ତି..
ଯାନବାହନ ଚଳାଚଳ ନିୟନ୍ତ୍ରଣ ପ୍ରତି ପୋଲିସର କୌଣସି ଅଙ୍କୁଶ ନାହିଁ ା ଜବରଦଖଲ ଯୋଗୁ ରାସ୍ତା ସଂକୀର୍ଣ୍ଣ ହୋଇଛି ା ଏଥିଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ା ଅନ୍ୟପକ୍ଷେ ଟ୍ରାଫିକ ଜାମ୍‌ ପାଇଁ ଆମେ ନିଜେ ଦାୟୀ ା ଜନସାଧାରଣ ନିଜେ ସଚେତନ ହେଲେ ଟ୍ରାଫିକ ସମସ୍ୟା ଦୂର ହେବ ା ଏଥିପାଇଁ ପୌର କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ ା
-ମାର୍କଣ୍ଡେଶ୍ୱର ଶତପଥୀ,ବରିଷ୍ଠ ନାଗରିକ,ଦେବଗଡ଼
ଜିଲାର ଜନସଂଖ୍ୟା ବଢିବା ସହ ଗାଡି ମୋଟର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ା ସେଥିପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ା ସହରର ମଧ୍ୟସ୍ଥଳୀରେ ଥିବା ସ୍କୁଲର କୁନିକୁନି ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କ ପାଇଁ ଟ୍ରାଫିକ ସମସ୍ୟା ବିପଦ ସୃଷ୍ଟି କରୁଛି,ଏଥିପାଇଁ ଜିଲା ପ୍ରଶାସନ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ ା
-ତରଣୀକାନ୍ତ ଦାଶ,ସମ୍ପାଦକ, ଓକିଲ ସଂଘ,ଦେବଗଡ଼
ସହରରେ କୌଣସି ପାର୍କିଂ ବ୍ୟବସ୍ଥା ନାହିଁ ା କେତେଜଣ ବ୍ୟବସାୟୀ ନିଜ ଦୋକାନକୁ ରାସ୍ତା ମାଡ଼ି କରିଛନ୍ତି ା ଏଥିଯୋଗୁ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି ା ଏହାର ପ୍ରତିକାର କରା ନ ଗଲେ ଆଗାମୀ ଦିନରେ ଛୋଟବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ ା -ପ୍ରଫୁଲ୍ଲ କୁମାର ନାୟକ,ସାମାଜିକ କର୍ମୀ,ଦେବଗଡ଼
ଯେଉଁମାନେ ରାସ୍ତା ଜବରଦଖଲ କରୁଛନ୍ତି ସେମାନଙ୍କ ପାଇଁ ସର୍ବସାଧାରଣରେ ନୋଟିସ ଜାରି କରାଯାଇଛି ା ଏ ସଂକ୍ରାନ୍ତରେ ଆମେ ଜିଲାପାଳଙ୍କ ସହ କଥାବାର୍ତ୍ତା ହୋଇଛୁ ା ଏପରି କି ଡ୍ରେନ ଉପରେ ଘର କରି ଦୋକାନୀମାନେ ରାସ୍ତାକୁ ମାଡ଼ି ବସିଛନ୍ତି ା ଏଥିପାଇଁ ଡାକବାଜି ଯନ୍ତ୍ରଦ୍ୱାରା ସମସ୍ତକୁ ଅବଗତ କରାଯାଉଛି ା ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହେବ ା
-କୁଞ୍ଜବନ ପ୍ରଧାନ, ନିର୍ବାହୀ ଅଧିକାରୀ,ଦେବଗଡ଼ ମ୍ୟୁନିସିପାଲିଟି


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri