Posted inଖେଳ

ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରଖିବାକୁ ୟୁଏସ୍‌ଏ ସୁଇମିଂର ପରାମର୍ଶ

ଲସଏଞ୍ଜେଲ୍ସ,୨୧।୩ (ଏଏଫ୍‌ପି): ଆମେରିକୀୟ ସନ୍ତରଣ ପ୍ରତିଯୋଗିତାର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଏସ୍‌ଏ ସୁଇମିଂ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ସାରା ବିଶ୍ୱରେ କରୋନା ଭାଇରସ୍‌ ଏକ ମହାମାରୀ ରୁପେ କାୟା ବିସ୍ତାର କରିସାରିଥିବାରୁ ଅଲିମ୍ପିକକୁ ସ୍ଥଗିତ ରଖିବା ଜରୁରି ହୋଇପଡିଛି। ଏଥିପାଇଁ ଏହି ସଂସ୍ଥା ୟୁଏସ୍‌ ଅଲିମ୍ପିକ୍‌ ଓ ପାରାଲିମ୍ପିକ୍‌ କମିଟି(ୟୁଏସ୍‌ଓପିସି)କୁ ଚିଠି ଲେଖିଛି ଓ ଅଲିମ୍ପିକ ସ୍ଥଗିତ କରିବାକୁ ଚାପ ପକାଇବାକୁ ପରାମର୍ଶ ଦେଇଛି। ଏ ନେଇ ୟୁଏସ୍‌ଏ ସୁଇମିଂ ପେଡେରେଶନ ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍‌ ହିନଚେ ସମସ୍ତଙ୍କୁ ଗୁରୁତର ସହ ଚିନ୍ତା କରିବାକ ପରାମର୍ଶ ମଧ୍ୟ ଦେଇଛନ୍ତି। ୟୁଏସ୍‌ଏ ସୁଇମିଂ ଟୁଇଟର ହ୍ୟାଣ୍ଡଲରେ ଏହି ଚିଠି ପୋଷ୍ଟ କରାଯାଇଛି।
ଟୋକିଓ ଅଲିମ୍ପିକ୍ସ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଆମକୁ ସମୟ ଆବଶ୍ୟକ ବୋଲି ୟୁଏସ୍‌ ଅଲିମ୍ପିକ୍ସ ମୁଖ୍ୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିବା ପରେ ଏହି ଚିଠିକୁ ସାର୍ବଜନୀନ କରାଯାଇଛି। ୟୁଏସ୍‌ଓପିସି ଚେୟାରଓମ୍ୟାନ ସୁସାନ ଲିୟନ୍ସ ଆମରିକୀୟ କ୍ରୀଡ଼ାର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସହିତ ସମାନ ମତ ପ୍ରକାଶ କରିଥିବା କହିଛନ୍ତି। ଅଲିମ୍ପିକ୍ସ ନେଇ ଏତେ ଶୀଘ୍ର କୌଣସି ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ ବୋଲି ମିଳିତ ଭାବେ କୁହାଯାଇଛି।
ଦେଶର ୮୫ ଜଣ ଆଥଲେଟ୍‌ କାରୋନା ଭାଇରସ୍‌ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏମାନଙ୍କ ସହ ଆଲୋଚନା କରାଯାଇ ଏଭଳି ଚିଠି ପୋଷ୍ଟ କରାଯାଇଛି ବୋଲି ୟୁଏସ୍‌ଏ ସୁଇମିଂ ତରଫରୁ କୁହାଯାଇଛି। ଆମେରିକାର ବିଭିନ୍ନ ରାଜ୍ୟରେ ସୋସିଆଲ ଡିଷ୍ଟାନ୍ସଂ ବା ସମାଜିକ ଦୂରତ୍ୱ ନିୟମ ଲାଗୁ କରାଯାଇଛି ଓ ଏହା ଦ୍ୱାର ଟ୍ରେନିଂ ବାଧାପ୍ରାପ୍ତ ହୋଇଛି ବୋଲି ୟୁଏସ୍‌ଏ ସୁଇମିଂ ତରଫରୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣ ଏବେ ଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧାସୃଷ୍ଟି କରିଛି। ତେଣୁ ଆଥଲେଟମାନେ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇଛନ୍ତି। ଆଥଲେଟଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହିନ୍‌ଚେ କହିଛନ୍ତି।
ଉଲ୍ଲେଖଥାଉ କି, ଆମେରିକା ସାରା ବିଶ୍ୱରେ ସୁଇମିଂ ପାଓ୍ବାର ହାଉସ୍‌ ରୂପେ ବିବେଚିତ ହେଉଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଆମେରିକା ୩୩ଟି ପଦକ ହାସଲ କରିଥିଲା। ସୁଇମିଂ କିମ୍ବଦନ୍ତୀ ମାଇକେଲ ଫେଲପ୍ସଙ୍କ କୋଚ୍‌ ବବ ବୋମ୍ୟାନ ମଧ୍ୟ ଅଲିମ୍ପିକ୍‌କୁ ସ୍ଥଗିତ ରଖିବା ସପକ୍ଷରେ ମତ ଦେଇଛନ୍ତି। ଫେଲ୍‌ପ୍ସ ୨୩ ସ୍ବର୍ଣ୍ଣ ସମେତ ମୋଟି ୨୮ଟି ଅଲିମ୍ପିକ ପଦକ ହାସଲ କରି ବିଶ୍ୱ କ୍ରୀଡ଼ା ଇତିହାସରେ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri